ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ମାମଲା : ୬୦ ଜଣଙ୍କ ମୃ-ତ୍ୟୁ ସହିତ ବହୁତ ଲୋକ ଘାୟଲ,ଛବିରୁ ଦେଖନ୍ତୁ ସେଠାକାର ହାଲତ ବିଷୟରେ

ଆଫଗାନିସ୍ତାନ ର ନିୟନ୍ତ୍ରଣ ତାଲିବାନ ହାତକୁ ଯିବାପରେ ଏଠାରେ ସୁରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଇଛି। ବିହାତ ଦିନ ଭଳି ଗୁରୁବାର ଦିନ ମଧ୍ୟ ଦେଶ ଛାଡ଼ି ଯିବାପାଇଁ ଏୟାରପୋର୍ଟ ଠାରେ ଭିଡ଼ ଲାଗିଥିଲା ଓ ସନ୍ଧ୍ୟା ସମୟରେ ଏଠାରେ ଦୁଇଟି ଆତ୍ମଘାତୀ ମାମଲା ଘଟିଥିଲା।

ଏଠାରେ ଏକ ଧମାକା ହୋଇଥିଲା ଯାହାଦ୍ୱାରା 60 ଜଣଙ୍କ ମୃତ୍ୟୁ ହୋଇଗଲା ଯେଉଁଥିରେ 12 ଜଣ ଆମେରିକୀୟ ସୈନ୍ୟ ମଧ୍ୟ ଥିଲେ। ଏହି ଧମାକାରେ 140 ରୁ ଉର୍ଦ୍ଧ୍ବ ଲୋକ ଘାୟଲ ମଧ୍ୟ ଥିଲେ। ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ କାବୁଲ ଏୟାରପୋର୍ଟ ଠାରେ ଆତଙ୍କି ଆକ୍ରମଣର ଆଶଙ୍କା ଜାହିର କରିଥିଲେ। ଏହାସହ ନିଜର ନାଗରିକଙ୍କୁ କାବୁଲ ଏୟାରପୋର୍ଟ ରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ।

ଏହି ଆକ୍ରମଣକୁ ନେଇ ଆମେରିକୀୟ ଅଧିକାରୀ କହିଥିଲେ କି, କାବୁଲ ଏୟାରପୋର୍ଟରେ ଘଟିଥିବା ଏହି ଆତ୍ମଘାତୀ ଆକ୍ରମଣକୁ ଏବି ଗେଟ ବାହାରେ ଏକ ଆକ୍ରମଣକାରୀ ଘଟାଇଥିଲା। ଆକ୍ରମଣକାରୀ ଫାୟରିଂ କରିବାକୁ ଆସିଥିଲା ଓ ସେ ନିଜ ଦେହରେ ବମ ଲଗାଇଥିଲା ଓ ନିଜକୁ ଉଡାଇଦେଲା। ଗେଟ ର ଅପର ପାର୍ଶ୍ୱରେ ଅଷ୍ଟ୍ରେଲିଆ ସୈନିକ ଉପସ୍ଥିତ ଥିଲେ।

ମାନାଯାଉଛି କି, ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ପଶ୍ଚିମୀ ସୈନିକଙ୍କୁ ବ୍ଲାଷ୍ଟରେ ମାରିଦେବା ଯିଏକି ଆଫଗାନ ଶରଣାର୍ଥୀଙ୍କୁ ଦେଶ ଛାଡ଼ିବାରେ ସାହାର୍ଯ୍ୟ କରୁଥିଲେ। ଏହି ବ୍ଲାଷ୍ଟର କିଛି ସମୟ ପୂର୍ବରୁ ଇଟାଲୀର ଏକ ବିମାନ ଉପରେ ଫାୟରିଂ ହୋଇଥିଲା ଯେଉଁଥିରେ 100 ଜଣ ଆଫଗାନ ଶରଣାର୍ଥୀ ଥିଲେ।

ଏହି ଆତ୍ମଘାତୀ ଆକ୍ରମଣ ପରେ କାବୁଲ ଏୟାରପୋର୍ଟ ପାଖାପାଖି ଅଞ୍ଚଳ ଗମ୍ଭୀରତାର ସହିତ ଦେଖାଗଲା। ଲୋକମାନେ ଠେଲାରେ ଆହତ ଲୋକଙ୍କୁ ନେଇ ଯାଉଥିଲେ। ଆକ୍ରମଣ ପରେ ରକ୍ତ ଜର୍ଜରିତ ଲୋକେ ଏପଟ ସେପଟକୁ ଯାଉଥିଲେ।

Leave a Reply

Your email address will not be published. Required fields are marked *