ତାଲିବାନ ଏହି ଖୁଙ୍ଖାର ଆତଙ୍କବାଦୀକୁ ବନାଇଲା ଆଫଗାନିସ୍ତାନର ଡିଫେନ୍ସ ମିନିଷ୍ଟର। ଆମେରିକାର ଜେଲରେ ରହିଥିଲା 6 ବର୍ଷ

ଆଫଗାନିସ୍ତାନ ଉପରେ କବଜା ପରେ ତାଲିବାନ ବର୍ତ୍ତମାନ ସେଠାରେ ସରକାର ବନାଇବା ସ୍ଥିତିରେ ଲାଗି ପଡ଼ିଛି। ଗୋଟିଏ ପଟରେ ସେ ଅଗଷ୍ଟ 31 ତରଖ ସୁଦ୍ଧା ବିଦେଶୀ ସୈନିକଙ୍କୁ କାବୁଲ ଛାଡ଼ିବାକୁ କହିଥିଲା ଓ ଅନ୍ୟ ପଟରେ ସରକାରଙ୍କ ମନ୍ତ୍ରୀପଦ ଲିଷ୍ଟ ପ୍ରସ୍ତୁତ କରାଯାଉଛି। ଏମାନଙ୍କ ମଧ୍ୟରୁ ଏକ ନାଁ ମୂଲା ଅବଦୁଲ କାୟୁମ ଜାକିର ଭଳି ଆତଙ୍କବାଦୀ ନାମ ମଧ୍ୟ ରହିଛି ଯିଏକି ଆମେରିକା ଜେଲରେ ଦୀର୍ଘ 6 ବର୍ଷ ଧରି ଜେଲଦଣ୍ଡ ଭୋଗିଥିଲେ।

ଶାନ୍ତିକର୍ତା ଙ୍କ ବିରୋଧୀ ଅଟେ ମୂଲା:-

ଅଲ ଜଜିରା ନ୍ୟୁଜ ରିପୋର୍ଟ ଦ୍ୱାରା କୁହାଯାଇଛି କି, ଆମେରିକା ଜେଲରେ ରହିସାରିଥିବା ଏହି ଆତଙ୍କବାଦୀକୁ ଆଫଗାନିସ୍ତାନର ରାକ୍ଷମନ୍ତ୍ରୀ ପଦ ଦିଆଯାଇଛି। ସେ ଶାନ୍ତିବାର୍ତା ବିରୋଧୀ ଅଟେ ଓ ଏକ ଅନୁଭବୀ ତାଳିବାନୀ କମାଣ୍ଡର ମଧ୍ୟ ଅଟେ। ତାକୁ ତାଲିବାନ ସଂସ୍ଥାପକ ମୁଲା ଉମର ର ପାଖ ଲୋକ ବୋଲି ମାନାଯାଏ।

2007 ପର୍ଯ୍ୟନ୍ତ Guantanamo Bay ରେ ରହିଥିଲା:-

ରିପୋର୍ଟ ଅନୁସାରେ, ଆମେରିକାର ୱାର୍ଲଡ଼ ଟ୍ରେଡ଼ ସେଣ୍ଟର ପାଖରେ ହୋଇଥିବା ଆକ୍ରମଣରେ 2001 ମସିହାରେ ମୂଲା କୁ ଆମେରିକୀୟ ସୈନ୍ୟ ଧରି ନେଇଥିଲେ, ତାକୁ 2007 ପର୍ଯ୍ୟନ୍ତ ବନ୍ଦୀ ବନାଇ ରଖାଯାଇଥିଲା। ଏହାପରେ ତାଙ୍କୁ ଛାଡ଼ି ଦିଆଗଲା ଓ ଅଫଗାନ ସରକାରଙ୍କୁ ଦିଆଗଲା।

ସଦର ଇବ୍ରାହିମକୁ ବନାଗଲା ହୋମ ମିନିଷ୍ଟର:-

ତାଲିବାନ ଔପଚାରିକ ଭାବରେ କୌଣସି ସରକାର ଗଠନ କରିନାହିଁ କିନ୍ତୁ ଦେଶ ଚଳାଇବା ପାଇଁ କିଛି ନେତା ମାନଙ୍କୁ ପ୍ରମୁଖ ପଦ ଉପରେ ନିଯୁକ୍ତି ଦିଆଯାଉଛି। Pajhwok ନ୍ୟୁଜ ମୁତାବିକ, ହଜି ମହମ୍ମଦ ଇଦରିସକୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ‘ଦ ବ୍ୟାଙ୍କ ଅଫ ଆଫଗାନିସ୍ତାନ’ ର କାର୍ଯ୍ୟବାହାକ ପ୍ରମୁଖ ଭାବରେ ନିଯୁକ୍ତି ଦିଆଯାଇଛି। ଏହିପରି ତାଲିବାନ ର ଶାଖାଉଲଲହ କୁ ଶିକ୍ଷା ପ୍ରମୁଖ, ଅବଦୁଲ ବାକିକୁ ଉଚ୍ଚ ଶିକ୍ଷାର ପ୍ରମୁଖ ଓ ସଦର ଇବ୍ରାହିମକୁ ହୃହ ମନ୍ତ୍ରାଳୟ ଦିଆଯାଇଛି।

Troops ଫେରିବାପରେ ହେବ ଘୋଷଣା:-

ଏହାବ୍ୟତୀତ ଗୁଲ ଅଗା କୁ ବିତ୍ତମନ୍ତ୍ରୀ, ମୂଲା ସିରିନକୁ କାବୁଲ ଗଭର୍ଣ୍ଣର, ହମଦୁଲା ନୋମାନିକୁ କାବୁଲର ମେୟର ଓ ନଜିବୁଲା କୁ ଖୁଫିଆ ଭାବରେ ନିଯୁକ୍ତି କରାଯାଇଛି। ଏହାସହ ଜାବିହୁଲହ ମୁଜେଦକୁ ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। କୁହାଯାଉଛି ଆଫଗାନିସ୍ତାନରୁ ଆମେରିକୀୟ ସେନା ଓ ବ୍ରିଟିଶ ସେନା ଯିବାପରେ ଔପଚାରିକ ଭାବରେ ସରକାର ଗଠନ ହେବ।

Leave a Reply

Your email address will not be published. Required fields are marked *