ଘରେ ବସି ସହଜରେ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପଠାଇ ପାରିବେ ନିଜର ଅଭିଯୋଗ, ଜାଣନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

ସାଧାରଣ ଜନତା ସହଜରେ ନିଜ ଅଭିଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ | ଗୋଟିଏ ପୋର୍ଟାଲ ମାଧ୍ୟମରେ ଯେକୌଣସି ବ୍ୟକ୍ତି ପିଏମ ସହିତ ଯୋଡି ହୋଇପାରିବେ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଜ ଅଭିଯୋଗକୁ ଘରେ ବସି ପହଞ୍ଚାଇ ପାରିବେ | ଯଦି ଆପଣଙ୍କର କୌଣସି ସରକାରୀ କାମ ବହୁତ ଦିନ ଧରି ହେଉନାହିଁ, ଲକ୍ଷ ଲକ୍ଷ ଚେଷ୍ଟା ପରେ ମଧ୍ୟ ପ୍ରଶାସନ ଆପଣଙ୍କ ଅଭିଯୋଗ ଶୁଣୁନାହିଁ କିମ୍ବା କେନ୍ଦ୍ର ସରକାର ଦ୍ୱାରା ଚାଲିଥିବା ଯୋଜନାର ଲାଭ ଆପଣଙ୍କୁ ମିଳୁନାହିଁ, ତେବେ ଆପଣ ନିରାଶ ହୁଅନ୍ତୁ ନାହିଁ | କେବଳ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଜ ଅଭିଯୋଗକୁ ପହଞ୍ଚାଇ ଦିଅନ୍ତୁ | ଆପଣ ଏହି ଅଭିଯୋଗକୁ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସହଜରେ ପହଞ୍ଚାଇ ପାରିବେ |

ଅନଲାଇନରେ ଏହିପରି କରନ୍ତୁ ଅଭିଯୋଗ :-

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଭିଯୋଗ କରିବାପାଇଁ ଆପଣଙ୍କୁ କେବଳ ତଳେ କୁହାଯାଇଥିବା ଲିଙ୍କକୁ ଯିବାକୁ ପଡିବ | ଯାହାକି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଫିସିଆଲ ୱେବସାଇଟ ଅଟେ | https://www.pmindia.gov.in/hi ରେ ଯାଇ ଆପଣଙ୍କୁ ଏଠାରେ ଏକ ଡ୍ରାପ ଡାଉନ ମେନ୍ୟୁ ଦେଖାଯିବ, ଯାହା ଉପରେ ‘ପ୍ରଧାନମନ୍ତ୍ରୀଙ୍କୁ ଲେଖନ୍ତୁ’ ର ଅପସନ ଦେଖାଯିବ | ଏହାଉପରେ ଆପଣ କ୍ଲିକ କରି ଦିଅନ୍ତୁ | ଏଠାରେ କ୍ଲିକ କରିବାପରେ ବର୍ତ୍ତମାନ ଆପଣଙ୍କ ସାମ୍ନାରେ CPGRAMS ପେଜ ଖୋଲିଯିବ | ଏହି ପେଜରେ ଅଭିଯୋଗ ଲେଖିପାରିବେ |

ଅଭିଯୋଗ ପଞ୍ଜିକରଣ କରିବାପରେ ଗୋଟିଏ ରେଜିଷ୍ଟ୍ରେସନ ନମ୍ବର ଜେନେରେଟ ହେବ | ଏଠାରେ ଅଭିଯୋଗ ସହିତ ସମ୍ବନ୍ଧିତ ଖବରର କାଗଜପତ୍ରକୁ ଆପଣଙ୍କୁ ଅପଲୋଡ଼ କରିବାକୁ ପଡିବ ଏବଂ ମଗାଯାଇଥିବା ସବୁ ସୂଚନାକୁ ସଠିକ ଭାବରେ ପୂରଣ କରିବାକୁ ପଡିବ | ତାପରେ ସବମିଟ ବଟନ ଉପରେ କ୍ଲିକ କରନ୍ତୁ | ଆପଣଙ୍କ ଅଭିଯୋଗ ପଞ୍ଜିକରଣ ହୋଇଯିବ |

ଆପଣଙ୍କୁ କହିରଖୁଛୁ ଯେ ଅନଲାଇନ ବ୍ୟତୀତ ଅଫଲାଇନ ମାଧ୍ୟମରେ ମଧ୍ୟ ପିଏମଓରେ ଅଭିଯୋଗ କରିପାରିବେ | ଏଥିପାଇଁ ଆପଣଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଠିକଣାରେ ଚିଠି ପଠାଇବାକୁ ପଡିବ | ଏହି ଚିଠି ଆପଣ PMO ଠିକଣାରେ ପଠାଇପାରିବେ | ଯାହା କି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସାଉଥ ବ୍ଲକ, ନୁଆଁ ଦିଲ୍ଲୀ – 110011 ଅଟେ | ଏହା ବ୍ୟତୀତ Fax ମାଧ୍ୟମରେ ମଧ୍ୟ PMO ରେ ଅଭିଯୋଗ ପଞ୍ଜିକରଣ କରାଯାଇପାରିବ | ଏଠାରେ Fax No ହେଉଛି 011-23016857 |

ଏହିପରି କରାଯାଇଥାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ :-

ପ୍ରତିଦିନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବହୁତ ଗୁଡିଏ ଅଭିଯୋଗ ଆସିଥାଏ | ଯାହା କି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ, ସଂଘ ଶାସିତ ସରକାର ଏବଂ ଯୋଜନା ସହିତ ଜଡିତ ହୋଇଥାଏ | ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଗୋଟିଏ ଟିମକୁ ନିୟୋଜିତ କରାଯାଇଛି, ଯେଉଁମାନେ କି ଏହି ଅଭିଯୋଗଗୁଡିକୁ ପଢ଼ିଥାନ୍ତି ଏବଂ ଏହା ଉପରେ କାମ କରିଥାନ୍ତି | ସେହିପରି ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ, ଏହା ବିଷୟରେ ମଧ୍ୟ ଏହି ସୂଚନା ଦିଅନ୍ତି | ସିପଗ୍ରାମସ ମାଧ୍ୟମରେ ଅଭିଯୋଗକାରୀଙ୍କୁ ଉତ୍ତର ପଠାଯାଇଥାଏ | ଯାହାଦ୍ୱାରା ଅଭିଯୋଗକାରୀ ଜାଣିପାରିବେ ଯେ ତାଙ୍କ ଅଭିଯୋଗ ଉପରେ କଣ ଆକ୍ସନ ନିଆଗଲା |

Leave a Reply

Your email address will not be published. Required fields are marked *