IAS ଚାକିରି ଛାଡି କଲେ ବ୍ୟବସାୟ, ଛିଡା କରିଦେଲେ ୧୪,୦୦୦ କୋଟି ଟଙ୍କାର କମ୍ପାନୀ, ଜାଣନ୍ତୁ କିଏ ଏହି ରୋମନ ସୈନି

ସମସ୍ତଙ୍କ ପାଇଁ ସଫଳ ହେବାର ନିଜର ପରିଭାଷା ଥାଏ। କେହି ଡାକ୍ତର ହେବାକୁ ପସନ୍ଦ କରନ୍ତି, କେହି ଇଞ୍ଜିନିୟର ତୋ ଆଉ କେହି ସରକାରୀ ଅଧିକାରୀଙ୍କ କୁର୍ସିକୁ ନିଜର ଲକ୍ଷ୍ୟ କରନ୍ତି। କିନ୍ତୁ କିଛି ଲୋକ ଯେଉଁମାନଙ୍କ ପାଇଁ ଏହା କେବଳ ସୋପାନ ହୋଇଥାଏ ତାଙ୍କର ଲକ୍ଷ୍ୟ ନୁହେଁ। ଏମିତି ଜଣେ ଯୁବକଙ୍କର ନାମ ହେଉଛି ରୋମନ ସୈନି, ସେ ଜଣେ ଡାକ୍ତର, ପୂର୍ବରୁ ଆଇଏଏସ ଅଧିକାରୀ ରହିସାରିଛନ୍ତି ଓ ବର୍ତ୍ତମାନ ଏକ ସଫଳ ବ୍ୟବସାୟ ଅଟନ୍ତି।

ଛୋଟ ବୟସରୁ ବଡ ଉପଲବ୍ଧି:-

ରୋମନ ସୈନି କେବଳ ୧୬ ବର୍ଷ ବୟସରେ ଏମ୍ସ ଏଡମିସନ ପରୀକ୍ଷା ପାସ କରିଥିଲେ। ଏହି ସଫଳତାକୁ ହାସିଲ କରିବାର ଦେଶର ପ୍ରଥମ ଛାତ୍ର ଅଟନ୍ତି। ଏତିକି ନୁହେଁ କେବଳ ୧୮ ବର୍ଷ ବୟସରେ ଏହି ପ୍ରତିଷ୍ଠିତ ପବ୍ଲିକେଶନ ପାଇଁ ଏକ ରିସର୍ଚ୍ଚ ପେପର ମଧ୍ୟ ଲେଖିସାରିଛନ୍ତି। ନିଜର ଏମବିବିଏସ ପୁରା କରିବା ପରେ ରୋମନ ସୈନି ଏମ୍ସର ନେସନାଲ ଡ୍ରଗ ଡ଼ିପେଣ୍ଡେସ ଟ୍ରିଟମେଣ୍ଟ ସେନ୍ଟରରେ କାମ କରିଥିଲେ। ଏହା କୌଣସି ଯୁବକଙ୍କ ପାଇଁ ଏକ ସ୍ଵପ୍ନ ଅଟେ, କିନ୍ତୁ ରୋମନ ତାଙ୍କୁ ୬ ମାସରେ ଛାଡି ଦେଇ ଆଇଏଏସ ଅଫିସର ହେବାକୁ ବାହାରିଲେ।

ଆଇଏଏସର ରାସ୍ତା ଚୟନ:-

କେବଳ ୨୨ ବର୍ଷ ବୟସରେ ରୋମନ ସୈନି ଦେଶର ସବୁଠାରୁ କଠିନ ପରୀକ୍ଷା ୟୁପିଏସଡି ସିଭିଲ ସର୍ଭିସକୁ ପାସ କରିଲେ। ସେ ଆଇଏଏସ ହେବା ପାଇଁ କାହିଁକି ଚିନ୍ତା କରିଲେ, ଏହା ଉପରେ ରୋମନ ସୈନି କୁହନ୍ତିକି ମୁଁ ଏମବିବିଏସ କରୁଥିଲି ଓ ହରିୟାଣାର ଦୟାଳୁପୁର ଗାଁରେ ନିୟୋଜିତ ଥିଲେ। ମୁଁ ଦେଖିଲି ଲୋକ ଅନେକ ସୁବିଧାରୁ ବଞ୍ଚିତ ଅଛନ୍ତି। ସେତେବେଳେ ମୁଁ ଦେଶ ସେବା କରିବା ପାଇଁ ନିଷ୍ପତ୍ତି ନେଲି। ରୋମନ ୨୨ ବର୍ଷ ବୟସରେ ସବୁଠାରୁ କମ ବୟସରେ ଆଇଏଏସ ଅଧିକାରୀ ମଧ୍ୟରୁ ଜଣେ ଥିଲେ ସେ କଲେକ୍ଟର ରୂପରେ ମଧ୍ୟପ୍ରଦେଶର ନିୟୋଜିତ ହୋଇଥିଲେ।

ସବୁଠାରୁ ବଡ ପଦକ୍ଷେପ:-

କିନ୍ତୁ ଆଇଏଏସ ଅଧିକାରୀ ପଦରେ ନିୟୋଜିତ ହେବା ପରେ ସେ ବେଶୀ ଦିନ ରହିନଥିଲେ। ସେ ଏହି ପ୍ରତିଷ୍ଠିତ ଚାକିରି ଛାଡି ନିଜର ସାଙ୍ଗ ଗୌରବ ମୁଞ୍ଜାଲଙ୍କ ସହିତ ମିଶି Unacademy ନାମକ କମ୍ପାନୀର ସ୍ଥାପନ କରିଲେ, ଏହା ଏକ ପ୍ଲାଟଫର୍ମ ଅଟେ ଯେଉଁଠି ଆଇଏଏସ ଅଧିକାରୀଙ୍କୁ ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରିବାରେ ସାହାଯ୍ୟ କରିଥାଏ। Unacademyର ସ୍ଥାପନ ପଛରେ ବିଚାର ଥିଲାକି ଛାତ୍ରଙ୍କୁ ୟୁପିଏସସି କୋଚିଙ୍ଗ ପାଇଁ ଏକ ଏମିତି ପ୍ଲାଟଫର୍ମ ଦିଆଯିବ ଯେଉଁଥିପାଇଁ ତାଙ୍କୁ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

୧୪୦୦୦ କୋଟି ଟଙ୍କାର କମ୍ପାନୀ ତିଆରି କରିଲେ:-

୨୦୧୦ରେ ଗୌରବ ମୁଞ୍ଜାଲଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ୟୁଟ୍ୟୁବ ଚ୍ୟାନେଲ ଭାବରେ Unacademy ଆରମ୍ଭ ହୋଇଥିବାବେଳେ କମ୍ପାନୀ ମୁଞ୍ଜଲ, ସୈନି ଏବଂ ସେମାନଙ୍କର ତୃତୀୟ ସହ-ପ୍ରତିଷ୍ଠାତା ହେମେଶ ସିଂଙ୍କ ଦ୍ଵାରା ୨୦୧୫ରେ ପ୍ରତିଷ୍ଠିତ ହୋଇଥିଲା। ଛଅ ବର୍ଷ ପରେ, ୧୮୦୦୦ ଶିକ୍ଷକଙ୍କ ନେଟୱାର୍କ ସହିତ Unacademy ହେଉଛି ଭାରତର ସର୍ବ ବୃହତ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ। କମ୍ପାନୀର ମୂଲ୍ୟ ହେଉଛି ୨ ବିଲିୟନ ଡ଼ଲାର (ପ୍ରାୟ ୧୪,୮୩୦ କୋଟି ଟଙ୍କା)। ଏହି ପ୍ଲାଟଫର୍ମରେ ୫୦ ମିଲିୟନରୁ ଅଧିକ ସକ୍ରିୟ ୟୁଜର ଅଛନ୍ତି।

ସଫଳତାର ମନ୍ତ୍ର:-

ରୋମନ ସୈନିଙ୍କ କହିବା କଥାକି ଶିଖିବା ସଫଳତାର ପ୍ରଥମ ପଦକ୍ଷେପ ଅଟେ। କୌଣସି ଚ୍ୟାଲେଞ୍ଜକୁ ନେବା ପୂର୍ବରୁ ଆପଣଙ୍କୁ ସେଥିପାଇଁ ପ୍ରସ୍ତୁତ ହେବା ଉଚିତ। ରୋମନଙ୍କ ଅନୁସାରେ ଲୋକ ଜନ୍ମ ହେବା ମାତ୍ରେ ଜିନିୟସ ହୋଇନଥାନ୍ତି ଓ ସମସ୍ତଙ୍କ ପାଖରେ ଜ୍ଞାନ, ପ୍ରତିଭା ଓ ଚରିତ୍ର ଥାଏ ନିଜର ଲକ୍ଷ୍ୟକୁ ଧାରଣ କରିବା ପାଇଁ ଓ ହାସିଲ କରିବା ପାଇଁ। ତାଙ୍କ ମୁତାବିକ କାହାରିକୁ ନିଜର ମାତା-ପିତା କିମ୍ବା ସମାଜର ଇଚ୍ଛା ବିରୁଦ୍ଧରେ ଡରର ସହିତ ନିଜର ସୀମାକୁ ଆଗକୁ ବଢାଇବା ପାଇଁ ଡରକୁ ଦୂର କରିବା ଉଚିତ।

Leave a Reply

Your email address will not be published. Required fields are marked *