ହଜାର ହଜାର ଲୋକ ଅପେକ୍ଷା କରି ଠିଆ ହୋଇଥିଲେ, କେବଳ ଏହି ମହିଳାଙ୍କୁ ନେଇ ଉଡ଼ିଗଲା ଏରୋପ୍ଲେନ,ଜାଣନ୍ତୁ ପୁରା ଘଟଣା

ଆଫଗାନିସ୍ତାନରେ ତାଲିବାନ ରାଜ କରିବାମାତ୍ରେ ହିଁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଦେଶ ଛାଡ଼ିବାପାଇଁ ବାଧ୍ୟ ହୋଇଛନ୍ତି | ଗୋଟିଏ ଭିଡିଓରେ ତ ଲୋକମାନେ ପ୍ଲେନରେ ବାହାରେ ଓଳେଇ ହୋଇ ଯାଉଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକ ଉଡ଼ନ୍ତା ବିମନାରୁ ତଳକୁ ପଡିଗଲେ | ଜୀବନ ବଞ୍ଚାଇବାକୁ ଯାଇ ଲୋକମାନେ ମୃତ୍ୟୁକୁ ଆପଣାଇ ନେଲେ | କିନ୍ତୁ ଏହା ମଧ୍ୟରେ କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ପୁରା ସୁରକ୍ଷିତ ଭାବରେ କାବୁଲ ଏୟାରପୋର୍ଟରୁ ବାହାର କରାଯାଉଛି |

ଏଭଳି ପରିସ୍ଥିତିରେ ପୂର୍ବତନ ରୟାଲ ମରିନ କମାଣ୍ଡୋ ପଲ ପେନ ଫାରଥିଙ୍ଗ କାବୁଲ ଏୟାରପୋର୍ଟରୁ ବାହାରିବାର ନିଜ କାହାଣୀ ସୋସିଆଲ ମିଡିଆରେ କହିଲେ, ତାପରେ ୟୁଜର୍ସମାନେ ବିଭିନ୍ନ ପ୍ରକାରର କମେଣ୍ଟ କରିବାକୁ ଲାଗିଲେ |

ବାସ୍ତବରେ, କାବୁଲ ଏୟାରପୋର୍ଟରେ ଯେତେବେଳେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିଲେ, ସେତେବେଳେ ସେହି ସମୟରେ ୟୁକେର ପଲଙ୍କ ସ୍ତ୍ରୀ kaisa ମଧ୍ୟ ସେଠାରେ ଫସିଥିଲେ | ଏପରି ପରିସ୍ଥିତିରେ ତାଙ୍କୁ ସି-୧୭ ଗ୍ଲୋବମାଷ୍ଟର ବିମାନ ଦ୍ୱାରା ତାଙ୍କ ଦେଶ ନରଵେ ପଠାଗଲା | କୁହାଯାଇଛି ଯେ ପ୍ଲେନରେ ଚାଳକ ଦଳଙ୍କ ବ୍ୟତୀତ କେବଳ ପଲଙ୍କ ସ୍ତ୍ରୀ ହିଁ ବସିଥିଲେ |

ଉଲ୍ଲେଖଯୋଗ୍ୟ ଯେ ଏପରି ସେତେବେଳେ ହେଲା, ଯେତେବେଳେ କାବୁଲ ଏୟାରପୋର୍ଟରେ ହଜାର ହଜାର ଲୋକଙ୍କର ଭିଡି ଯେକୌଣସି ପ୍ଲେନକୁ ଅପେକ୍ଷା କରି ରହିଥିଲେ | ଲୋକମାନେ ଚାହୁଁଥିଲେ ଯେ ସେମାନେ ଯେକୌଣସି ପ୍ରକାରେ ଆଫଗାନିସ୍ତାନ ଛାଡି ବାହାରକୁ ପଳାଇ ଯିବେ | କିନ୍ତୁ ବହୁତ ଲୋକ ଏଥିରେ ସଫଳ ହୋଇପାରିଲେ ନାହିଁ |

ପଲ ନିଜେ ହିଁ ଗୋଟିଏ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସ୍ତ୍ରୀ ପ୍ଲେନରେ ବସି କାବୁଲରୁ ନିଜ ଦେଶରେ ପହଞ୍ଚିଛନ୍ତି | ଏହି ପ୍ଲେନ ସମ୍ପୂର୍ଣ୍ଣ ଭାବେ ଖାଲି ଥିଲା | ସେ ଲେଖିଛନ୍ତି- ତାଙ୍କ ସ୍ତ୍ରୀ Kaisa ନିଜ ଘରକୁ ଯାଉଛନ୍ତି |

ପଲ ଆଗକୁ ଭାରି ମନରେ ଲେଖିଛନ୍ତି – “Kaisa ନିଜ ଘରକୁ ଯାଉଛନ୍ତି ! କିନ୍ତୁ ଏହି ବିମାନ ଖାଲି ଅଟେ … ଏହା ନିନ୍ଦନୀୟ ଅଟେ, କାରଣ କାବୁଲ ଏୟାରପୋର୍ଟରେ ହଜାର ହଜାର ଅପେକ୍ଷା କରିଥିବା ଲୋକଙ୍କୁ କଷ୍ଟ ଦିଆଯାଉଛି, କାରଣ ସେମାନେ ଭିତରକୁ ଯାଇପାରିବେ ନାହିଁ | ଦୁଃଖର କଥା ଯେ ଯେତେବେଳେ ଏହି ମିଶନ ଶେଷ ହୋଇଯିବ, ସେତେବେଳେ ଲୋକମାନେ ପଛରେ ରହିଯିବେ, କାରଣ ଆମେ ଏହାକୁ ଠିକ କରିପାରିବା ନାହିଁ |”

ଫାରଥିଙ୍ଗଙ୍କ ଟ୍ୱିଟ ଉପରେ ସୋସିଆଲ ମିଡ଼ିଆ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି | ଲୋକମାନେ ଲେଖିଛନ୍ତି ଯେ ପ୍ରକୃତରେ ତାଙ୍କୁ ଖାଲି ପ୍ଲେନରେ ଏକୁଟିଆ କାହିଁକି ଯିବାକୁ ଦିଆଗଲା ? ଜଣେ ୟୁଜର ଲେଖିଛନ୍ତି – ଏହା ବିଲକୁଲ ଠିକ ହେଲାନାହିଁ |

Leave a Reply

Your email address will not be published. Required fields are marked *