ନଡ଼ିଆ ଦ୍ୱାରା ଆ-କ୍ର-ମ-ଣ କରିବାର ଗଜବ ଟ୍ୟାଲେଣ୍ଟ,ଫୋଟୋରେ ଦେଖନ୍ତୁ ଶଶୀ ଥରୁରଙ୍କ ୮ ଅବତାର

କଂଗ୍ରେସ ସାଂସଦ ଶଶୀ ଥରୁର ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଥାନ୍ତି। ବିଗତ ଦିନରେ ସେ ଫେସବୁକରେ ନିଜର କିଛି ଫୋଟୋ ଶେୟର କରିଛନ୍ତି। ଏହାମଧ୍ୟରୁ କିଛି ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଶଶୀ ଥରୁରଙ୍କ ସେହି ଫୋଟୋ ମିମ୍ସ ହୋଇ ସାମ୍ନାକୁ ଆସିଛି।

ଥରୁର ମଧ୍ୟ ନିଜର କିଛି ମିମ୍ସ ଉପରେ ମଜାଦାର ରିଆକ୍ସନ ଦେଇଥିଲେ ଓ ଟ୍ୱିଟରରେ ଭାଇରାଲ ହେଉଥିବା ନିଜର ମିମ୍ସକୁ ସେ ଫେସବୁକରେ ଶେୟର କରିଥିଲେ। ମିମ୍ସରେ ଶଶୀ ଥରୁର କ୍ରିକେଟ ମୈଦାନରେ ନଜର ଆସୁଥିବା ବେଳେ କେତେବେଳେ ଅଲମ୍ପିକରେ।

ଏକ ମିମ୍ସରେ ସେ ଚା ଛାଣୁଥିବା ଦେଖାଯାଉଛି ତ କେତେକ ମିମ୍ସରେ ଭାରତ ନାଟ୍ୟମ ଓ WWE ରେଶଲିଂ କରୁଥିବାର ନଜର ଆସିଛନ୍ତି।

ଆଶ୍ଚର୍ଯ୍ୟର କଥା ଏହାକି ଯେ, ଏମାନଙ୍କ ମଧ୍ୟରୁ କିଛି ମିମ୍ସକୁ ନିଜେ ସାଂସଦ ଥରୁର ଶେୟର କରିଛନ୍ତି ଯାହାଦ୍ୱାରା ୟୁଜର୍ସ ମାନେ ଏହାଉପରେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। ଥରୁର କହିଛନ୍ତି, ଏହା ବହୁତ ମଜାଳିଆ ଅଟେ ଓ ମୋତେ ପସନ୍ଦ ମଧ୍ୟ ଆସିଲା।

ନିଜର କିଛି ମିମ୍ସକୁ ଶେୟର କରି ସେ କହିଥିଲେ କି, ଏହି ମିମ୍ସ ଗୁଡିକ ମୁଁ ନଡିଆ ଭାଙ୍ଗିବା ସମୟର ଅଟେ ଯାହାକି ମଜାଦାର ଓ ପସନ୍ଦ ମଧ୍ୟ ଆସିଲା। କିଛି ମିମ୍ସରେ ତାଙ୍କୁ ଅଲମ୍ପିକ ଷ୍ଟାଡିୟମ ଭିତରେ ଥିବାର ଦେଖାଯାଇଛି।

ଆଉଏକ ମିମ୍ସ ରେ ଦେଖାଯାଉଛି ଥରୁର ନଡ଼ିଆ ଧରି ଏକ ନଦୀ କୂଳରେ ଛିଡ଼ା ହୋଇଛନ୍ତି। ଥରୁର ନଡ଼ିଆ ଧରି ପାଣିକୁ ଫିଙ୍ଗୁଥିବାର ନଜର ଆସିଛନ୍ତି। ଥରୁର ଙ୍କ ଏହି ଫୋଟୋରେ statue of dictionary ଲେଖାଯାଇ ଶେୟର କରାଯାଇଛି।

ଜଣାଇଦେଉଛୁ କି, ମିମ୍ସର ଆରମ୍ଭ ସେବେ ହୋଇଥିଲା ଯେବେ ବିଗତ ସପ୍ତାହରେ ଶଶୀ ଥରୁର ଓଣମ ପର୍ବରେ ନିଜର କିଛି ଫୋଟୋ ଫେସବୁକରେ ଶେୟର କରିଥିଲେ। ଫୋଟୋରେ ସେ ନଡ଼ିଆ ଭାଙ୍ଗିବାର ଦୃଶ୍ୟ ଦେଖାଯାଇଥିଲା ଓ ଏହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି

ଆପଣଙ୍କୁ ଜଣାଇଦେଉଛୁକି, ଶଶୀ ଥରୁର ନିଜର ଇଂରାଜୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କେତେଥର ସେ ନିଜର ମଜାଦାର ଫୋଟୋ ପାଇଁ ମଧ୍ୟ ଚର୍ଚ୍ଚିତ ହେଉଛନ୍ତି। ଯେବେ ନଡ଼ିଆ ଭାଙ୍ଗୁଥିବା ଫୋଟୋ ଶେୟର କରାଗଲା ସେତେବେଳେ ଏହାର ବହୁତ ମିମ୍ସ କରାଯାଇଥିଲା।

Leave a Reply

Your email address will not be published.