ରାସ୍ତା ମଝିଦେଇ ଯାଉଥିଲା ଏନାକୋଣ୍ଡା,ଏହାପରେ ଲୋକମାନେ କଲେ ଏମିତି କିଛି,ଦେଖନ୍ତୁ ଭିଡ଼ିଓ

ସାଧାରଣତଃ ରାସ୍ତାରେ ଯାଉଥିବା ସମୟରେ କୌଣସି ଜାନୁଆର ଆପଣଙ୍କ ରାସ୍ତା କାଟିଥାଇପାରେ। ଏହିଦିନ ବ୍ରାଜିଲରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଏଠାରେ ଏକ ଏନାକୋଣ୍ଡା ସାପ ରାସ୍ତା ଅତିକ୍ରମ କରୁଥିବା ବେଳେ ରେକର୍ଡ଼ କରାଯାଇଥିଲା। ଏବେ ଏହି ଘଟଣାର ଭିଡ଼ିଓ ଇଣ୍ଟରନେଟରେ ସାମ୍ନାକୁ ଆସୁଛି। ସାପଟି ରାସ୍ତା ଅତିକ୍ରମ କରିବା ପର୍ଯ୍ୟନ୍ତ ଲୋକମାନଙ୍କୁ ଅଟକ ରଖାଯାଇଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖାଯାଉଛି ଏକ ଏନାକୋଣ୍ଡା ବହୁତ ଦ୍ରୁତ ବେଗରେ ରାସ୍ତା ଅତିକ୍ରମ କରୁଛି। ସେହିପରି ରାସ୍ତାରେ ଯାଉଥିବା ଲୋକେ ତୁରନ୍ତ ଅଟକି ଯାଉଛନ୍ତି ଓ ସାପଟିକୁ ରାସ୍ତା ଅତିକ୍ରମ କରିବାକୁ ଅନୁମତି ଦେଉଛନ୍ତି। ସାପଟି ଡିଭାଇଡ଼ର ର ରିଙ୍ଗ ଅତିକ୍ରମ କରି ବଣ ଭିତରକୁ ଚାଲିଯାଉଛି। କିଛିଲୋକ ଏହାର ଭିଡ଼ିଓ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଦେଇଛନ୍ତି।

ଏଠାରେ ଦେଖନ୍ତୁ ଭିଡ଼ିଓ;-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Animals Venture 🐾 (@animalsventure)

ଏନିମଲସ ବେଞ୍ଚ ନାମକ ଏକ ଇଂଷ୍ଟାଗ୍ରାମ ପେଜ ଏହି ଭିଡ଼ିଓକୁ ଶେୟର କରିଥିଲେ। ବ୍ରାଜିଲରେ ଏକ ଏନାକୋଣ୍ଡା ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ଲୋକଙ୍କୁ ଅଟକ ରହିବାକୁ ପଡ଼ିଲା। ଏବେ ଏହି ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓ ବର୍ତ୍ତମାନ ସୁଦ୍ଧା ଏକଲକ୍ଷ ଭିୟୁ ପାଇସାରିଛି ଓ ଲୋକମାନେ ସାପଟିକୁ ସାହାର୍ଯ୍ୟ କରି ତାକୁ ରାସ୍ତା ଅତିକ୍ରମ ପାଇଁ ଅନୁମତି ଦେଉଛନ୍ତି।

ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଜଣେ ୟୁଜର୍ସ ଲେଖିଥିଲେ, ଏହି ନଜାରା ଦେଖି ତାଙ୍କୁ ବହୁତ ଖୁସି ହେଲା। ଆଉଜଣେ ଲେଖିଥିଲେ ଏହି ସୁନ୍ଦର ସାପଟିକୁ ନମାରିବା ପାଇଁ ବହୁତ ଶୁଭକାମନା। ସୂଚନାଧିକାରୀଙ୍କ ମୁତାବିକ, ସାପଟି ଖାଦ୍ୟ ଅନୁସନ୍ଧାନରେ ଏଣେତେଣେ ବୁଲୁଥିବ। ଆପଣଙ୍କୁ ଜଣାଇଦେଉଛୁ କି, ଏନାକୋଣ୍ଡା 550 ପାଉଣ୍ଡ ଓ 29 ଫୁଟ ଲମ୍ବା ଅଟେ। ଏହା ଅମାଜନ ଓ ଏରିନକା ବେସିନର ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି।

Leave a Reply

Your email address will not be published. Required fields are marked *