ଭାରତ-ଇଂଲଣ୍ଡ : ସୁନୀଲ ଗାଭାସ୍କର-ନାସୀର ହୁସେନଙ୍କ ମଧ୍ୟରେ ଲଢେଇ,ବିରାଟ ସେନା ପାଇଁ ହେଲା ଏମିତି ବିବାଦ

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଖେଳାଯାଉଛି|ଲର୍ଡସ ପଡ଼ିଆରେ ଦ୍ୱିତୀୟ ମୁକାବିଲାରେ ଭାରତୀୟ ଦଳ ୧୫୧ ରନର ଶକ୍ତ ଟାର୍ଗେଟ ଦେଇଥିଲେ|ଫଳରେ ବିରାଟ ସନା ଠାରୁ ବହୁତ ଆଶା କରାଯାଉଥିଲା କିନ୍ତୁ ପ୍ରଥମ ପାଳିରେ ଭାରତ ପ୍ରଦର୍ଶନ ଧୂଳିସାତ ହୋଇଗଲା|

ଯଦିଓ ତୃତୀୟ ଆରମ୍ଭ ହେବା ପୂର୍ବରୁ ସୁନୀଲ ଗାଭାସ୍କର-ନାସୀର ହୁସେନ ମଧ୍ୟରେ ଜମେଇକି ଯୁକ୍ତିତର୍କ ହୋଇଥିଲା|

ଲର୍ଡସରେ ତୃତୀୟ ଟେଷ୍ଟ ହେବା ପୂର୍ବରୁ ଏକ ସୋ ରେ ସୁନୀଲ ଗାଭାସ୍କର ଓ ନାସୀର ହୁସେନ ମହଜୁଦ ଥିଲେ|ଡେଲି ମେଲ ସହ କଥାବାର୍ତ୍ତା ବେଳେ ନାସୀର କହିଛନ୍ତି ଯେ ପୂର୍ବ ଜମାନାର ଭାରତୀୟ ଦଳକୁ ଉକସାଇ କରି ହଇରାଣ କରାଯାଇପାରୁ ଥିଲା କିନ୍ତୁ ବିରାଟ ବାହିନୀକୁ ଉସକାଇଲେ ଦୁଇଗୁଣ କ୍ଷମତାରେ ଜବାବ ଦେଉଛନ୍ତି|

ଏବେ ମ୍ୟାଚ ହେବା ପୂର୍ବରୁ ସୋନୀ ଟିଭିର ଲାଇଭ ପ୍ରୋଗ୍ରାମ ସମୟରେ ଗାଭାସ୍କର ନାସୀର ହୁସେନଙ୍କୁ ପଚାରିଲେ ଆପଣ କହିଲେ ମହଜୁଦ ଭାରତୀୟ ଦଳ ପ୍ରଥମ ଜେନେରେସନ ଭାବେ ମୈଦାନରେ ଛିଣ୍ଟାକଶିରେ ପରେସାନ ହୁଏ ନାହିଁ|ମୁଁ ପ୍ରଥମ ପିଢିରେ ଆସେ|ଆପଣ କହିପାରିବେ କି କେଉଁ ପିଢ଼ି କଥା କହୁଛନ୍ତି?ମଜାକ କରିବାର ପ୍ରକୃତ ମତଲବ କ’ଣ?

ଗାଭାସ୍କରଙ୍କ ଏହି ଜବାବରେ ନାସୀର କହିଛନ୍ତି ଯେ ମୋତେ ଲାଗେ ପ୍ରଥମେ ଭାରତୀୟ ଦଳ ପଡ଼ିଆରେ ରାଗ ଦେଖାନ୍ତି ନାହିଁ|ବିରାଟ ଦଳ ଏହି ପରିପ୍ରେକ୍ଷୀରେ ଦୁଇଗୁଣ ଦେଖାଉଛନ୍ତି|ମୁଁ ଗାଙ୍ଗୁଲୀକୁ କେବେକେବେ ରାଗିବା ଦେଖିଛି ସେ ଆରମ୍ଭ କରିଥିଲେ ଓ ଏହାକୁ କୋହଲି ବଢାଉଛନ୍ତି|

ଏହା ଉପରେ ଗାଭାସ୍କର କହିଛନ୍ତି ଯେ ଆପଣ କହିଛନ୍ତି ଯେ ପ୍ରଥମେ ଜେନେରେସନ ପଡ଼ିଆରେ ଉସକାଇଲେ ରାଗି ଯାଉଛନ୍ତି|ଯଦି ଆପଣ ରେକର୍ଡ ଦେଖିବେ ୧୯୭୧ରେ ଆମେ ଜିତିଲୁ|ଏହା ମୋର ଇଂଲଣ୍ଡର ପ୍ରଥମ ଗସ୍ତ ଥିଲା|୧୯୭୪,୧୯୭୯,୧୯୮୨ରେ ଆମେ ହାରିଲୁ|୧୯୮୬ରେ ଆମେ ୨-୦ରେ ଜିତିଲୁ|ମୋତେ ଲାଗୁନି ଯେ ମୋ ଜେନେରେସନ ଖେଳାଳି ଉସକାଇଲେ ହଇରାଣ ହେଉଥିଲେ|ମୋତେ ଲାଗେନାହିଁ ଯେ ଉଗ୍ରତା ସର୍ବଦା ବିରୋଧୀ ଦଳ ବିରୋଧରେ ଆପଣଙ୍କ ଚେହରାରେ ନଜର ଆସିବା ଆବଶ୍ୟକ|ଆପଣ ଆପଣଙ୍କର ଜୁନୁନ ଦେଖାଇପାରନ୍ତି|

Leave a Reply

Your email address will not be published. Required fields are marked *