୧୮ ମାସର ଟ୍ରେନିଙ୍ଗ ୧୧ ମାସରେ ହିଁ ସମ୍ପୂର୍ଣ୍ଣ କରି କୃଷକଙ୍କର ଝିଅ ହେଲେ ସବୁଠାରୁ କମ ବୟସରେ ପାଇଲଟ,ଜାଣନ୍ତୁ କେମିତି ଥିଲା ସଂଘର୍ଷର କାହାଣୀ

ଗୁଜୁରାଟରେ ଜଣେ କୃଷକ ପରିବାରର ଝିଅ ମାତ୍ର ୧୯ ବର୍ଷ ବୟସରେ ପାଇଲଟ ହୋଇ ଇତିହାସ ସୃଷ୍ଟି କରିଛନ୍ତି | ଆଜ୍ଞା ହଁ, ଝିଅର ସଫଳତା ପଛରେ ବାପାର ସଂଘର୍ଷ ରହିଛି | ନିଜର ଏକମାତ୍ର ଝିଅକୁ ପାଇଲଟ କରିବାପାଇଁ ଯେତେବେଳେ କୌଣସି ସରକାରୀ ବ୍ୟାଙ୍କରୁ ଲୋନ ମିଳିଲା ନାହିଁ, ସେତେବେଳେ କୃଷକ ବାପା ନିଜ ଜମି ବିକ୍ରି କରି ତାର ସ୍ୱପ୍ନକୁ ସାକାର କଲେ |

କୁହାଯାଉଛି ଯେ ସୁରଟର ବାସିନ୍ଦା ମୈତ୍ରୀ ପଟେଲ ଆମେରିକାରୁ ପାଇଲଟ ହୋଇ ଫେରିଛନ୍ତି | ଏତେ କମ ବୟସରୁ ଝିଅ ପାଇଲଟ ହୋଇଥିବାରୁ ବାପାମାଙ୍କ ଖୁସିର ଠିକଣା ନାହିଁ | ମୈତ୍ରୀଙ୍କ ବାପା କାନ୍ତିଭାଇ ପଟେଲ ଏବଂ ମା ରେଖା ପଟେଲ ଝିଅ ପାଇଲଟ ହେବାର ସ୍ୱପ୍ନକୁ ପୁରା କରିବାପାଇଁ ନିଜ ଜମି ମଧ୍ୟ ବିକ୍ରି କରି ଦେଇଥିଲେ ଏବଂ ଝିଅ ମଧ୍ୟ ନିଜର ଇଚ୍ଛା ଏବଂ ଆଗ୍ରହର ସହିତ ସେମାନଙ୍କ ତ୍ୟାଗକୁ ସଫଳ କଲା ଏବଂ ୧୯ ବର୍ଷ ବୟସରେ ହିଁ ପାଇଲଟ ହୋଇ ବାପା ମାଙ୍କ ନାଁ ରଖିଲା |

ସେହିପରି ଏତେ କମ ବୟସରୁ ଝିଅ ପାଇଲଟ ହୋଇଥିବାରୁ ବାପାମାଙ୍କ ଖୁସିର ଠିକଣା ନାହିଁ | ଘରେ ଉତ୍ସବ ଭଳି ବାତାବରଣ ରହିଛି, ପୁରା ପରିବାର ଝିଅର ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛନ୍ତି | କୁହାଯାଉଛି ଯେ ମୈତ୍ରୀଙ୍କ ବାପା କାନ୍ତିଭାଇ ପଟେଲ ଏବଂ ମା ରେଖା ପଟେଲ ଝିଅ ମୈତ୍ରୀଙ୍କୁ ତିଳକ ଲଗାଇ ଏବଂ ଆଳତି କରି ଜୀବନରେ ଆଗକୁ ବଢିବାପାଇଁ ଆଶୀର୍ବାଦ ଦେଲେ |

ଉଲ୍ଲେଖଯୋଗ୍ୟ ଯେ ଦ୍ୱାଦଶ ଶ୍ରେଣୀରେ ପଢିବାପରେ ପାଇଲଟ ହେବାପାଇଁ ଆମେରିକା ଯାଇଥିବା ମୈତ୍ରୀ ପଟେଲ ମାତ୍ର ୧୧ ମାସରେ ଟ୍ରେନିଙ୍ଗ ଶେଷ କରି କମର୍ସିୟାଲ ପାଇଲଟର ଲାଇସେନ୍ସ ହାସଲ କରିଛନ୍ତି | ସେହିପରି ଏହି ଅବସରରେ ମୈତ୍ରୀ ପଟେଲ କହିଛନ୍ତି ଯେ ସେ ଯେତେବେଳେ ମାତ୍ର ୮ ବର୍ଷର ଥିଲେ, ସେବେଠାରୁ ସେ ପାଇଲଟ ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ବର୍ତ୍ତମାନ ସେହି ସ୍ୱପ୍ନ ୧୯ ବର୍ଷ ବୟସରେ ପୁରା ହୋଇଛି | କୁହାଯାଉଛି ଯେ ମୈତ୍ରୀ ବର୍ତ୍ତମାନ ଆଗକୁ କ୍ୟାପଟେନ ହେବାକୁ ଚାହୁଁଛନ୍ତି ଏବଂ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି |

ଜଣାଅଛି ଯେ ସାଧାରଣତଃ କମର୍ସିୟାଲ ବିମାନ ଉଡାଣର ଟ୍ରେନିଙ୍ଗ ୧୮ ମାସ ମଧ୍ୟରେ ପୁରା ହୋଇଥାଏ ଏବଂ କିଛି କିଛି ୧୮ ମାସ ମଧ୍ୟରେ ମଧ୍ୟ ଟ୍ରେନିଙ୍ଗ ପୁରା କରିପାରନ୍ତି ନାହିଁ | ଏପରି ପରିସ୍ଥିତିରେ ସେମାନଙ୍କ ପାଇଁ ଟ୍ରେନିଙ୍ଗର ୬ ମାସ ଆହୁରି ବଢ଼ାଇ ଦିଆଯାଏ | କିନ୍ତୁ ମୈତ୍ରୀ ପଟେଲ ମାତ୍ର ୧୧ ମାସ ମଧ୍ୟରେ ହିଁ କମର୍ସିୟାଲ ପାଇଲଟ ହେବାର ଟ୍ରେନିଙ୍ଗ ପୁରା କରିଦେଲେ | ସେହିପରି କୁହାଯାଇଛି ଯେ ଆମେରିକାରେ କମର୍ସିୟାଲ ବିମାନ ଉଡାଣ ପାଇଁ ମୈତ୍ରୀ ପଟେଲଙ୍କୁ ଲାଇସେନ୍ସ ମିଳିଛି, କିନ୍ତୁ ବର୍ତ୍ତମାନ ଭାରତରେ ବିମାନ ଉଡାଣ ପାଇଁ ଏଠିକାର ନିୟମ ଅନୁଯାୟୀ ଟ୍ରେନିଙ୍ଗ ଲାଇସେନ୍ସ ନେବାକୁ ପଡିବ |

ଏପରି ପରିସ୍ଥିତିରେ ଏଠିକାର ଟ୍ରେନିଙ୍ଗ ଲାଇସେନ୍ସ ମିଳିବାମାତ୍ରେ ହିଁ ମୈତ୍ରୀ ଭାରତରେ ମଧ୍ୟ ବିମାନ ଉଡାଇପାରିବେ | ମାତ୍ର ୧୯ ବର୍ଷ ବୟସରେ ପାଇଲଟ ହୋଇ ମୈତ୍ରୀ ପଟେଲ ଦେଶରେ ସବୁଠାରୁ କମ ବୟସର ପାଇଲଟ ହୋଇଗଲେ |

Leave a Reply

Your email address will not be published. Required fields are marked *