ତାଳିବାନ ଲୋକମାନେ ଶବ ସହିତ ମଧ୍ୟ ବନାନ୍ତି ସମ୍ବନ୍ଧ, ୧୨ ବର୍ଷର ଶିଶୁକୁ ମଧ୍ୟ ଛାଡ଼ନ୍ତି ନାହିଁ, ପ୍ରତ୍ୟେକ ଘରୁ ସେମାନଙ୍କୁ ଝିଅ ଦରକାର

ଆଫଗାନିସ୍ତାନ ଉପରେ କବଜା କରି ସାରିଥିବା ତାଲିବାନ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ତାଲିବାନ ମିଡ଼ିଆ ସାମ୍ନାରେ କହୁଛି ସେମାନେ ବଦଳି ଯାଇଛନ୍ତି। କିନ୍ତୁ ଯେଉଁଭଳି ଫୋଟ ସାମ୍ନାକୁ ଆସୁଛି ଜଣାପଡୁଛି କି, ସେମାନେ କେତେ କ୍ରୂର ଅଟେ। ଏବେ ତାଲିବାନୀଙ୍କ ଆଉଏକ ଚେହେରା ସାମ୍ନାକୁ ଆସିଛି। ତାଲିବାନର ଚଙ୍ଗୁଲରୁ ବଞ୍ଚି କାବୁଲରୁ ଭାରତ ଆସିଥିବା ଏକ ମହିଳା ପୋଲିସକର୍ମୀ ସବୁକିଛି ଖୁଲାସା କରିଛନ୍ତି।

ଏହି ମହିଳା ପୋଲିସକର୍ମୀ ଅନୁସାରେ, ତାଲିବାନୀଙ୍କୁ ପ୍ରତ୍ୟେକ ଘରୁ ଝିଅ ଆବଶ୍ୟକ। ଏତିକି ମଧ୍ୟ ନୁହେଁ ସେମାନେ ଶବ ସହିତ ସମ୍ଵନ୍ଧ ବନାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହି ମହିଳାଙ୍କ ଦାବି ପରେ ବର୍ତ୍ତମାନ ଯେଉଁ ଲୋକେ ଭାବୁଛନ୍ତି ତାଲିବାନୀ ବଦଳି ଯାଇଛି ସେମାନେ ଆଉଥରେ ଭାବିବା ଆବଶ୍ୟକ।

ମୁସ୍କାନ ନାମକ ଏହି ମହିଳା କାବୁଲ ପୋଲିସରେ ମହଜୁଦ ଥିଲେ। ସେ ସେଠାରୁ ପଳାୟନ କରି ଭାରତରେ ଅଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି। ସେ ତାଲିବାନକୁ ନେଇ ବହୁତ କିଛି କହିଛନ୍ତି ସେ କହିଛନ୍ତି, ସେ ତାଙ୍କ ଭୟରେ ନିଜ ଦେଶ ଛାଡ଼ି ଦେଇଛନ୍ତି।

ମୁସ୍କାନ କହିଛନ୍ତି, ଆମକୁ ସେଠାରେ ଧମକ ଦିଆଯାଏ କି, ଯଦି ଆମେ କାମକୁ ଯିବୁ ଆମ ପରିବାର ବିପଦରେ ପଡ଼ିଯିବ। ଯିଏ ଏହାକୁ ନମାନେ ତାଲିବାନୀ ତାକୁ ଉଠାଇ ନେଇଯାଆନ୍ତି ଓ ମୁଣ୍ଡକୁ ଗୁଳି ମାରି ଦିଅନ୍ତି। ମୁସ୍କାନ ନିଜ ସାଥି ମହିଳା ପୋଲିସଙ୍କ ସହିତ ହୋଇଥିବା ଏକ ଯନ୍ତ୍ରଣାଦାୟକ ଘଟଣା ବିଷୟରେ ମଧ୍ୟ କହିଛନ୍ତି। ସେ କହିଥିଲେ ଆମକୁ ସେହି ମହିଳାଙ୍କ ଶରୀର 25 ଦିନ ପରେ ମିଳିଥିଲା, ତାଲିବାନ ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ବନାଇଥାନ୍ତି। ତାଙ୍କୁ କୌଣସି ଫରକ ପଡେନାହିଁ ଆପଣ ଜୀବିତ କି ମୃତ ତାଙ୍କୁ କେବଳ ସମ୍ଵନ୍ଧ ବନାଇବାର ଲକ୍ଷ୍ୟ ଥାଏ।

କଣ ଆପଣ ଏକ ମର ଶରୀର ସହିତ ସମ୍ଵନ୍ଧ ବନାଇ ପାରିବେ? ସେମାନେ ରାକ୍ଷସ ଅଟନ୍ତି। ମୁସ୍କାନ କହିଛନ୍ତି, ତାଲିବାନୀ ତାଙ୍କ ସହିତ କାମ କରୁଥିବା ଜଣେ ମହିଳାଙ୍କୁ କିଡନାପ କରିବାପରେ ନିଜର ହବସ ପୂରଣ କରିଥିଲେ। ଏହାପରେ ତାଙ୍କର ଶବ କୁ ଘର ଲୋକଙ୍କୁ ପଠାଇଦେଲେ ଓ କହିଲେ ଯଦି ସେମାନେ ସରକାର ସହିତ କାମ କରନ୍ତି ତାହେଲେ ତାଙ୍କ ସହିତ ମଧ୍ୟ ଏମିତି ହେବ।

ଏହିସବୁ ଭୟାନକ ଘଟଣା ପରେ ଆମେ ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିଲୁ। ତାଲିବାନୀଙ୍କ କହିବାହେଲା ପ୍ରତ୍ୟେକ ଘରୁ ଆମକୁ ଝିଅ ଦରକାର। ଯଦି କେହି ଝିଅ ଦେବାକୁ ମନା କରେ ତାହେଲେ ତାଙ୍କର ପରିବାରକୁ ମାରି ଦିଆଯାଏ। ସେ ଲୋକମାନେ ଏତେ ଭୟାନକ ଯେ, 12 ବର୍ଷର ଝିଅକୁ ମଧ୍ୟ ଛାଡ଼ି ନାହାଁନ୍ତି। ସେ ଲୋକମାନେ ମିଡ଼ିଆ ଆଗରେ କେବଳ ନିଜକୁ ଭଲ ବୋଲି ସାବ୍ୟସ୍ତ କରୁଛନ୍ତି। କିନ୍ତୁ ଅସଲ କଥା ଆଉକିଛି ଅଟେ। ସେ ବିଲକୁଲ ବଦଳି ନାହାଁନ୍ତି, ସେମାନେ ବହୁତ କ୍ରୂର ଅଟନ୍ତି।

ତାଲିବାନ ଙ୍କ ଏହି ଚେହେରା ବହୁତ ଭୟାନକ ଅଟେ। ଏବେ ଦେଖିବାକୁ ରହିଲା ଆଫଗାନ ମାନଙ୍କୁ କେବେ ଏହି କ୍ରୂରଙ୍କ ଠାରୁ ମୁକ୍ତି ମିଳୁଛି।

Leave a Reply

Your email address will not be published. Required fields are marked *