କରୋନାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି ସଂକ୍ରମିତ

କରୋନା ଭାଇରସ ମହାମାରୀ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ଏବଂ ବର୍ତ୍ତମାନ ଏହି ଚିନ୍ତା ଏଥିପାଇଁ ମଧ୍ୟ ବଢିଚାଲିଛି ଯେ, କାରଣ ମହାରାଷ୍ଟ୍ରରେ ପ୍ରତିଦିନ ମିଳୁଥିବା କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳୁଛି | ଏହି ଖବର ସାମ୍ନାକୁ ଆସିବାପରେ ସମସ୍ତେ କରୋନାକୁ ନେଇ ବହୁତ ଡରି ଯାଇଛନ୍ତି | ଯଦି ଆମେ ଅଗଷ୍ଟ ୨୫ ତାରିଖ ବିଷୟରେ କଥା ହେବା, ତେବେ ଏହି ଦିନ ରାଜ୍ୟରେ କରୋନାର ମୋଟ ୫ ହଜାର ୩୧ ଟି ମାମଲା ସାମ୍ନାକୁ ଆସିଛି | ଏଥିମଧ୍ୟରୁ ୨୧୬ଜଣ ଲୋକଙ୍କର ଜୀବନ ଚାଲିଗଲା | ସେହିପରି ଅଗଷ୍ଟ ୨୧ ର ପୂର୍ବ ପର୍ଯ୍ୟନ୍ତ ଦୈନିକ ମହାମାରୀ ପାଞ୍ଚ ହଜାରରୁ କମ ଆସୁଥିଲା, ସେହିପରି ବର୍ତ୍ତମାନ ଏଥିରେ ବୃଦ୍ଧି ଦେଖାଯାଉଛି | ସେହିପରି ମାୟାନଗରୀ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨ କରୋନାର ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ଏଥିମଧ୍ୟରୁ ୪ଜଣ ଲୋକଙ୍କର ମୃତ୍ୟୁ କରୋନା କାରଣରୁ ହୋଇଛି | ଏପରି ପରିସ୍ଥିତିରେ ଜରୁରୀ ଅଟେ ଯେ କିଛି କଥାକୁ ଧ୍ୟାନରେ ରଖାଯାଉ, ଯେପରିକି ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରୋକାଯାଇପାରିବ | ତେବେ ଚାଲନ୍ତୁ ଜାଣିବା ଆମର କେଉଁ ଭୁଲଗୁଡିକ ଆମକୁ ସଂକ୍ରମିତ କରିପାରେ |

ମାସ୍କ ପିନ୍ଧିବା ଛାଡ଼ନ୍ତୁ ନାହିଁ :-

କରୋନାର ବଢୁଥିବା ମାମଲା ଏହା ସ୍ପଷ୍ଟ ଇସାରା କରୁଛି ଯେ ଆମର ଟିକେ ବି ଭୁଲ ଆମକୁ ବହୁତ ଅସୁବିଧାରେ ପକାଇପାରେ | ତେଣୁ ଆମେ ସବୁବେଳେ ମାସ୍କ ପିନ୍ଧିବା ଉଚିତ | ଆପଣ ଯାହା ସହିତ ଦେଖା କରୁଛନ୍ତି କିମ୍ବା ଯେକୌଣସି ସ୍ଥାନକୁ ଯାଉଛନ୍ତି ସେଠାରେ ଆପଣ ମାସ୍କ ପିନ୍ଧି ରଖିବା ନିହାତି ଜରୁରୀ ଅଟେ | ଭୁଲରେ ମଧ୍ୟ ଏହାକୁ ବେକରେ ଝୁଲାଇ ବୁଲିବା ଉଚିତ ନୁହେଁ |

ଭିଡ ଥିବା ସ୍ଥାନକୁ ଯାନ୍ତୁ ନାହିଁ :-

ଆମେ ଜରୁରୀ କାମ କାରଣରୁ ଘରୁ ବାହାରକୁ ତ ଯିବାକୁ ବାଧ୍ୟ ହେଉଛନ୍ତି, ତା ବୋଲି ଆମେ ଭିଡ଼ ଥିବା ସ୍ଥାନକୁ ଯାଇ ଏକାଠି ଠିଆ ହେବା ଏହା ଉଚିତ ନୁହେଁ | କାରଣ ଯଦି ଜଣେ ସଂକ୍ରମିତ ବ୍ୟକ୍ତି ଏକ ଭିଡ଼ ଥିବା ସ୍ଥାନକୁ ଯାଏ, ତେବେ ଆପଣ ଭାବନ୍ତୁ ଯେ ସେ କେତେ ଲୋକଙ୍କୁ ସଂକ୍ରମିତ କରିପାରିବ | ତେଣୁ ଭିଡ ଥିବା ସ୍ଥାନକୁ ନ ଯାଇ ସେଠାରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ |

ହାଇଜିନ ବହୁତ ଜରୁରୀ :-

କରୋନାର ପୂର୍ବ ଲହର ସମୟରେ ପ୍ରାୟ ସମସ୍ତେ ହାଇଜିମ ପ୍ରତି ଚିନ୍ତିତ ଥିଲା | ନିଜ ହାତକୁ ସାନିଟାଇଜର ଏବଂ ସାବୁନ ସାହାଯ୍ୟରେ ସଫା କରୁଥିଲେ, କୌଣସି ସ୍ଥାନରୁ ଫେରିବାପରେ ଗାଧୋଉଥିଲେ, ଘରକୁ ଆଣିଥିବା ଜିନିଷକୁ ସାନିଟାଈଜ କରୁଥିଲେ ଇତ୍ୟାଦି | କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ସେସବୁକୁ ଦୁରେଇ ଦେଇଛନ୍ତି, ଯାହାକି ଭୁଲ ଅଟେ | ଏହି ଭଲ ଅଭ୍ୟାସକୁ ଆପଣ ଜାରି ରଖିବା ଉଚିତ, କାରଣ କରୋନା ଆପଣଙ୍କ ହାତ ଦ୍ୱାରା ଆପଣଙ୍କ ଶରୀରରେ ପ୍ରବେଶ କରିପାରେ |

ପିଲାମାନଙ୍କୁ ନେଇ ଅବହେଳା :-

ଦେଖାଯାଉଛି ଯେ ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ନେଇ ଅବହେଳା କରୁଛନ୍ତି | ସେମାନଙ୍କୁ ମାସ୍କ ବିନା ବାହାରକୁ ଯିବାକୁ ଦେଉଛନ୍ତି , ସେମାନେ ପାର୍କରେ ଖେଳୁଛନ୍ତି ଏବଂ ତାପରେ ହାଇଜିନର ଧ୍ୟାନ ମଧ୍ୟ ରଖୁନାହାନ୍ତି, ପିଲାମାନଙ୍କୁ ନିଜ ସହିତ ମଲ ଏବଂ ଦୋକାନକୁ ନେଇ ଯାଉଛନ୍ତି ଇତ୍ୟାଦି | ଆମେ ଏହା ବୁଝିବା ଉଚିତ ଯେ ବିଶେଷଜ୍ଞ କରୋନାର ତୃତୀୟ ଲହରକୁ ପିଲାମାନଙ୍କ ପାଇଁ ମାରାତ୍ମକ ବୋଲି କହୁଛନ୍ତି | ତେଣୁ ପିଲାମାନଙ୍କୁ ଅଧିକରୁ ଅଧିକ ସମୟ ଘରେ ରହିବା ହିଁ ଭଲ ବିକଳ୍ପ ଅଟେ |

ଟୀକା ନିଶ୍ଚିତ ଭାବରେ ଲଗାନ୍ତୁ :-

ସମସ୍ତଙ୍କୁ ନିଜ ପାଳି ଆସିଲେ ଟୀକା ଲଗାଇବା ଉଚିତ | ଯେଉଁ ଲୋକମାନେ ଟୀକା ନେଉନାହାନ୍ତି ଏବଂ ଏପରି ଲୋକମାନେ କରୋନା କବଳକୁ ଆସିଯାନ୍ତି, ତେବେ ଏହି ଲୋକମାନେ ଅନ୍ୟ ଲୋକମାନଙ୍କୁ ସଂକ୍ରମିତ କରିପାରନ୍ତି | ତେଣୁ ଏହା ଜରୁରୀ ଅଟେ ଯେ ଟୀକାକୁ ନେଇ ଅବହେଳା କରନ୍ତୁ ନାହିଁ ଏବଂ ଟୀକାକରଣ କେନ୍ଦ୍ରକୁ ଯାଇ ଟୀକା ନିଶ୍ଚିତ ଭାବରେ ଲଗାନ୍ତୁ |

Leave a Reply

Your email address will not be published. Required fields are marked *