ମାଆଙ୍କ ସ୍ମୃତିରେ ଆରମ୍ଭ କରିଥିଲେ ଅକ୍ସିଜେନ ଅଟୋ, ବଞ୍ଚାଇଲେଣି ୮୦୦ ଜୀବନ,ଜାଣନ୍ତୁ ଏହି ମହିଳାଙ୍କ କାହାଣୀ

କରୋନା ମହାମାରୀର ଦ୍ଵିତୀୟ ଲହରୀ ଲୋକଙ୍କ ସାହସକୁ ଚ୍ୟାଲେଞ୍ଜ ଦେଇଥିଲା। ଏହିସମୟରେ ଅକ୍ସିଜେନ ଅଭାବରେ ଲୋକ ହସ୍ପିଟାଲ, ରାସ୍ତା ଓ ଫୁଟପଥରେ ଜୀବନ ହରାଉଥିବାର ଫୋଟ ଆମେ ଦେଖିଛେ। ଲୋକମାନେ ଅକ୍ସିଜେନ ସିଲିଣ୍ଡର ପାଇଁ ଏଣେତେଣେ ଧାଉଁଥିଲେ। କେଉଁଠାରେ ତାଙ୍କୁ ଏହାକୁ ଭରିବା ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡ଼ୁଥିଲା କାରଣ ଏହି ଅକ୍ସିଜେନ ଦ୍ୱାରା ଆସେ ନିଜ ଲୋକଙ୍କ ଜୀବନ ବଞ୍ଚାଇ ପାରିବେ। ଏମିତି ବି ହୋଇଛି ସଠିକ ସମୟରେ ହସ୍ପିଟାଲ ବେଡ଼ ଓ ସିଲିଣ୍ଡର ନମିଳିବାରୁ ଲୋକମାନେ ନିଜର ଲୋକଙ୍କୁ ହରାଇ ମଧ୍ୟ ଦେଇଛନ୍ତି। ଚେନ୍ନାଇର ସୀତା ଦେବୀ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ଅକ୍ସିଜେନ ନମିଳିବାରୁ ସେ ନିଜର ମାଆଙ୍କୁ ହରାଇଦେଲେ କିନ୍ତୁ ତାଙ୍କର ସାହସ ପାଇଁ ସେ ୮୦୦ ଲୋକଙ୍କର ଜୀବନ ବଞ୍ଚାଇଛନ୍ତି।

ଅକ୍ସିଜେନ ବେଡ଼ ପାଇଁ 12 ଘଣ୍ଟା ଅପେକ୍ଷା:-

ଚେନ୍ନାଇରେ ରହୁଥିବା 36 ବର୍ଷୀୟ ସୀତା ଦେବୀଙ୍କ 65 ବର୍ଷୀୟ ବୃଦ୍ଧା ମାଆ ବିଜୟା ଡାଇଲିସିସ ରୋଗୀ ଥିଲେ ଯିଏକି କରୋନାର ଦ୍ଵିତୀୟ ଲହରୀ ସମୟରେ covid-19 ରେ ସଂକ୍ରମିତ ହୋଇଥିଲେ। ଏମିତିରେ ସୀତା ତୁରନ୍ତ ନିଜର ମାଆଙ୍କୁ ରାଜୀବ ଗାନ୍ଧୀ ଗଭର୍ଣ୍ଣମେଣ୍ଟ ମେଡିକାଲ ହସ୍ପିଟାଲ ନେଇଗଲେ। ଯେଉଁଠାରେ ବେଡ଼ ଖାଲି ନଥିବାରୁ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଲା।

ସେ ନିଜର ମାଆଙ୍କୁ ବଞ୍ଚାଇ ପାରିଲେନାହିଁ:-

ସେ life beyond numberକୁ କହିଲେ ଆମକୁ ମାଆ ପାଇଁ ଏକ ଅକ୍ସିଜେନ ବେଡ଼ ପାଇଁ 12 ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ଏଠାରେ ଆମ୍ବୁଲାନ୍ସରେ ଅକ୍ସିଜେନ କମୁଥିବାରୁ ଆମେ ବାରମ୍ବାର ଗୋଟିଏ ରୁ ଆଉଗୋଟେ ଆମ୍ବୁଲାନ୍ସକୁ ନେଉଥିଲୁ। ଶେଷରେ ଭାଇରସ ତାଙ୍କ ଜୀବନ ନେଇଯାଇଥିଲା। ଯଦି ମୋ ମାଆଙ୍କୁ ତୁରନ୍ତ ଅକ୍ସିଜେନ ମିଳିଥାନ୍ତା ତାହେଲେ ସେ ବଞ୍ଚି ଯାଇଥାନ୍ତେ। ମୁଁ ଚାହେଁନାହିଁ ଆଉ କେହିବି ଏହି ପରିସ୍ଥିତିର ସାମ୍ନା କରନ୍ତୁ ଯେମିତି ମୋ ମାଆ କରିଥିଲେ। ଏଥିପାଇଁ ମୁଁ ଅଟୋ ରିକ୍ସା ଜରିଆରେ ହସ୍ପିଟାଲ ବାହାରେ ଅକ୍ସିଜେନ ଦେବା ଆରମ୍ଭ କରିଦେଲି।

କେମିତି ପ୍ରସ୍ତୁତ କଲେ ଅକ୍ସିଜେନ ଅଟୋ:-

ସୀତା ଲୋକଙ୍କ ସାହାର୍ଯ୍ୟ କରିବାକୁ ଚାହିଁଲେ ଓ ମେ ମାସରେ ସେ ନିଜର ଅକ୍ସିଜେନ ଅଟୋ ଦ୍ୱାରା ୮୦୦ ଜଣଙ୍କ ଜୀବନ ବଞ୍ଚାଇଲେ। ସେ ଅତ୍ୟାବଶ୍ୟକ ଲୋକଙ୍କୁ ଏହି ସେବା ଫ୍ରି ରେ ଦେଉଥିଲେ। ସୀତା ଙ୍କର ମଧ୍ୟ ଏକ ଏନଜିଓ ସଂସ୍ଥା ରହିଛି। ଏହା ସାହାର୍ଯ୍ୟରେ ସେ ଅଟୋରେ ଅକ୍ସିଜେନ ମିଟର ଲଗାଇ ଲୋକଙ୍କୁ ସାହାର୍ଯ୍ୟ କରିଥିଲେ।

ପ୍ରତିଦିନ 25-30 ଲୋକଙ୍କୁ ଦେଉଥିଲେ ସାହାର୍ଯ୍ୟ:-

ଏହି କାମରେ ଦୁଇଜଣ ଭଲୁଣ୍ଟିୟାର୍ସ ସୀତାଙ୍କ ସାଥ ଦେଇଥିଲେ। ଏହାଦ୍ୱାରା ସେ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲ ସାମନାରେ ସକାଳ 8 ଟାରୁ ସନ୍ଧ୍ୟା 8 ଘଟିକା ପର୍ଯ୍ୟନ୍ତ ଲୋକଙ୍କୁ ଅକ୍ସିଜେନ ଉପଲବ୍ଧ କରାଉଥିଲେ। ସେ ପ୍ରତିଦିନ 25-30 ଲୋକଙ୍କୁ ସାହାର୍ଯ୍ୟ ପ୍ରଦାନ କରୁଥିଲେ।

Leave a Reply

Your email address will not be published. Required fields are marked *