ବ-ଳା-ତ୍କା-ର ପରେ ମାଆ ହେବାକୁ ଯାଉଥିବା 12 ବର୍ଷର ଝିଅ ନେଲେ ୟୁ ଟର୍ନ, ସମସ୍ତଙ୍କୁ କହିଦେଲେ ଦୁ-ଷ୍କ-ର୍ମ-କା-ରୀଙ୍କ ନାମ

ରାଜସ୍ଥାନ ର ଜୋଧପୁର ଜିଲ୍ଲାର ବାଲେସର ଥାନା ଅଞ୍ଚଳରେ ଜଣେ ରେ-ପ ପୀଡିତା ଏକ ପିଲାକୁ ଜନ୍ମ ଦେଇଛି। ଏହି ରେ-ପ ପୀଡିତାଙ୍କ ବୟସ 12 ବର୍ଷ ଅଟେ। ସେ ନିଜ ସ୍କୁଲର ତିନିଜଣ ସହପାଠୀଙ୍କ ଉପରେ ରେ-ପ ର ଆ-ରୋ-ପ ଲଗାଇଥିଲା। ଏବେ ଏହି ମାମଲାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି ଓ ରେପ ପୀଡିତା ନିଜର ବୟାନରୁ ପଲଟି ଯାଇଛନ୍ତି।

ଦୁଇଦିନ ପୂର୍ବରୁ ପିଲାଟିକୁ ଜନ୍ମ ଦେଇଥିଲେ:-

ପିଡ଼ିତାଙ୍କର ଉମ୍ମେଦ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା। ପିଡ଼ିତା ଏଠାରେ ଏକ ଶିଶୁ ପୁତ୍ରକୁ ଜନ୍ମଦେଲେ। ଦୁଇଦିନ ପୂର୍ବରୁ ପିଡ଼ିତାଙ୍କ ଅବସ୍ଥା ଖରାପ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଏଠାରେ ତାଙ୍କୁ ଭର୍ତ୍ତି କରାଗଲା। ଏଠାରେ ତାଙ୍କୁ ଡେଲିଭରୀ ହେବାପରେ ଶିଶୁ ପୁତ୍ର ଜନ୍ମ ହୋଇଥିଲା। 12 ବର୍ଷର ଝିଅ ମାଆ ହେବାପରେ ପରିବାରରେ ହଇଚଇ ହୋଇଯାଇଥିଲା ଓ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିବାର ଲୋକଙ୍କୁ ଏହିକଥା ଜଣାନଥିଲା ଯେ, ତାଙ୍କ ଝିଅ ଗର୍ଭବତୀ ହୋଇଗଲା। ଝିଅର ମାଆ ହେବାର ଖବର ଶୁଣି ପୋଲିସ ଏଫଆଇଆର ଦାରଜ କଲେ।

ବୟାନ ଦାରଜ କରାଗଲା:- 

ପୋ-ଲି-ସର ପ୍ରାରମ୍ଭିକ ପଚରାଉଚରା ପରେ ପିଡ଼ିତା ନିଜର ତିନିଜଣ ସହପାଠୀଙ୍କ ଉପରେ ଅପହରଣର ଆ-ରୋ-ପ ଲଗାଇଥିଲେ। ପିଡ଼ିତା କହିଥିଲେ ପାଖାପାଖି 8 ମାସ ପୂର୍ବରୁ ତାଙ୍କର ତିନିଜଣ ସହପାଠୀ ତାଙ୍କୁ ଅପହରଣ କରି ଏକ ଶୁନଶାନ ସ୍ଥାନକୁ ନେଇଗଲେ। ସେଠାରେ ତାଙ୍କ ସହିତ ସେମାନେ ରେ-ପ କଲେ ଓ ଦୁଇଜଣ ବାହାରେ ରହିଲେ। ପିଡ଼ିତାଙ୍କ ଏହି ବୟାନ ପରେ ପୋ-ଲି-ସ ତିନିଜଣଙ୍କ ପରିଚୟ ପାଇ ତାଙ୍କୁ ଗି-ର-ଫ କରିଥିଲେ।

ଉମ୍ମେଦ ହସ୍ପିଟାଲରେ ଡିଲିଭରୀ ପରେ ପୀଡିତ ଝିଅଟି ବାଲେସର ଥାନା ପୋଲିସ ଯାଞ୍ଚ ଅଧିକାରୀଙ୍କ ସାମ୍ନାରେ ନିଜର କଥା ପରିବର୍ତ୍ତନ କରିଦେଇଥିଲେ। ସେ କହିଲା, ତିନିଜଣ ସହପାଠୀ ନୁହେଁ ବରଂ ତାଙ୍କର ଦାଦାଙ୍କ ପୁଅ ତାଙ୍କ ସହିତ ରେପ କରିଥିଲା। ପୋଲିସ ସେହି ତିନିଜଣ ବାଳକଙ୍କୁ ଛାଡିଦେଲା। ଏବେ ପୋଲିସ ଝିଅଟିର ଦାଦା ପୁଅ ଭାଇକୁ ଗିରଫ କରି ପଚରାଉଚରା କରିଛି।

Leave a Reply

Your email address will not be published. Required fields are marked *