ପିଲାକୁ ଜନ୍ମ ଦେବାମାତ୍ରେ ହିଁ ଦୁନିଆରୁ ମାଆ ଚାଲିଗଲେ, ବର୍ତ୍ତମାନ ପିଲାକୁ କୋଳରେ ଧରି କଲେଜରେ ପଢ଼ାଇବାକୁ ଯାଉଛନ୍ତି ବାପା,ଏ ଦୃଶ୍ୟ ଆପଣଙ୍କୁ ଭାବୁକ କରିଦେବ

ଗୋଟିଏ ପିଲା ପାଇଁ ତା ଜୀବନରେ ବାପା-ମାଆ ରହିବା ବହୁତ ଜରୁରୀ ହୋଇଥାଏ | କାରଣ ପିଲା ପାଇଁ ବାପା-ମାଆ ଉଭୟଙ୍କର ହିଁ ନିଜ ନିଜର ବିଶେଷ ସ୍ଥାନ ରହିଥାଏ | କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇଯାଏ ଯେ ମାକୁ ହିଁ ବାପାର ସ୍ଥାନ ପୂରଣ କରିବାକୁ ପଡିଥାଏ ତ ଆଉ କେତେବେଳେ ବାପାକୁ ହିଁ ମା ପରି ପିଲାର ଧ୍ୟାନ ରଖିବାକୁ ପଡେ | ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ କେବଳ ବାପା ନୁହେଁ ବରଂ ଜଣେ ମାର ଋଣ ମଧ୍ୟ ସୁଝୁଛନ୍ତି | କେବଳ ଏତିକି ନୁହେଁ ସେ ଜଣେ ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ଶିକ୍ଷକ ହେବାର ଦାୟିତ୍ୱକୁ ମଧ୍ୟ ତୁଲାଉଛନ୍ତି | ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ କାହାଣୀ |

ପ୍ରସିଦ୍ଧ ଆଇଏଏସ ଅଫିସର ଅବନିଶ ଶରଣ ନିକଟରେ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କଲେ ଏବଂ ଏହି ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ | ଫଟୋରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ନିଜ ପିଲାକୁ ପେଟରେ ଲଦି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି | ଏହି ସମୟରେ ସେ କେବଳ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁନାହାନ୍ତି ବରଂ ନିଜ ଛୋଟ ପିଲାର ଧ୍ୟାନ ମଧ୍ୟ ରଖୁଛନ୍ତି |

ଏହି ଫଟୋକୁ ସେୟାର କରି ଅବନିଶ ଶରଣ କହିଛନ୍ତି ଯେ, ” ଜଣେ ବ୍ୟକ୍ତି, ଯାହାଙ୍କର ସ୍ତ୍ରୀ ନିଜ ପିଲାକୁ ଜନ୍ମଦେବାମାତ୍ରେ ଏହି ଦୁନିଆରୁ ଚାଲିଗଲେ ଏବଂ ବାପା ଏକୁଟିଆ ରହିଗଲେ | ଏପରି ପରିସ୍ଥିତିରେ ସେ ନିଜ ପିଲା ପାଇଁ ଜଣେ ଦାୟିତ୍ୱବାନ ବାପା ପାଲଟି ଯାଇଛନ୍ତି |” ଆଗକୁ ସେ କହିଛନ୍ତି ଯେ, “ଏପରି ମାମଲାରେ ଅନେକ ଲୋକ ଛୋଟ ପିଲାର ଲାଳନପାଳନ ପାଇଁ ନିଜ କାମରୁ ଛୁଟି ନିଅନ୍ତି | କିନ୍ତୁ ସେ ଏପରି କଲେ ନାହିଁ ଏବଂ ନିଜ ପିଲାକୁ କୋଳରେ ରଖି ପିଲାମାନଙ୍କୁ ପଢ଼ାଇବା ପାଇଁ କଲେଜ ଯାଆନ୍ତି | ଇଏ ଜଣେ ରିୟଲ ଲାଇଫ ହିରୋ ଅଟନ୍ତି |”

କୁହାଯାଉଛି ଯେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଫଟୋକୁ ସମସ୍ତେ ପ୍ରଶଂସା କରୁଛନ୍ତି | ଲୋକମାନେ କହିଛନ୍ତି ଯେ, ” ଜଣେ ଭଲ ବାପା ଏବଂ ଶିକ୍ଷକ ଉଭୟଙ୍କ ଦାୟିତ୍ୱ ତୁଲାଉଛନ୍ତି | ଆଜିର ଭାରତୀୟ ପୁରୁଷମାନଙ୍କୁ ତାଙ୍କଠାରୁ ପ୍ରେରଣା ନେବା ଏବଂ କିଛି ନା କିଛି ଶିଖିବା ଉଚିତ |”

Leave a Reply

Your email address will not be published. Required fields are marked *