ଅଶ୍ୱିନଙ୍କୁ ବାରମ୍ବାର ପ୍ଲେଇଂ ଇଲେଭେନରୁ କଣପାଇଁ ବାହାର କରୁଛନ୍ତି କୋହଲି ? ସାମ୍ନାକୁ ଆସିଲା ସବୁଠାରୁ ବଡ଼ କାରଣ

ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ସ୍ଥାନ ଦେଇନାହାଁନ୍ତି କାରଣ ବିରାଟ କୋହଲି ସର୍ବଦା ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଦୃଢ଼ କରିବା ଦିଗରେ ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସ୍ଥାନ ଦେଉଛନ୍ତି କିନ୍ତୁ ଜାଡେଜା ନାତ ରନ ବନାଉଛନ୍ତି ନାକି ଉଇକେଟ ନେବାରେ ସଫଳ ହେଉଛନ୍ତି।

ଅଶ୍ୱିନ ଙ୍କ ସହିତ କାହିଁକି ଏମିତି କରୁଛନ୍ତି କୋହଲି:-

ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ଲେଇଂ ଇଲେଭେନରୁ ବାରମ୍ବାର ବାହାର କରିବା ପଛରେ ବିରାଟ କୋହଲି ଏହାର କାରଣ ଦର୍ଶାଇ କହିଥିଲେ କି, ଆମେ ଅଶ୍ୱିନଙ୍କ ବିଷୟରେ ଭାବିଥିଲୁ କିନ୍ତୁ ଇଂଲଣ୍ଡରେ ଦ୍ରୁତ ବୋଲରଙ୍କ ଗୁରୁତ୍ୱ ପ୍ରଥମେ ରହିବ। ଅପର ପକ୍ଷରେ ଜାଡେଜା ଏହି ପରିସ୍ଥିତିରେ ଅଶ୍ୱିନଙ୍କ ଠାରୁ ଏକ ଭଲ ବିକଳ୍ପ ରହିବେ।

ଓଲଟା ପଡ଼ିଗଲା ବିରାଟଙ୍କ ନିର୍ଣ୍ଣୟ:-

ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖି ରବୀନ୍ଦ୍ର ଜାଡେଜାଙ୍କୁ ମୌକା ଦେଉଥିବା ବିରାଟଙ୍କ ଦାବି ଓଲଟା ପଡ଼ି ଯାଇଛି। ଜାଡେଜା ତୃତୀୟ ଟେଷ୍ଟ ମ୍ୟାଚରେ କେବଳ 4 ରନ କରିପାରିଥିଲେ ଓ 2ଟି ଉଇକେଟ ନେବାପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ଅଶ୍ୱିନଙ୍କୁ ପ୍ଲେଇଂ ଇଲେଭେନରୁ ବାହାର କରିବାକୁ ନେଇ ମହମ୍ମଦ ଶାମି ଖୁଲାସା କରିଦେଇଛନ୍ତି। ସେ କହିଛନ୍ତି, ଟିମର ନିର୍ଣ୍ଣୟ ହେଉଛି ଅଶ୍ୱିନଙ୍କ ସ୍ଥାନରେ ଜାଡେଜା ପରିସ୍ଥିତିରେ ଫିଟ ରହିବେ।

ଦୁନିଆ ବୋଲର ଭାବରେ ଦୁଇ ନମ୍ବର୍ ସ୍ଥାନରେ ଅଛନ୍ତି ଅଶ୍ୱିନ:-

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଦୁନିଆର ଦୁଇ ନମ୍ବର୍ ବ୍ୟାଟ୍ସମ୍ୟାନ ରବିଚନ୍ଦ୍ରନ ଅଶ୍ୱିନ ଅଟନ୍ତି।ସେ ଏହିବର୍ଷ ଟେଷ୍ଟରେ ସବୁଠାରୁ ଅଧିକ ଉଇକେଟ ନେବାର ସ୍ପିନ ବୋଲର ଅଟନ୍ତି। ସେ ଏହିବର୍ଷ ମୋଟ 26 ଉଇକେଟ ନେଇସାରିଛନ୍ତି।

Leave a Reply

Your email address will not be published.