KBC – 13 : ଦୃଷ୍ଟିହୀନ ହିମାନି ବୁନ୍ଦେଲା ହେଲେ ଏହି ସିଜିନର ପ୍ରଥମ କରୋଡପତି, ହିମାନି ଜିତିବେ ସାତକୋଟି ?

ଆପଣଙ୍କ ସ୍ୱପ୍ନ ଏବଂ ଆପଣଙ୍କ ମଧ୍ୟରେ କେବଳ ଦୁଇଟି ଶବ୍ଦର ଅନ୍ତର ରହିଛି ଏବଂ ସେହି ଦୁଇଟି ଶବ୍ଦ ହେଉଛି ‘ଚେଷ୍ଟା’ | ଆଜ୍ଞା ହଁ, ଏହା ଏକ ମୋଟିଭେସନଲ ପଂଚଲାଇନ ତ ଅଟେ, ଏହାସହିତ କେବିସି – 13 ର ଟ୍ୟାଗଲାଇନ ମଧ୍ୟ ଅଟେ | କୁହାଯାଉଛି ଯେ ପପୁଲାର କ୍ୱିଜ ଶୋ ‘କନ ବନେଗା କୋରଡ଼ପତି’ ଗତ ଅନେକ ବର୍ଷ ଧରି ଅନେକ ଲୋକଙ୍କୁ ସେମାନଙ୍କ ଟ୍ୟାଲେଣ୍ଟ ବଳରେ କୋଟିପତି କରିଦେଇଛି |

ସେହିପରି କନ ବନେଗା କୋରଡ଼ପତି ଅର୍ଥାତ ‘କେବିସି’ର ୧୩ ତମ ସିଜିନର ଆରମ୍ଭ ମଧ୍ୟ ହୋଇସାରିଛି ଏବଂ ଶୋର ପ୍ରିମିୟରର କିଛି ଦିନ ପରେ ହିଁ ଏହି ସିଜିନର ପ୍ରଥମ କୋଟିପତି ମିଳିଯାଇଛି | ଦୃଷ୍ଟିହୀନ ହିମାନି ବୁନ୍ଦେଲା ୧ କୋଟି ଟଙ୍କାର ପ୍ରଶ୍ନର ସଠିକ ଉତ୍ତର ଦେଇ କୋଟିପତି ହୋଇଛନ୍ତି | ଏହାପରେ ବର୍ତ୍ତମାନ ହିମାନି ୭କୋଟି ଟଙ୍କା ପାଇଁ ଆଗକୁ ଖେଳିବେ |

କୁହାଯାଉଛି ଯେ ଟିଭି ଦୁନିଆର ପ୍ରସିଦ୍ଧ ଶୋ କନ ବନେଗା କୋରଡ଼ପତି 13 ଲଗାତାର ଭାବରେ ଲୋକମାନଙ୍କର ମନୋରଞ୍ଜନ କରୁଛି | ବର୍ତ୍ତମାନ ଶୋ ସହିତ ଜଡିତ ଏକ ବଡ଼ ଖବର ଆସିଛି | ଅମିତାଭ ବଚ୍ଚନଙ୍କ ଶୋର ଏହି ସିଜିନକୁ ପ୍ରଥମ କୋଟିପତି ମିଳିଯାଇଛି | ଆଗ୍ରାର ଦୃଷ୍ଟିହୀନ ପ୍ରତିଯୋଗୀ ହିମାନି ବୁନ୍ଦେଲା ସବୁ ପ୍ରଶ୍ନର ସଠିକ ଜବାବ ଦେଇ ୧ କୋଟି ଟଙ୍କା ଜିତି ଯାଇଛନ୍ତି ଏବଂ ବର୍ତ୍ତମାନ ସେ ୭ କୋଟି ଟଙ୍କା ପାଇଁ ଗେମକୁ ଆଗକୁ ବଢ଼ାଇବେ | ୧ କୋଟି ଟଙ୍କା ଜିତିବା ଉପରେ ଅମିତାଭ ହିମାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ହିମାନି ମଧ୍ୟ ବହୁତ ଉତ୍ସାହିତ ଥିବାର ଦେଖାଯାଇଛନ୍ତି |

ସୋନି ଟିଭି କନ ବନେଗା କୋରଡ଼ପତି 13 ର ନୂତନ ପ୍ରୋମୋ ସେୟାର କରିଛି | ଯେଉଁଥିରେ ଅମିତାଭ ବଚ୍ଚନ ହିମାନିଙ୍କୁ ଅଭିନନ୍ଦନ ଜଣାଉଥିବାର ଦେଖାଯାଉଛି | ଅମିତାଭ ବଚ୍ଚନ କୁହନ୍ତି ଯେ ଆପଣ ଏକ କୋଟି ଟଙ୍କା ଜିତି ଯାଇଛନ୍ତି | ଏହାପରେ ଅମିତାଭ ବଚ୍ଚନ ହିମାନିଙ୍କୁ ୭ କୋଟି ଟଙ୍କା ପାଇଁ ୧୬ଟି ପ୍ରଶ୍ନ ପଚାରନ୍ତି | ପ୍ରୋମୋରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ହିମାନି ୧୬ ତମ ପ୍ରଶ୍ନର ଉତ୍ତର ମଧ୍ୟ ଲକ କରିଦେବେ | ୭ କୋଟି ଟଙ୍କାର ପ୍ରଶ୍ନର ଏହି ସୀମା ପାର କରିବା ବହୁତ କଷ୍ଟକର ହୋଇଥାଏ, କାରଣ ଲାଇଫ ଲାଇନ ହେବା ସତ୍ତ୍ୱେ ମଧ୍ୟ ପ୍ରତିଯୋଗୀ ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ତାକୁ ବ୍ୟବହାର କରିପାରନ୍ତି ନାହିଁ | ଦେଖନ୍ତୁ ସୋନି ଟିଭିର ପ୍ରୋମୋ …

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Sony Entertainment Television (@sonytvofficial)

ଏମିତିରେ ୧୫ଟି ପ୍ରଶ୍ନକୁ ପାର କରିବାରେ ଅଧିକାଂଶ ଲାଇଫଲାଇନ୍ସ ତ ଶେଷ ହୋଇଯାଏ | ବର୍ତ୍ତମାନ ଦେଖିବାକୁ ବାକି ରହିଛି ଯେ ହିମାନି ୭ କୋଟି ଟଙ୍କାର ଉତ୍ତର ଦେଇପାରୁଛନ୍ତି କି ନାହିଁ | ଏହି ଏପିସୋଡ଼ର ଟେଲିକାଷ୍ଟ ଅଗଷ୍ଟ ୩୦-୩୧ ରାତି ୯ଟାରେ କରାଯିବ |

Leave a Reply

Your email address will not be published.