ମହମ୍ମଦ ସାମୀଙ୍କ ସ୍ତ୍ରୀ ହସିନାଙ୍କୁ ଲୋକମାନେ କହିଲେ ବହୁତ ଖରାପ ମହିଳା,ଝିଅକୁ ନିଜ ପରି ବନାଅ ନାହିଁ

ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜହାଂ ସୋସିଆଲ ମିଡ଼ିଆରେ ନିଜ ଝିଅର ଏକ ଫୋଟୋ ଶେୟର କରିଛନ୍ତି। ଏହାକୁ ଦେଖି ଲୋକମାନେ ତାଙ୍କୁ ଖରାପ ମହିଳା କହୁଛନ୍ତି। ତାଙ୍କ ଝିଅର ଏହି ଭିଡ଼ିଓରେ ଲୋକମାନେ ଆପତ୍ତି ଜତାଇଥିଲେ ଓ ତାଙ୍କର କ୍ଳାସ ମଧ୍ୟ ନେଇଥିଲେ। ହସିନ ଜହାଂ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଓ ସମୟ ସମୟରେ ସେ ପୋଷ୍ଟ ମଧ୍ୟ କରିଦେଇଥାନ୍ତି।

ଏବେଏବେ ହସିନ ଜହାଂ ନିଜ ଝିଅର ଏକ ଭିଡ଼ିଓ ଶେୟର କରିଥିଲେ ଯେଉଁ ଭିଡ଼ିଓରେ ତାଙ୍କର ଝିଅ ନାଚୁଥିଲା। କିନ୍ତୁ ଲୋକଙ୍କୁ ଏହି ଭିଡ଼ିଓ ପସନ୍ଦ ଆସିନଥିଲା। ଲୋକମାନେ ଏହାକୁ ଦେଖି କ୍ରୋଧିତ ହୋଇଯାଇଥିଲେ।

ହସିନ ଜହାଂଙ୍କ ତରଫରୁ ଶେୟର କରାଯାଇଥିବା ଏକ ଭିଡ଼ିଓରେ ତାଙ୍କ ଝିଅ ଡ଼୍ୟାନ୍ସ କରୁଛି ଯେଉଁ ଅନ୍ଦାଜରେ ତାଙ୍କର ଝିଅ ନାଚୁଛି ଲୋକଙ୍କୁ ଏହା ପସନ୍ଦ ଆସିଲନାହିଁ ଓ ଲୋକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଲେ। ଲୋକମାନେ ହସିନଙ୍କୁ କହିଥିଲେ ନିଜ ପରି ନିଜ ଝିଅଙ୍କୁ ବନାଅ ନାହିଁ।

ବର୍ତ୍ତମାନ ଶାମି ଓ ହସିନ ଜହାଂ ଏକାଠି ରହୁନାହାଁନ୍ତି କାରଣ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଛି। ଅଲଗା ହେବାପରେ ଉଭୟଙ୍କ ଝିଅ ବର୍ତ୍ତମାନ ହସିନଙ୍କ ପାଖରେ ରହୁଛି। ହସିନ ତାଙ୍କ ଝିଅର ଫୋଟୋ କେବେକେବେ ସୋସିଆଲ ମିଡ଼ିଆରେ ଶେୟର ମଧ୍ୟ କରିଥାନ୍ତି। କିନ୍ତୁ ବର୍ତ୍ତମାନ ସେ ଯେଉଁ ଭିଡ଼ିଓ ବନାଇଛନ୍ତି ଏହାକୁ ନେଇ ଲୋକମାନେ ତାଙ୍କୁ ବହୁତ ଶୁଣାଇଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି, 2018 ମସିହାରେ ଶାମିଙ୍କ ଉପରେ ତାଙ୍କ ପତ୍ନୀ ବହୁତ ଗମ୍ଭୀର ଆରୋପ ଲଗାଇଥିଲେ। ସେ ଆରୋପ ଲଗାଇ କହିଥିଲେ, ଶାମି ତାଙ୍କ ସହିତ ରେପ ଓ ତାଙ୍କୁ ମାରପିଟ କରୁଛନ୍ତି। ଅଭିଯୋଗ ପରେ ଶାମିଙ୍କ ଉପରେ ମାମଲା ଦର୍ଜ କରାଯାଇଛି।

ହସିନ ଜହାଂ ଶାମି ଓ ତାଙ୍କ ଭାଇ ବିପକ୍ଷରେ ଅଭିଯୋଗ ଦାରଜ କଲେ। ଶାମିଙ୍କ ବିରୋଧରେ ଆଇପିସି ଧାରା 498ଏ ଓ ଧାରା 354 ଅନ୍ତର୍ଗତ ମାମଲା ଦର୍ଜ କରାଗଲା। ଯେବେକି ତାଙ୍କ ଭାଇ ହାସିଦ ଅହମ୍ମଦଙ୍କ ବିରୁଦ୍ଧରେ 354 ଧାରା ଲଗାଯାଇଥିଲା।

ହସିନ ଜଣେ ମଡେଲ ଥିଲେ ଓ ସେ 6 ଜୁନ 2014 ରେ ବିବାହ କରିଥିଲେ। ସେ କୋଲକାତାରେ ରୁହନ୍ତି। ସେବେ ସେ କୋଲକାତା ନାଇଟ ରାଇଡ଼ର୍ସର ଚିୟର ଲିଡ଼ର ଥିଲେ। ସେ ସମୟରେ ଉଭୟଙ୍କର ଦେଖା ସାକ୍ଷାତ ହୋଇଥିଲା। ଉଭୟଙ୍କୁ ପ୍ରେମ ହୋଇଗଲା ଓ ଶାମି ପରିବାର ବିପକ୍ଷରେ ଯାଇ ବିବାହ କଲେ। ଶାମି ଜୁଲାଇ 17 2015 ରେ ପିତା ହୋଇଥିଲେ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by hasin jahan (@hasinjahanofficial)

କୁହାଯାଉଛି ହସିନ ଜହାଂ ଦୁଇଟି ବିବାହ କରିଛନ୍ତି। ଶାମିଙ୍କ ପୂର୍ବରୁ ସେ ଜଣେ ଦୋକାନୀକୁ ବିବାହ କରିଥିଲେ। 2002 ମସିହାରେ ତାଙ୍କୁ ଏକ ଦୋକାନୀ ସହିତ ପ୍ରେମ ହୋଇଯାଇଥିଲା ଓ ସେ ସେହି ସମୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ପରିବାର ବିପକ୍ଷରେ ଯାଇ ଷୈଫୁଦ୍ଦିନଙ୍କୁ ବିବାହ କରିଥିଲେ କିନ୍ତୁ ଏହା ବେଶୀ ଦିନ ଚାଲିନଥିଲା।

ହସିନ ଓ ଷୈଫୁଦ୍ଦିନଙ୍କ ଦୁଇଟି ସନ୍ତାନ ରହିଛନ୍ତି ଯିଏକି ବର୍ତ୍ତମାନ ଷୈଫୁଦ୍ଦିନଙ୍କ ପାଖରେ ରହୁଛନ୍ତି। ଉଭୟ 2010ରେ ପରଷ୍ପର ଠାରୁ ଅଲଗା ହୋଇଥିଲେ। ଏହାର ଚାରିବର୍ଷ ପରେ ଶାମିଙ୍କ ସହିତ ବିବାହ କରିଥିଲେ ଓ ସେ ତାଙ୍କ ସହ ମଧ୍ୟ ରହୁନାହାନ୍ତି।

Leave a Reply

Your email address will not be published. Required fields are marked *