ଚୋର ଗିଳିଦେଲା ଚୋରି କରିଥିବା ସୁନା ଚେନ, ପୋଲିସ ବୁଦ୍ଧି ଖଟାଇ ଏପରି ଭାବରେ କଲା ଚେନ ଉଦ୍ଧାର

ଅପରାଧ ସହିତ ଜଡିତ ଖବର ହୃଦୟ ଥରେଇଲା ଭଳି ହୋଇଥାଏ | ଏପରି ଖବରକୁ ଶୁଣି ମଣିଷ ଭିତରେ ଭୟ ସୃଷ୍ଟି ହୋଇଯାଏ | ଆଜିକାଲି, ଦୁନିଆରେ ବଢୁଥିବା ଅପରାଧିକ ମାମଲା ହେତୁ ଅପରାଧ ସହ ଜଡିତ ବିଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସୁଛି, କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯେ ଯାହାକୁ ଜାଣିବାପରେ ଆପଣ ଆଶ୍ଚର୍ଯ୍ୟ ତ ହେବେ, ଏହା ସହିତ ଆପଣ ଏହାକୁ ଜାଣି ହସି ହସି ବେଦମ ହୋଇପାରନ୍ତି | ଏହି ପୁରା ମାମଲା ଚୋରିର ଅଟେ | ଜଣେ ଚୋର ଏକ ସୁନା ଚେନ ଚୋରି କରେ ଏବଂ ତା’ପରେ ତାକୁ ଯେପରି ଭାବରେ ରୁଦ୍ଧାର କରାଯାଏ, ତାହା ନିଜେ ନିଜେ ହିଁ ଏକ ଆକର୍ଷଣୀୟ କାହାଣୀ ପାଲଟିଯାଇଛି |

ଏହି ପୁରା ଘଟଣା ବାଙ୍ଗାଲୋରର ଅଟେ | ରିପୋର୍ଟସ ଅନୁଯାୟୀ, ବିଜୟ,ସଞ୍ଜୟ ଏବଂ ପ୍ରେମ ବାଙ୍ଗାଲୋରରେ ଚେନ ଚୋରି ଘଟଣା ଘଟାଉଥିଲେ | ଏହି ତିନିଜଣ ରାସ୍ତାରେ ଯାଉଥିବା ମହିଳାଙ୍କ ଚେନ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇ ଯାଉଥିଲେ | ସମ୍ପ୍ରତି, ତିନିଜଣ ଚୋର ସହରର ସିଟି ମାର୍କେଟରେ ପୁଣି ଏକ ଚୋରି କଲେ, କିନ୍ତୁ ଏଥର ଏହି ତିନିଜଣଙ୍କ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା | ଏମିତି କିଛି ହେଲା ଯେ ବର୍ତ୍ତମାନ ତାଙ୍କର ଜଣେ ସାଥୀ ହେଡଲାଇନରେ ରହିଗଲେ | ଏହା ଘଟିଲା ଯେ ତିନିଜଣ ଜଣେ ମହିଳାଙ୍କ ୭.୫ ଗ୍ରାମର ସୁନା ଚେନ ଚୋରି କଲେ ଏବଂ ସେଠାରୁ ପଳାଇବାକୁ ଲାଗିଲେ | ଏହା ପରେ ମହିଳା ଜଣକ ସେଠାରେ ବହୁତ ପାଟି କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ତିନିଜଣଙ୍କୁ ଧରିବାକୁ ଚେଷ୍ଟା କରିଥିଲେ | ଏହି ସମୟରେ ସଞ୍ଜୟ ଏବଂ ପ୍ରେମ ତ ସେଠାରୁ ପଳାଇ ଯାଇଥିଲେ, କିନ୍ତୁ ବିଜୟ ଲୋକଙ୍କ ହାତରେ ଧରା ପଡ଼ିଗଲେ | ତାପରେ ଆଉ କ’ଣ ହେବ, ଲୋକମାନେ ବିଜୟଙ୍କୁ ବହୁତ ପିଟିଲେ କିନ୍ତୁ ସୁନା ଚେନ ଉଦ୍ଧାର ହୋଇପାରିଲା ନାହିଁ |

ବିଜୟ ମାଡ ଖାଇ ଖାଇ ଅବସ୍ଥା ଖରାପ ହୋଇଯାଇଥିଲା | ଯେତେବେଳେ ପୋଲିସ ସେଠାରେ ପହଞ୍ଚିଲା, ସେତେବେଳେ ସେ ଦେଖିଲା ଯେ ବିଜୟକୁ ବହୁତ ଆଘାତ ଲାଗିଛି, ତେଣୁ ସେମାନେ ବିଜୟଙ୍କୁ ହସ୍ପିଟାଲ ନେଇଗଲେ | ହସ୍ପିଟାଲରେ ଯେତେବେଳେ ଡାକ୍ତର ବିଜୟଙ୍କର ଏକ୍ସରେ କଲେ, ସେତେବେଳେ ଡାକ୍ତର ଏବଂ ପୋଲିସ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ବାସ୍ତବରେ ବିଜୟଙ୍କ ପେଟରେ ସେହି ସୁନା ଚେନ ଥିଲା, ଯାହାକୁ ସେ ପୋଲିସଠାରୁ ରକ୍ଷା ପାଇବାପାଇଁ ଗିଳି ଦେଇଥିଲା | ଏହାପରେ ଡାକ୍ତର ଚେନ ହାସଲ କରିବାପାଇଁ ଅଜବ ପ୍ରକାରର ଉପାୟ ଖୋଜି ବାହାରକଲେ | ରିପୋର୍ଟ ଅନୁଯାୟୀ ପୋଲିସ ଚୋରକୁ ୬ଟି କଦଳୀ ଏବଂ ଗୋଟିଏ ସିରପ ପିଆଇଲେ, ଯାହାଦ୍ୱାରା ବାନ୍ତି ସହିତ ସେହି ଚେନ ମଧ୍ୟ ବାହାରିଗଲା | ପୋଲିସର ଏହି କାମ ସଫଳ ହୋଇଗଲା ଏବଂ ଚେନ ଶରୀରରୁ ବାହାରି ଆସିଲା | ଏହାପରେ ପୋଲିସ ଚେନ ଉଦ୍ଧାର କଲା ଏବଂ ବିଜୟଙ୍କୁ ଗିରଫ କରିନେଲା |

Leave a Reply

Your email address will not be published.