ଦେଖନ୍ତୁ ଭିଡିଓ : କାର ଏବଂ ଭ୍ୟାନ ଉପରେ ଗଳିପଡ଼ିଲା ହେଲିକପ୍ଟର,ହୋଇଗଲା ଖଣ୍ଡ ବିଖଣ୍ଡିତ,କ୍ୟାମେରାରେ କଏଦ ହେଲା ହୃଦୟ ଥରେଇବା ଭଳି ଦୃଶ୍ୟ

ଦୁନିଆର ଅଧିକାଂଶ ଲୋକଙ୍କର ଇଚ୍ଛା ଥାଏ ଯେ ଦିନେ ନା ଦିନେ ସେମାନେ ହେଲିକପ୍ଟର କିମ୍ବା ଉଡ଼ାଜାହାଜରେ ଯାତ୍ରା କରିବେ | କିନ୍ତୁ ଆମେ ଏମିତି କିଛି ଘଟଣା ଦେଖିନିଅନ୍ତି ଯେ ଯାହାପରେ ଚିନ୍ତା କରିବାକୁ ଲାଗନ୍ତି ଯେ ଭଲ ହୋଇଛି ଯେ ବର୍ତ୍ତମାନ ସୁଦ୍ଧା ମୁଁ ବିମାନ ଯାତ୍ରା କରିନାହିଁ | ବାସ୍ତବରେ ଏପରି ସେତେବେଳେ ଲାଗେ, ଯେତେବେଳେ ସେମାନେ କୌଣସି ହେଲିକପ୍ଟର କିମ୍ବା ବିମାନକୁ କୌଣସି ଦୁର୍ଘଟଣାର ଶିକାର ହେଉଥିବାର ଦେଖିଥାନ୍ତି | ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଯାଏ |

ସୋସିଆଲ ମିଡିଆରେ ମେକ୍ସିକୋର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଅଚାନକ ସୈନିକମାନଙ୍କର ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଗଲା | ହେଲିକପ୍ଟରଟି ପ୍ରଥମେ ତ ଗୋଟିଏ ଭ୍ୟାନ ଉପରେ ପଡେ ଏବଂ ତାପରେ ଗୋଟିଏ କାର ଉପରେ ଯାଇ ପଡେ | ଏହାପରେ ହେଲିକପ୍ଟରର ପଙ୍ଖାଗୁଡିକ ମଧ୍ୟ ଉଡ଼ିଯାଏ | ଏହି ଭୟାନକ ଦୃଶ୍ୟ ଦେଖିବା ମାତ୍ରେ ହିଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଘଟଣାସ୍ଥଳ ଆଡକୁ ଦୌଡୁଥିବାର ଦେଖାଯାଏ, ଯାହାଦ୍ୱାରା ଆହତମାନଙ୍କ ଜୀବନ ରକ୍ଷା କରାଯାଇପାରିବ |

ଏଠାରେ ଦେଖନ୍ତୁ ଭିଡିଓ :-

ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ହେଲିକପ୍ଟରଟି ବହୁତ କମ ଉଚ୍ଚରେ ବୁଲି ବୁଲି ଆସି ଭ୍ୟାନ ଉପରେ ପଡୁଛି | ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ସେୟାର କରାଯାଉଛି | ଏକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ମେକ୍ସିକୋର ସେନାର ଚାରିଜଣ ସୈନିକ ଆହତ ହୋଇଗଲେ | ଏହି ଦୁର୍ଘଟଣା ମେକ୍ସିକୋ ଦେଶର ହିଡାଲଗୋ ରାଜ୍ୟରେ ହୋଇଛି | କୁହାଯାଉଛି ଯେ ନୌସେନାର ହେଲିକପ୍ଟର ଝଡରେ ଫସି ଯାଇଥିଲା, ଯେଉଁ କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଗଲା |

ଭିଡିଓରେ ଦେଖାଯାଇପାରେ ଯେ ହେଲିକପ୍ଟର କିପରି ଭାବରେ ଉଡାଣ ପରେ ନିଜର ସନ୍ତୁଳନ ହରାଇ ବସିଥିଲା | ମେକ୍ସିକୋର ନୌସେନାର ଏହି ହେଲିକପ୍ଟର ଝଡଗ୍ରସ୍ତ ଦ୍ୱାରା ପ୍ରଭାବିତ ଅଂଚଳରେ ସାହାଯ୍ୟ ଏବଂ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ଏହି ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଗଲା | ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ହସ୍ପିଟାଲ ନିଆଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି |

Leave a Reply

Your email address will not be published. Required fields are marked *