୬ ଦିନ ଭିତରେ ପିଏଫ ଗ୍ରାହକମାନେ କରନ୍ତୁ ଏହି କାମ ନହେଲେ ହେବ ବଡ କ୍ଷତି,ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା

ଯଦି ଆପଣ କୌଣସି ସ୍ଥାନରେ ଜବ କରୁଥିବାବେଳେ ପିଏଫ କଟିଥାଏ, ତେବେ ଏହି ଖବର ଆପଣଙ୍କ ପାଇଁ ହିଁ ଅଟେ | ବର୍ତ୍ତମାନ ଇପିଏଫଓ ସଂସ୍ଥା ପିଏଫ ଖାତାରେ ଶୀଘ୍ର ସୁଧ ରକମ ଦେବାକୁ ଯାଉଛି, ଯେଉଁଥିପାଇଁ ଆପଣଙ୍କୁ ଜରୁରୀ ଜିନିଷ ବିଷୟରେ ଜାଣିବାକୁ ପଡିବ |

କେନ୍ଦ୍ର ସରକାର ପିଏଫ ଖାତା ପାଇଁ ୮.୫% ସୁଧର ପରିମାଣ ସହିତ ଏକ ପାଣ୍ଠି ଜାରି କରି ଦେଇଛନ୍ତି | ଯଦି ଆପଣ ପିଏଫ ଖାତା ସହିତ ଜଡିତ ଏହି କାମ କରନ୍ତି ନାହିଁ, ତେବେ ଖାତାକୁ ଆସୁଥିବା ସୁଧ ପରିମାଣ ଆପଣଙ୍କୁ ମିଳିବ ନାହିଁ |

ମିଡ଼ିଆ ରିପୋର୍ଟସ ଅନୁଯାୟୀ, କେନ୍ଦ୍ର ସରକାର ଯେଉଁ ପାଣ୍ଠି ପିଏଫ ଖାତା ପାଇଁ ସୁଧ ଭାବରେ ଜାରି କରିଥିଲେ, ତାହା ଏହି ମାସରେ ଖାତାରେ ଜମା ହୋଇପାରେ, କିନ୍ତୁ ଏହା ସେତେବେଳେ ହେବ, ଯେତେବେଳେ ଆପଣ ନିଜ ପିଏଫ ଆକାଉଣ୍ଟ ଆଧାର ନମ୍ବର ସହିତ ଲିଙ୍କ କରିଥିବେ |

କୁହାଯାଉଛି ଯେ ସରକାର ପିଏଫ ଖାତାରେ ଆଧାର ଭେରିଫିକେସନ ଏବଂ ସିଡ଼ିଙ୍ଗ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି | ଏହି ଲିଙ୍କିଙ୍ଗ ପ୍ରକ୍ରିୟାକୁ ସେପ୍ଟେମ୍ବର ୧ ପୂର୍ବରୁ କରିବାକୁ ପଡିବ |

ଇପିଏଫଓ ପାଖରେ ପ୍ରାୟ ୨୨ କୋଟି ଆକାଉଣ୍ଟ ଅଛି, ଏଥିମଧ୍ୟରୁ ୬ କୋଟି ଖାତା କେବଳ ପିଏଫରୁ ବୋଲି କୁହାଯାଉଛି | ଇପିଏଫଓ ଗ୍ରାହକମାନଙ୍କୁ ପିଏଫର ପରିମାଣରେ ସୁଧ ପାଇବାପାଇଁ ନିଜ UAN ନମ୍ବରକୁ ଆଧାର କାର୍ଡରେ ଦିଆଯାଇଥିବା ନମ୍ବର ସହିତ ଲିଙ୍କ କରିବାକୁ ପଡିବ |

ଏହାକୁ ଇପିଏଫଓ ର ୱେବସାଇଟରେ ଅନଲାଇନ କିମ୍ବା ସିଧା କାର୍ଯ୍ୟାଳୟକୁ ଯାଇ କରାଇପାରିବେ | ନିଜ ଏମ୍ପ୍ଲୋୟରଠାରେ ମଧ୍ୟ ଏହି ସମ୍ପର୍କରେ ସାହାଯ୍ୟ ନେଇପାରିବେ | ଜୁଲାଇ ୧୫ ତାରିଖରେ ଆଦେଶ ଜାରି କରି ଏହି ତାରିଖକୁ ବଢ଼ାଇ ସେପ୍ଟେମ୍ବର ୧ କରିଦିଆଯାଇଛି |

Leave a Reply

Your email address will not be published. Required fields are marked *