ଘର ଆଉ ଚାକିରୀ ଛାଡି୨ ବର୍ଷ ପର୍ଯ୍ୟନ୍ତ ହନିମୁନ ମନାଇଲେ ଦମ୍ପତି,ଏତିକି ଟଙ୍କା କଲେଣି ଖର୍ଚ୍ଚ

ବିବାହ ପରେ ହନିମୁନ ସବୁ ଯାଇଥାନ୍ତି, କିନ୍ତୁ ଏକ ନବ ବିବାହିତା କପଲଙ୍କ ସ୍ପେଶାଲ ‘ଫେମିଲିମୁନ’ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ୨୦୧୯ ମସିହାରେ ବିବାହ ପରେ ରସ ଓ ସାରା ବେରଟ ନିଜର ପୁଅ ଓ କୁକୁର ସହିତ ବିଦେଶରେ ହନିମୁନ ପାଇଁ ବାହାରିପଡିଛନ୍ତି। ଦୁଇ ବର୍ଷର ଏହି ସ୍ମୃତିକୁ ମନେ ରଖିବା ପାଇଁ କପଲ ଏକ ଭେନ ଜରିଆରେ ୧୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରି ସେଲିବ୍ରେଟ କରିଛନ୍ତି।

ଏହି ସମୟରେ ରସ ଓ ସାରା ନିଜର ଘରକୁ ପାଖାପାଖି ୮୧ ହଜାର ଟଙ୍କା ହିସାବରେ ଭଡାରେ ଦେଇଦେଲେ ଓ ନିଜର ପୁଅ ରେଲି ଓ ଲାବ୍ରାଡର ସହିତ ନିଜର କ୍ୟାମ୍ପର ଭେନରେ ଶରଣ ନେଇନେଲେ। କପଲ ଏହି ଭେନ ନିଜର ହନିମୁନରେ ୫ବର୍ଷ ପୂର୍ବେ ୨୦୧୪ ମସିହାରେ କିଣିଥିଲେ। ଏହି ସମୟରେ ପରିବାର ୟୁରୋପ ସମେତ ଫ୍ରାନ୍ସ, ସ୍ଵିଜରଲାଣ୍ଡ, ଇଟାଲୀ, ସ୍ପେନ, ତୁର୍କୀ ଓ ବୁଲଗେରିଆ ସମେତ ଅନେକ ଦେଶରେ ବୁଲିଲେ।

କପଲ ବର୍ତ୍ତମାନ ନିଜର ଘର ଇଂଲଣ୍ଡକୁ ଫେରି ଆସିଛନ୍ତି। ବର୍ତ୍ତମାନ ତାଙ୍କର ପୁଅ ୫ବର୍ଷର ହୋଇସାରିଛି। ଘରକୁ ଫେରିବା ପରେ ପାରିବାର ନିଜର ଏଡଭେଞ୍ଚର ଟ୍ରିପକୁ ବହୁତ ମନେ ପକାଉଛନ୍ତି। ପରିବାର ନିଜର ପୁରୁଣା ଜୀବନଶୈଳୀକୁ ତ୍ୟାଗ କରି ବୁଲିବା ଅନ୍ଦାଜକୁ ଆପଣେଇବାର ଯୋଜନା କରିଥିଲେ।

ରସ ପ୍ରଥମେ ଏକ ରୟାଲ ମରିନ କମାଣ୍ଡର ଥିଲେ। ସେ କହିଲେକି ଏହି ଫେମେଲିମୁନରେ ତାଙ୍କର ପ୍ରତ୍ଯେକ ଦିନ ରୋମାଞ୍ଚକରେ ଥିଲା। ପ୍ରତ୍ଯେକଥର ନିଜର ଭେନର କବାଟ ଖୋଲିବା ମାତ୍ରେ ସେମାନେ ନୂଆ ସ୍ଥାନରେ ଥାନ୍ତି। ଆମକୁ ଜଣାନଥାଏକି ଆଗକୁ କଣ ହେବ।

ରସ କହିଲେକି ତାଙ୍କର ପରିବାର ମିଳିମିଶି ନିଷ୍ପତ୍ତି ନେଇଥିଲେକି କୌଣସି ବଡ ଏଡଭେଞ୍ଚର ଟ୍ରିପରେ ଯିବା ଉଚିତ। ଆମେ ନିଜର ପରିବାର ସହିତ ଏକ କ୍ଵାଲିଟି ସମୟ ବିତାଇବାକୁ ଚାହୁଞ୍ଚୁ। ଏହି ସମୟରେ କପଲ ନିଜର ପିଲାର ପଢାକୁ ଅବହେଳା କରିନଥିଲେ। ସେ ହାଉସ୍କୁଲିଙ୍ଗ ଜରିଆରେ ପିଲାକୁ ପଢାଉଥିଲେ।

ଏହି ଟ୍ରିପରେ ରସଙ୍କ ପରିବାରର ସ୍ଲୋଗାନ ଥିଲାକି-‘ଏଭରି ଡେ ଇଜ ଏ ସଟର୍ଡେ’ ଅର୍ଥାତ ପ୍ରତ୍ଯେକ ଦିନ ଏକ ଶନିବାର ଅଟେ। ବିବାହ ପରେ ରସ ନିଜର ଚାକିରି ଛାଡି ଦେଇଥିଲେ। ନିଜର ଘରକୁ ଭଡାରେ ଦେଇ ଦେଇଥିଲେ ଓ ପରିବାର ସହିତ କ୍ଵାଲିଟି ଟାଇମ ବିତାଇବାକୁ ବିଦେଶ ଯାତ୍ରାରେ ବାହାରିଥିଲେ।

ରସ କହିଲେକି, ଚାକିରି ଛାଡିବାର ନିଷ୍ପତ୍ତି ଗୁରୁତ୍ବପୂର୍ଣ ଥିଲା କାରଣ ମୋ ପାଖରେ ଏକ ସିକ୍ୟୋର ଆୟ ଥିଲା। କିନ୍ତୁ ଯେତେବେଳେ ଆପଣ କୌଣସି ପେସାରେ ଥିବା ସେତେବେଳେ ଚାକିରି ସହିତ ଏତେ ବଡ ପଦକ୍ଷେପ ଉଠାଇବା ଆପଣଙ୍କ ପାଇଁ ସହଜ ନୁହେଁ। ସେଥିପାଇଁ ବିବାହ ପରେ ମୁଁ ନୋଟିସ ଦେଲି ଓ ଆମେ ଦୁଇ ବର୍ଷ ପାଇଁ ସ୍ପେଶାଲ ହନିମୁନରେ ବାହାରି ପଡିଲୁ।

ରସ କହିଲେକି ଆମର ଏହି ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁ କହୁଥିଲେକି ଆମେ ପାଗଳ ହୋଇସାରିଛୁ ଓ ଆମେ କିଛି ସପ୍ତାହରେ ହାର ମାନି ଫେରିଆସିବୁ। ଲୋକଙ୍କ ଏହି ପ୍ରତିକ୍ରିୟା ମୋତେ ସାମାନ୍ୟ ଚିନ୍ତାରେ ପକାଉଥିଲା। ମୁଁ ଅନେକ ଥର ନିଜକୁ ଏହି ପ୍ରଶ୍ନ କରିଛିକି କଣ ଆମେ ଠିକ କରୁଛୁ। ପୁଣି ଯେତେବେଳେ ମୁଁ ସବୁକିଛିକୁ ଭଲ ଭାବରେ ଦେଖିଲି ସେତେବେଳେ ସବୁକିଛି ଠିକ ବୋଲି ଲାଗିଲା।

ଆଜିକାଲି ଏହାର ଲାଭ ଦେଖୁଛନ୍ତି। ଆମେ ଦୁଇବର୍ଷ ନିଜର ଜୀବନର ଏକ ଏକ ମିନିଟ ଖୋଲିକରି ବଞ୍ଚିଛୁ। ରସ କୁହନ୍ତିକି,’ଆଜି ମୋତେ ଲାଗୁଛିକି ଆମ ଜୀବନର ସବୁଠାରୁ ଭଲ ନିଷ୍ପତ୍ତି ଥିଲା।’ ଏଥର ରସଙ୍କ ପତ୍ନୀ ସାରା କହିଲେ,’ଦୁଇ ବର୍ଷର ଏହି ଫେମେଲିମୁନକୁ ନେଇ ଲୋକ ଅନେକ ପ୍ରକାର ପ୍ରଶ୍ନ ପଚାରୁଥିଲେ। ସେ କହୁଥିଲେକି ତୁମେମାନେ ପାଗଳ ହୋଇଯାଇଛ। ରସ ନିଜର ସିକ୍ଯୋର ଚାକିରି ଛାଡୁଛନ୍ତି। ତୁମେ ଲୋକମାନେ କଣ କରିବାକୁ ଯାଉଛ?’

ସାରା ଆଗକୁ କହିଲେକି, ଲୋକମାନେ ବୋଧହୁଏ ଭାବିଥିଲେଯେ ଆମେ ଏହା ବିଷୟରେ ଆଦୌ ଚିନ୍ତା କରିନାହୁଁ। ଆମର ଭ୍ୟାନ ବହୁତ ଛୋଟ ଥିଲା। ଆମକୁ ଏହା ଭିତରେ ଶୋଇବାକୁ ପଡିଲା ଏବଂ ଗାଧୋଇବା କିମ୍ବା ଖାଦ୍ୟ ରାନ୍ଧିବା ପାଇଁ ଭ୍ୟାନରୁ ବାହାରକୁ ଯିବାକୁ ପଡିଲା। ସାରା କହିଛନ୍ତିଯେ ମହାମାରୀ ସମୟରେ ଏହା ଆମର ଅଭିଜ୍ଞତାର ସର୍ବୋତ୍ତମ ଅଂଶ ଅଟେ। ଯଦି ଆମେ ଘରେ ତାଲା ପକାଇଥା’ନ୍ତି, ତେବେ ଆମେ କାରାଗାରରେ ଥା’ନ୍ତେ। ଏହା ବଦଳରେ ଆମେ ସମୁଦ୍ରର ସୁନ୍ଦର କୂଳରେ ଆମର ସମୟ ବିତାଇଥିଲୁ।

ସାରା କହିଛନ୍ତିଯେ ସେ ତାଙ୍କ ଘରୁ ସଂଗ୍ରହ କରୁଥିବା ଭଡା ଫୋନ ବିଲ, ଭ୍ୟାନ ବୀମା, ଯାନ ଟ୍ୟାକ୍ସ, ଭ୍ୟାନ ଇନ୍ଧନ, ଖାଦ୍ୟ, ଆଇସ୍କ୍ରିମ, ବିୟର, ମଦ ଏବଂ ଯାତ୍ରା ଭଳି ସମସ୍ତ ଖର୍ଚ୍ଚ ପୂରଣ କରୁଥିଲା। ୨୦୧୯ରେ ବିବାହ ପୂର୍ବରୁ ମଧ୍ୟ ରସ ଏବଂ ସାରା ଦୁଇ ସପ୍ତାହ ପାଇଁ ଏକ ଜାହାଜରେ ଯାତ୍ରା କରିଥିଲେ।

ସାରା କହିଛନ୍ତିଯେ ଦୁଇ ବର୍ଷର ଏହି ହନିମୁନରେ ସେ ତୁର୍କୀକୁ ସର୍ବୋତ୍ତମ ଦେଶ ଭାବରେ ପାଇଛନ୍ତି, ଏଠାରେ ଦୃଶ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ତୁର୍କୀରେ ସମୁଦ୍ର କୂଳରେ ବୁଲିବା ସମୟରେ ସୁନ୍ଦର ବନ୍ୟ କଇଁଛମାନେ ଆମ ଚାରିପାଖରେ ବୁଲୁଥିଲେ, ଏହି କଇଁଛମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ରସଙ୍କୁ ଅନେକ ଥର ଭ୍ୟାନରୁ ଓହ୍ଲାଇବାକୁ ପଡୁଥିଲା।

ସେହିପରି ରସ କହିଲେକି ତୁର୍କୀରେ ଡଲଫିନ ସହିତ ସ୍ଵୀମିଂ କରିବା ସବୁଠାରୁ ସ୍ମୃତି ମଧ୍ୟରୁ ଗୋଟିଏ ଅଟେ। ରସ କହିଲେ, ସେଦିନ ମୋର ଜନ୍ମଦିନ ଥିଲା ଓ ମୁଁ ଡଲଫିନ ସହିତ ପାଣିରେ ଥିଲି। ଯେତେବେଳେକି ସାରା ଓ ରିଲି ଡଲଫିନ ଗାଇଡଙ୍କ ସହିତ ବସିଥିଲେ। ରିଲି ଡଲଫିନଙ୍କ ପାଖକୁ ବଲ ଫିଙ୍ଗୁଥିଲେ। ସେହି ଲୋକମାନେ ଡାନ୍ସ କରୁଥିଲେ ଓ ମୋତେ ଫ୍ଲାଇଙ୍ଗ କିସ ଦେଉଥିଲେ।

Leave a Reply

Your email address will not be published. Required fields are marked *