ପ୍ରତ୍ୟେକ ଦିନ ସକାଳୁ ବ୍ୟବହାର କରାଯାଉଥିବା ଟୁଥପେଷ୍ଟରେ କେଉଁ କେଉଁ ଜିନିଷ ବ୍ୟବହାର କରାଯାଇଥାଏ ?

Knowledge:-

ଅନେକ ବର୍ଷରୁ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଆସେକି ଆମେ ପ୍ରତ୍ଯେକ ଦିନ ବ୍ୟବହାର କରୁଥିବା ଟୁଥପେଷ୍ଟ କେଉଁ ଜିନିଷରେ ତିଆରି କରାଯାଏ। ଅନେକ ବର୍ଷ ପୂର୍ବେ ଏକ ଖବର ଶୁଣିବାକୁ ମିଳିଥିଲାକି ଟୁଥପେଷ୍ଟରେ ପଶୁମାନଙ୍କର ହାଡକୁ ଗୁଣ୍ଡ କରି ମିଶାଯାଏ। ଟୁଥପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ହାଡକୁ ଗୁଣ୍ଡ କରାଯିବା କଥା ସାମ୍ନାକୁ ଆସିଥିଲା ସେତେବେଳେ ଲୋକମାନେ ଦନ୍ତମଞ୍ଜନ ଆଡକୁ ଯାଇଥିଲେ। ବର୍ତ୍ତମାନ ସମୟରେ ଏହିସବୁ ଜିନିଷ ବଦଳି ଯାଇଛି ଓ ବର୍ତ୍ତମାନ ଏମିତି ଆଉ ନାହିଁ। ଟୁଥପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ବର୍ତ୍ତମାନ ଏକ ଫର୍ମୁଲା ଆପଣେଇଛି।

ପ୍ରଥମେ ଏହିପରି ତିଆରି ହେଉଥିଲା ଟୁଥପେଷ୍ଟ:-

ସକାଳୁ ଉଠିବା ପରେ ଲୋକ ଦିନର ଆରମ୍ଭ ଟୁଥପେଟରୁ ହୋଇଥାଏ ଓ ତାପରେ ଯାଇ କିଛି ଖାଇବାକୁ ପସନ୍ଦ କରନ୍ତି। ଜଣାଇଦେଉଛୁକି ଅନେକ ଦଶକ ପୂର୍ବେ ଟୁଥପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ କୋଇଲା, ଗଛର ଛାଲ, ରାଖ ଓ ହାଡକୁ ଗୁଣ୍ଡ କରି ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଏହାର ବ୍ୟବହାର ସମ୍ପୂର୍ଣ ଭାବରେ ବନ୍ଦ କରିଦିଆଯାଇଛି।

ଏହି ଫର୍ମୁଲାରେ ପ୍ରସ୍ତୁତ କରାଯାଏ ଟୁଥପେଷ୍ଟ:-

ଦନ୍ତ ଚିକିତ୍ସକଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଦାନ୍ତରୁ ଜୀବାଣୁ ବାହାର କରିବା ପାଇଁ କ୍ୟାଲସିୟମ କାର୍ବୋନାଟ ଏବଂ ଡିହାଇଡ୍ରେଡ ସିଲିକା ଜେଲ ଟୁଥପେଷ୍ଟରେ ମିଶ୍ରିତ ହୋଇଛି। ଏହା ସହିତ ଏଥିରେ ଫ୍ଲୋରାଇଡ ମଧ୍ୟ ଥାଏ, ଯାହା ଦାନ୍ତ ଭାଙ୍ଗିବାକୁ ରୋକିଥାଏ। ଦାନ୍ତକୁ ମଜବୁତ କରିବା ପାଇଁ ଫ୍ଲୋରାଇଡ ମଧ୍ୟ ବ୍ୟବହୃତ ହୁଏ। ଟୁଥପେଷ୍ଟକୁ ପ୍ୟାକେଟରେ ଶୁଖିବା ପାଇଁ ଗ୍ଲାଇସେରୋଲ ଏବଂ ପ୍ରୋପିଲିନ ବ୍ୟବହାର କରାଯାଏ। ଟୁଥପେଷ୍ଟର ସ୍ୱାଦକୁ ସାମାନ୍ୟ ମିଠା ରଖିବା ପାଇଁ ଏଥିରେ ମିଠା ମିଠା ମିଶାଯାଏ। କେବଳ ଏତିକି ନୁହେଁ, ଟୁଥପେଷ୍ଟରେ ପ୍ରଚୁର ପରିମାଣର ଗୁଣ୍ଡ ଏବଂ ସିନ୍ଥେଟିକ ସେଲୁଲୋଜ ମଧ୍ୟ ଥାଏ। ଧଳା ଫୋମ ପାଇଁ ସୋଡିୟମ ଲରେଲ ସଲଫେଟ ଏଥିରେ ମିଶାଯାଇଥାଏ।

ଜାପାନରେ ବ୍ୟାନ ହୋଇଥିଲା କଲଗେଟ:-

ଟୁଥପେଷ୍ଟରେ ପଶୁମାନଙ୍କର ହାଡକୁ ଗୁଣ୍ଡ କରି ମିଶାଯିବା ବିବାଦ ଏତେ ମାତ୍ରାରେ ବଢିଯାଏକି ଜାପାନରେ କୋଲଗେଟକୁ ୨୦୧୫ମସିହାରେ ବ୍ୟାନ କରିଦିଆଯାଇଥିଲା।

Leave a Reply

Your email address will not be published. Required fields are marked *