ଆଫଗାନର କମାଣ୍ଡର କହିଲେ ସମ୍ପୂର୍ଣ୍ଣ କାହାଣୀ,କାହିଁକି ଆଫଗାନ ସୈନ୍ୟ ଲଢ଼ିବା ପୂର୍ବରୁ ହାର ମାନିଗଲା ?

ଆଫଗାନିସ୍ତାନ ର ଏକ କମାଣ୍ଡର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏକ ବୟାନକୁ ନେଇ ତୀବ୍ର ନିନ୍ଦା କରିଛନ୍ତି। ଯେଉଁଥିରେ ସେ ଆଫଗାନ ସନାକୁ ଡ଼ରୁଆ କହିଥିଲେ। ଆଫଗାନର ଏକ କମାଣ୍ଡର କହିଲେ ତାଙ୍କ ଦେଶ ହାରିବା ପଛରେ ଆମେରିକାର ହାତ ରହିଛି। ସାମି ସାଦତ ନାମକ ଏହି କମାଣ୍ଡର ଅନୁସାରେ, ଆଫଗାନିସ୍ତାନ ଯୁଦ୍ଧର ଫଇସଲା ସେତେବେଳେ ହୋଇଯାଇଥିଲା ଯେତେବେଳେ ଆମେରିକା ନିଜର ସେନା ଆଫଗାନିସ୍ତାନରୁ ବାହାର କରିନେବାକୁ କହିଥିଲା।

ବୁଧବାର ଦିନ ଶାମି ସାଦତ ଏକ ଲେଖା ମାଧ୍ୟମରେ କହିଥିଲେ ଆଫଗାନ ସେନାରେ ଥ୍ରୀ ଷ୍ଟାର ଜେନେରାଲ ଥିଲେ। ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନରେ ଲଢ଼ୁଥିବା ସମୟରେ ସେ ନିଜର ବହୁତ ଅଧିକାରୀ ମରିଥିବାର ଦେଖାଯାଇଛି। ଆଫଗାନ ଯୁଦ୍ଧରେ ସେ 15 ହଜାର ଆଫଗାନ ସେନାର ନେତୃତ୍ୱ ନେଇଥିଲେ।

ନ୍ୟୁୟର୍କ ରିପୋର୍ଟରେ ଲେଖାଥିଲା କି, ଆଫଗାନ ସେନା ଲଢ଼ିବାର ଇଛା ହରାଇଥିଲା କାରଣ ଆମେରିକା ଲଗାତର ନିଜର ସେନା ନେଇ ବାହାରକୁ ଚାଲି ଯାଉଥିଲା। ରାଜନୀତିକ ସପୋର୍ଟ ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା। ଆଫଗାନ ସେନାକୁ କେହି ଦେଖିବାର ନଥିଲା। ଖାଇବା ପିଇବାର କୌଣସି ସୁବିଧା ନଥିଲା ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଗତ ମାସ ଶେଷରେ ଆଫଗାନ ସେନାର ନିନ୍ଦା କରିବା ଆରମ୍ଭ କରିଦେଇଥିଲେ। ଆମେରିକା ଠିକ ସମୟରେ ଆଫଗାନ ସାଥ ଦେଇନଥିଲା ଯେଉଁ ସମୟରେ କିଛିଟା ଅଭାବ ଆଫଗାନ ସୈନ୍ୟ ପାଖରେ ଥିଲା।

କମାଣ୍ଡର ନିଜର ଲେଖାରେ କହିଛନ୍ତି କି, ମୋତେ ଏହାଦେଖି ଦୁଃଖ ହେଲା କି ଜୋ ବାଇଡେନ ଓ ପଶ୍ଚିମ ଦେଶର ସୈନ୍ୟ ଅଧିକାରୀ ବିନା କାରଣରେ ଆଫଗାନ ସେନା ଉପରେ ଆତ୍ମସମର୍ପଣର ଆରୋପ ଲଗାଇଲେ। ବିଗତ 20 ବର୍ଷରେ ଆଫଗାନିସ୍ତାନ ସେନା 66 ହଜାର ସୈନ୍ୟଙ୍କୁ ହରାଇ ଦେଇଛି। ଆମେରିକା ରାଷ୍ଟ୍ରପତିଙ୍କ କହିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିଲୁ ଓ ଆମର ପଞ୍ଚମ ଅଙ୍ଗ ହରାଇ ଦେଇଛୁ।

ଆଫଗାନ କମାଣ୍ଡର କହିଲେ କି, ଜୋ ବାଇଡେନଙ୍କ ମତରେ ଆମେରିକା ସୈନିକଙ୍କୁ ଆଫଗାନିସ୍ତାନରେ ଲଢ଼ିବା ଆବଶ୍ୟକ ନାହିଁ। ତାଙ୍କୁ ଆଫଗାନିସ୍ତାନରର ଜୀବନ ଦେବା ଆବଶ୍ୟକ ନାହିଁ ଏହିକାମ ଆଫଗାନିସ୍ତାନ ସୈନ୍ୟଙ୍କର ଅଟେ। ଏହି ବୟାନ ଆମେରିକା ସୈନ୍ୟ ମାନଙ୍କ ମନରେ କ୍ରୋଧ ଭରି ଦେଲା ଓ ସେମାନେ ଫେରିଗଲେ। ଯାହାକି ଏହା କାବୁଲ ଓ ୱାଶିଂଟନ ନେତାଙ୍କ ହାର ହୋଇଛି। କାରଣ ଉଭୟ ଦେଶର ରାଜନେତା ଭୁଲ ଥିଲେ।

କମାଣ୍ଡର ଶାମି ସାଦତ କହିଥିଲେ ଆଫଗାନ ସରକାର ଅଶରଫ ଘନୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ସମୟରେ ସେମାନେ ବହୁତ ଭ୍ରଷ୍ଟାଚାର କରିଛନ୍ତି। ସେହିପରି ଜୋ ବାଇଡେନ ଏହି ଫଇସଲା ସେହି ସମୟରେ ନେଇଛନ୍ତି ଯେଉଁ ସମୟରେ ତାଙ୍କୁ ଆଫଗାନ ସ୍ଥିତି ବିଷୟରେ କୁହାଯାଉଥିଲା।

ଆଫଗାନିସ୍ତାନ ରୁ ବର୍ତ୍ତମାନ 17 ହଜାର ଆମେରିକୀୟ ସୈନ୍ୟ ଛାଡ଼ି ଚାଲିଯାଇଛନ୍ତି। ଆମେରିକା ବାୟୁସେନାର ବ୍ଲାକ ହ୍ୟାକ ହେଲିକ୍ୟାପ୍ଟର ଓ ସି-130 ବିମାନ ଖରାପ ହୋଇଯାଇଥିଲା। ଠିକାଦାର ନିଜ ସହିତ ମାଲିକାନା ସଫ୍ଟଓୟାର ଓ ହତିଆରର ସେହି ସିଷ୍ଟମ ମଧ୍ୟ ନେଇଯାଇଥିଲେ। ଆଜି ଯେଉଁ ସ୍ଥିତି ଆଫଗାନ ସହ ହୋଇଛି ତାହାପାଇଁ ଆମେରିକା ଦାୟୀ।

ଆମେରିକା ସେନା ଆଫଗାନିସ୍ତାନ ରୁ ଯିବାପରେ ତାଲିବାନ ହଠାତ କବଜା କରିନେଲା। ତାଲିବାନ ଏଠାରେ ନିଜର ସରକାର ବନାଇବା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାସହ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଲାଗୁ କରୁଛି। ତାଲିବାନ ମହିଳାଙ୍କୁ ଘରେ ରହିବାକୁ କହୁଛି ଓ ଯେଉଁ ମହିଳା ବାହାରେ କାମ କରୁଛନ୍ତି ସେମାନଙ୍କୁ ଚାକିରୀ ଛାଡିବାକୁ କୁହାଯାଉଛି।

Leave a Reply

Your email address will not be published. Required fields are marked *