ସାରା ରାତି ଅନିଦ୍ରା ହୋଇ ଖେଳି ଚାଲିଲା ଗେମ, ନିଦ ଅଭାବରୁ ପିଲାର ମୃ-ତ୍ୟୁ,ଜାଣନ୍ତୁ ପୁରା ଘଟଣା

ଆଧୁନିକ ଯୁଗରେ ଅନଲାଇନ ଗେମ୍ସ ସାରା ଦୁନିଆରେ ଅନେକ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୁର୍ଣ ବୋଲି ପ୍ରମାଣିତ ହେଉଛି, କାରଣ ଏହି ଗେମ୍ସ ବହୁତ ଏଡିକ୍ଟିଭ ଏବଂ ବିଶେଷ ଭାବରେ କିଶୋର ଯୁବକମାନଙ୍କ ମାଇଣ୍ଡକୁ ଏଡିକ୍ଟ କରିବାପାଇଁ ପ୍ରସ୍ତୁତ କରାଯାଇଥାଏ | ଏହି ଗେମ କେତେ ଯେ ଖତରନାକ ହୋଇପାରେ, ଥାଇଲାଣ୍ଡରେ ପୁଣି ଥରେ ଏପରି ହିଁ ଦେଖିବାକୁ ମିଳିଲା, ଯେତେବେଳେ ନିଦ ଅଭାବରୁ ଜଣେ ୧୮ ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଗଲା |

ଏହି ଯୁବକଙ୍କ ମା ଏହି ବିଷୟରେ କଥା ହୋଇ କହିଛନ୍ତି ଯେ ମୋ ପୁଅକୁ ରାତି ରାତି ଅନିଦ୍ରା ହେବାର ଅଭ୍ୟାସ ଥିଲା ଏବଂ ସେ ସକାଳ ପର୍ଯ୍ୟନ୍ତ ଗେମ୍ସ ଖେଳୁଥିଲା | ଯଦି ତାକୁ କମ୍ପ୍ୟୁଟର ମିଳେନାହିଁ, ତେବେ ସେ ମୋବାଇଲ ଫୋନରେ ଗେମ୍ସ ଖେଳିବାକୁ ଲାଗି ଯାଉଥିଲା | କିନ୍ତୁ ମୁଁ ଏହି କଥାକୁ ନେଇ କେବେ ବି ଚିନ୍ତା କରିନଥିଲି | ମୁଁ ନିଶ୍ଚିତ ଥିଲି ଯେ ତାକୁ କିଛି ବି ହେବନାହିଁ |

ସେ ଆଗକୁ କହିଛନ୍ତି ଯେ ସେ ନିଜ ପୁଅର ରୁମ ପାଖରେ ଥିବା ରୁମରେ ଶୋଉଥିଲେ | ସେ କହିଛନ୍ତି ଯେ ମତେ କେବଳ ରାତିଅଧରେ ବାଥରୁମରୁ ଶବ୍ଦ ଆସୁଥିଲା, କାରଣ ସେ ରାତିରେ ଗାଧୋଉଥିଲା | ଏହାପରେ ସେ ନିଜର ବେଡ଼ରୁମର କବାଟ ବନ୍ଦ କରି ସାରା ରାତି ଗେମ ଖେଳୁଥିଲା | ତେବେ ସେ ଦିନେ ରାତିରେ ଚିନ୍ତିତ ହୋଇଗଲେ, କାରଣ ସେ ନିଜର ଫୋନ ଉଠାଉନଥିଲା |

ଜିଙ୍ଗ କହିଛନ୍ତି ଯେ ସେ ତାର ଫୋନ ଉଠାଉ ନଥିଲା କି ନିଜ ରୁମର କବାଟ ଖୋଲୁନଥିଲା | ଏହାପରେ ମୁଁ ପଡୋଶୀମାନଙ୍କ ଠାରୁ ସାହାଯ୍ୟ ନେଇଥିଲି | ଆମେ ତାପରେ କବାଟକୁ ଖୋଲିଲୁ | ମୁଁ ଦେଖିଲି ଯେ ମୋ ପୁଅ ସର୍ଟଲେସ ଅବସ୍ଥାରେ ଅଚେତ ହୋଇ ପଡିଛି | ତାର ମୋବାଇଲ ତା ପାଖରେ ହିଁ ପଡିଥିଲା | ମୁଁ କେବେ ବି ଭାବି ନଥିଲି ଯେ ମୋ ପୁଅର ଗେମ କାରଣରୁ ଏପରି ଅବସ୍ଥା ହୋଇଯିବ |

ଏହି ମାମଲାରେ କଥା ହୋଇ ପୋଲିସ କହିଛି ଯେ ହୋଇଥାଇପାରେ ଏହି ଯୁବକଙ୍କର ମୃତ୍ୟୁ ହାର୍ଟ ଆଟାକ କାରଣରୁ ହୋଇଥିବ, କାରଣ ଏହା ସ୍ପଷ୍ଟ ଯେ ଏହି ପିଲା ବହୁତ କମ ଶୋଉଥିଲା | ଏହା ବ୍ୟତୀତ ସେ ସକାଳୁ ଉଠି ସ୍କୁଲକୁ ମଧ୍ୟ ଯାଉଥିଲା | ତାର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ରେଷ୍ଟ ମିଳୁନଥିଲା, ଯେଉଁ କାରଣରୁ ତାର ମୃତ୍ୟୁ ହୋଇଗଲା |

Leave a Reply

Your email address will not be published.