ଦେଖନ୍ତୁ ଭିଡ଼ିଓ : ପୋଲିସ କର୍ମୀ ସଡକ ମଝିରେ କାର ସାମ୍ନାରେ କଲେ ଏମିତି ହରକତ, ଭିଡିଓ ହେଲା ଭାଇରାଲ

ପ୍ରାୟତଃ ଲୋକ ନିଶା ଅବସ୍ଥାରେ ଅଲଗା ଅଲଗା ହରକତ କରିବାକୁ ଲାଗନ୍ତି ଓ ସେମାନଙ୍କୁ ଏହି ବିଷୟରେ ଆଦୌ କିଛି ଜଣାନଥାଏକି ସେମାନେ କଣ କରୁଛନ୍ତି। ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ ହେଉଅଛି, ଯେଉଁଥିରେ ଏକ ପୋଲିସକର୍ମୀ କଥିତ ରୂପରେ ନିଶାରେ ନଜର ଆସୁଛନ୍ତି ଓ ସଡକ ମଝିରେ ଆଶ୍ଚର୍ଯ୍ୟକର ହରକତ କରୁଛନ୍ତି।

କାର ସାମ୍ନାରେ କରିବାକୁ ଲାଗିଲେ ଏମିତି ହରକତ:-

ଭାଇରାଲ ହେଉଥିବା ଏହି 15 ସେକେଣ୍ଡର ଭିଡିଓକୁ ଦେଖି ଲାଗୁଛିକି ପୋଲିସକର୍ମୀ ନିଶାରେ ଅଛନ୍ତି ଓ ସଡକ ମଝିରେ ଏକ କାର ଆଗରେ ଚିଇଦା ହୋଇଛନ୍ତି। ଏହାପରେ କାରକୁ ପଛକୁ ଠେଲୁଛନ୍ତି। ପୋଲିସକର୍ମୀଙ୍କ ଏହି ହରକତ ଦେଖି ସାଥିରେ ଥିବା ଆଉ ଜଣେ ପୋଲିସକର୍ମୀ ତାଙ୍କୁ ହଟାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ବହୁତ ଚେଷ୍ଟା ପରେ ସେ ସଫଳ ହୁଅନ୍ତି ନାହିଁ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 👑comedian👑 (@funny_reel_video_)

ଭିଡିଓ କେଉଁଠିକାର ସେ ବିଷୟରେ ଜଣାପଡିନାହିଁ:-

ଭିଡିଓରେ ଦେଖାଯାଉଛିକି ପୋଲିସଙ୍କର ଏହି ହରକତ ଦେଖି ଆଖପାଖରେ ଲୋକଙ୍କର ଭିଡ ଜମା ହୋଇଯାଇଛି। ଇତି ମଧ୍ୟରେ ସାରା ଘଟଣାକ୍ରମର ଭିଡିଓ କେହି ଜଣେ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ‘funny_reel_video’ ନାମକ ଏକ ଏକାଉଣ୍ଟରେ ସେୟାର କରାଯାଇଛି। ଏଥିରେ ସ୍ପଷ୍ଟ ଭାବରେ ଜଣା ପଡୁନାହିଁକି ଭିଡିଓ କେଉଁଠିକାର ଓ କେତେବେଳେ ସୁଟ କରାଯାଇଛି।

Leave a Reply

Your email address will not be published. Required fields are marked *