ନିଆଁ ଲାଗିଥିବା ବିଲଡିଂ ଭିତରେ ଫସିଯାଇଥିଲେ ୨ଜଣ ଛୋଟ ଛୁଆ, ଛଅ ଜଣ ଲୋକ ହିରୋ ହୋଇ ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭାଇରଲ ଭିଡିଓ

ସୋସିଆଲ ମିଡ଼ିଆର ଦୁନିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରଲ ହୋଇଥାଏ | କିନ୍ତୁ କିଛି ଭିଡିଓରେ ମଣିଷ ଏମିତି କିଛି କରିଥାଏ, ଯାହା କି ପ୍ରଶଂସାଯୋଗ୍ୟ ହୋଇଥାଏ | ନିକଟରେ ଚୀନରେ ଗୋଟିଏ କୋଠାର ତିନି ମହଲା ଉପରେ ନିଆଁ ଲାଗି ଯାଇଥିଲା, ଯେଉଁଥିରେ ଦୁଇଜଣ ନିରୀହ ପିଲା ଫସି ଯାଇଥିଲେ | ଏପରି ପରିସ୍ଥିତିରେ ୬ଜଣ ଲୋକ ଗୋଟିଏ ମାନବ ଚେନ କରି ସେହି ନିରୀହ ଛୋଟ ପିଲାମାନଙ୍କୁ ରେସକ୍ୟୁ କରିଥିଲେ | ବର୍ତ୍ତମାନ ଏହି ସାହସ ଭରା ରେସକ୍ୟୁ ଅପରେସନର ଭିଡିଓ ଲୋକମାନଙ୍କ ହୃଦୟ ଜିତୁଛି |

ସୋସିଆଲ ମିଡିଆରେ ମଧ୍ୟ ଏହି ରେସକ୍ୟୁ ଅପରେସନର ଭିଡିଓ ଖୁବ ଭାଇରଲ ହେଉଛି | ଏହାସହିତ ୟୁଜର୍ସମାନେ ଏହି ହିରୋମାନଙ୍କର ସାହସକୁ ମଧ୍ୟ ପ୍ରଶଂସା କରିଛନ୍ତି | ଭାଇରଲ ଭିଡିଓରେ ଦେଖାଯାଇପାରେ ଯେ କିପରି କିଛି ଲୋକ ପରସ୍ପରର ସାହାଯ୍ୟରେ ବିଲଡିଂର ତିନି ମହଲା ପର୍ଯ୍ୟନ୍ତ ପହଞ୍ଚି ପିଲାମାନଙ୍କୁ ରେସକ୍ୟୁ କରୁଛନ୍ତି | ଏକ ରିପୋର୍ଟ ଅନୁଯାୟୀ, ହୁନାନର Xintian ରେ ଏହି ଘଟଣା ସେହି ସମୟରେ ହେଲା, ଯେତେବେଳେ ଗୋଟିଏ ବିଲଡିଂର ତିନି ମହଲା ଉପରେ ନିଆଁ ଲାଗିଲା ଏବଂ ଦୁଇଜଣ ଛୋଟ ଛୁଆ ଘର ଭିତରେ ହିଁ ଫସିଗଲେ |

ଏଠାରେ ଦେଖନ୍ତୁ ଭିଡିଓ :-

ଏହି ପିଲାମାନଙ୍କର ଜୀବନ ବଞ୍ଚାଇବା ପାଇଁ ୬ଜଣ ଲୋକ ମାନବ ଚେନ କରି କୌଣସି ସୁରକ୍ଷା ଉପକରଣ ବିନା ତିନି ମହଲା ପର୍ଯ୍ୟନ୍ତ ପହଞ୍ଚିଲେ ଏବଂ ଝରକା ରାସ୍ତାରେ ପିଲାମାନଙ୍କୁ ସୁରକ୍ଷିତ ଭାବରେ ବାହାର କଲେ | ଏହି ପୁରା ରେସକ୍ୟୁ ଅପରେସନକୁ କେହି ଜଣେ ନିଜ କ୍ୟାମେରାରେ ରେକର୍ଡ କରିଥିଲା ଏବଂ ସୋସିଆଲ ମିଡିଆରେ ସେୟାର କରିଦେଲା | ଯାହା ପରଠାରୁ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଗଲା | ଏହି କ୍ଲିପର ଶେଷରେ ୨ଜଣ ଫାୟାର ମ୍ୟାନ ସାହାଯ୍ୟ ପାଇଁ ଏକ ସିଡ଼ି ନେଇ ଆସୁଥିବାର ଦେଖାଯାଉଛନ୍ତି |

ସୋସିଆଲ ମିଡିଆରେ ଭାଇରଲ ହେବା ପରଠାରୁ ଲୋକମାନେ ଏହି ଭିଡିଓରେ ଖୁବ କମେଣ୍ଟ କରୁଛନ୍ତି | କିଛି ଲୋକ ପିଲାମାନଙ୍କୁ ବଞ୍ଚାଇଥିବା ଲୋକମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି | ସେହିପରି କିଛି ଲୋକ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ବିଲଡିଂ ଘର ଗ୍ରିଲସ ଦ୍ୱାରା କାହିଁକି ଢଙ୍କାଯାଇଛି | ସେହିପରି କିଛି ଲୋକ ଏହା ବୁଝୁଥିଲେ ଯେ ସମସ୍ତଙ୍କ ଭାଗ୍ୟ ଏତେ ଭଲ ନୁହେଁ ଯେ ଠିକ ସମୟରେ ସାହାଯ୍ୟ ପହଞ୍ଚି ଯିବ | ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ |

Leave a Reply

Your email address will not be published. Required fields are marked *