ବ୍ୟକ୍ତିଙ୍କ ମୋବାଇଲ ଛଡାଇନେଲା ଶୁଆ,ପୁଣି ଯାହା କ୍ୟାମେରାରେ କଏଦ୍ ହେଲା, ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଇଣ୍ଟରନେଟରେ ବେଳେବେଳେ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ,ଯାହା ଆମେ କେଵେ କଳ୍ପନା କରିନଥିବେ|ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଶୁଆ ଘର ବାହାରେ ଠିଆ ହୋଇଥିବା ବ୍ୟକ୍ତିର ଫୋନ ଧରିଲା ଓ ଉଡିଗଲା|ତାପରେ ଯାହା ହେଲା ଆଶ୍ଚର୍ଯ୍ୟ ଚକିତ କରିଥିଲା|ଭିଡିଓର ଆରମ୍ଭରେ ଜଣେ ଶୁଆର ପଛେ ପଛେ ଦୈଡୁଥିବା ଦେଖାଯାଇଥିଲା,ଯିଏ ନିଜର ପଞ୍ଝାରେ ଫସେଇକି ଫୋନ ନେଇ ଉଡିଗଲା|ଶୁଆ ପାଖାପାଖି ୧ ମିନିଟ ପର୍ଯ୍ୟନ୍ତ ମହଲାର ସୁନ୍ଦର ଦୃଶ୍ୟ ଉଠାଉଥିଲା|ଘର,ଛାତ ଓ ସଡକ ସହ ସବୁକିଛି କ୍ୟାମେରାରେ ରେକର୍ଡ କରୁଥିଲା|

କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଏ ଯେ ଫୋନ ନେଇ ଉଡିବା ପରେ ସେ ବହୁ ଛାତରେ ବୁଲିଲା,ସେ ଏକ ବାଲକୋନୀ ରେଲିଙ୍ଗରେ କିଛି ସମୟ ଅଟକିଲା, କିନ୍ତୁ କିଛି ଲୋକ ବୋଲାଇଲା ପରେ ଆବାଜ ଶୁଣିକି ଉଡିଗଲା|ପୁଣି ଶୁଆ ଏକ କାର ଉପରେ ବସିଲା ଓ ଭିଡିଓ ରେକର୍ଡ ବନ୍ଦ ହୋଇଗଲା|ଏହି ଭିଡିଓ ଇଣ୍ଟରନେଟରେ ଜମେଇକି ଭାଇରାଲ ହେଉଛି|

ଆଶ୍ଚର୍ଯ୍ୟଜନକ ଏହି ଭିଡିଓକୁ ଟୁଇଟରରେ ଫ୍ରେଡ ଶୁଲ୍ସ ଅପଲୋଡ଼ କରିଛନ୍ତି ଯାହା ଏପର୍ଯ୍ୟନ୍ତ ୪ ଲକ୍ଷରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|ଏହି ଭିଡିଓରେ ବହୁତ ଲୋକ ପ୍ରତିକ୍ରିୟା ରଖିଛନ୍ତି|ଜଣେ ୟୁଜର କହିଛନ୍ତି ଯେ ଡ୍ରୋନ ଆବଶ୍ୟକ ନାହିଁ ଏହି କାମ ଗୋଟିଏ ଶୁଆ କରିପାରିବ|ଆଉଜଣେ ୟୁଜର କହିଛନ୍ତି ଯେ ସେ ତ ମାଟିରେ ଦେଖାଯାଉଥିବା ଜିନିଷକୁ କିଛି ସେକେଣ୍ଡରେ କଭର କରିନେଲା|ମୋତେ ତ ଏଵେ ଏଭଳି ପଙ୍ଖ ଦରକାର|

Leave a Reply

Your email address will not be published.