ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲାରେ ବର୍ତ୍ତମାନ ଆଉ ଏକ ନୂଆ ଲିଙ୍କ, ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଜେରା ହେବେ କି?

ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲାରେ ବର୍ତ୍ତମାନ ସାମ୍ନାକୁ ଆସୁଛି ଏକ ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇଛି ଜଙ୍ଗଲମନ୍ତ୍ରୀଙ୍କର ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାମ! ସେ ରାଜଧାନୀରେ ରହି ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କର ନିର୍ଦ୍ଦେଶ ଅନୁସାରେ ବି-ବା-ଦରେ ଛନ୍ଦି ହୋଇପଡ଼ିଥିବା ଗଜପତି ଡିଏଫଓଙ୍କୁ ସୁର-କ୍ଷା ଦେଉଥିବାର ଚର୍ଚ୍ଚା କରାଯାଉଛି। ତେବେ ଯେତେବେଳେ ବି-ବାଦ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା, ସେତେବେଳେ ତାଙ୍କୁ ରାତି ଅଧିଆ ବଦଳି ଦିଆଯାଇଥିଲା ବୋଲି ଆଲୋଚନା ହେଉଛି। ବର୍ତ୍ତମାନ ତାଙ୍କୁ କ୍ରାଇମବ୍ରାଞ୍ଚ ଡାକି ଜେ-ରା କରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଦୀପ୍ତିରଞ୍ଜନ ବେହେରାଙ୍କର ବଦଳିକୁ ନେଇ ସ-ନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଓ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ।

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନି-ଆଁ କେମିତି ଲାଗିଲା? ନି-ଆଁ ଲି-ଭା-ଇବାର ତାଲିମ ନେଇଥିବା ସୌମ୍ୟରଞ୍ଜନ ନିଜକୁ କେମିତି ନି-ଆଁରୁ ବର୍ତ୍ତି ପାରିଲେ ନାହିଁ? ସୌମ୍ୟରଞ୍ଜନଙ୍କ ଦେହରେ ନି-ଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା କଣ କରୁଥିଲେ? ସେ ନି-ଆଁ ଲି-ଭାଇବା ପାଇଁ ଉଦ୍ୟମ କରିଥିଲେ କି? ଯଦି ବିଦ୍ୟାଭାରତୀ ନି-ଆଁ ଲି-ଭାଇବାକୁ ଉ-ଦ୍ୟମ କରିଥିଲେ, ତେବେ ସୌମ୍ୟରଞ୍ଜନଙ୍କ ଶରୀର ୯୦ ପ୍ରତିଶତ ପୋ-ଡ଼ିଲା କେମିତି? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଥିବା ପାରଳାଖେମୁଣ୍ଡି ପୋ-ଲିସ ଘଟ-ଣାର ତଦ-ନ୍ତ କରି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ କ୍ଲିନଚିଟ ଦେଇଥିଲେ। ଯାହାକୁ ନେଇ ଆପତ୍ତି ଉଠାଇବା ସହିତ ପୋ-ଲି-ସର ତଦ-ନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନଙ୍କ ପରିବାର ଲୋକ।

ପାରଳାଖେମୁଣ୍ଡି ପୋ-ଲି-ସର ତଦ-ନ୍ତକୁ ସନ୍ଦେ-ହ କରି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଆ-ତ୍ମାହୂ-ତି ଦେବେ ବୋଲି ଚେତା-ବନୀ ଦେଇଥିଲେ। ଶେ-ଷରେ ମାମ-ଲାରେ କ୍ରାଇମବ୍ରାଞ୍ଚ ତଦ-ନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଗତ ୧୦ ଦିନ ହେଲା କ୍ରାଇମବ୍ରାଞ୍ଚ ଏହି ମାମ-ଲାର ତ-ଦନ୍ତ କରୁଅଛି। ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭି-ଯୋଗ ଅନୁସାରେ କ୍ରାଇମବ୍ରାଞ୍ଚ ଡିଏଫଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ମମତା ପଣ୍ଡା, ରୋଷେୟାଙ୍କ ସମେତ ୧୨ ଜଣଙ୍କୁ ବାରମ୍ୱାର ଜେ-ରା କରିଛି। ଆଜି ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚି ପାରିନାହିଁ।

Google

ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମ-ଲାରେ କ୍ରାଇମବ୍ରାଞ୍ଚ ତଦ-ନ୍ତ କରୁଥିବା ବେଳେ ହଠାତ ରାତି ଅଧାରେ ଜଙ୍ଗଲ ମନ୍ତ୍ରୀଙ୍କ ଅଗୋଚରରେ ତାଙ୍କ ପିଏ ଦୀପ୍ତିରଞ୍ଜନ ବେହେରାଙ୍କୁ ବଦଳି କରିଦିଆଗଲା। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛିକି, ହଠାତ କାହିଁକି ଦୀପ୍ତିରଞ୍ଜନଙ୍କୁ ବଦଳି କରି ଦିଆଗଲା? ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତାଙ୍କର କିଛି ଲିଙ୍କ ନାହିଁ ତ?

ସାଧାରଣରେ ଆଲୋଚନା ହେଉଛିକି ଦୀପ୍ତିରଞ୍ଜନ ଲେଖିଥିବା ସ୍କ୍ରିପ୍ଟ ଅନୁସାରେ କୁଆରେ ପୁ-ଲିସ ସୌମ୍ୟ ମାମ-ଲା ତ-ଦନ୍ତ କରୁଥିଲା। ଯେଉଁଥିପାଇଁ ପୋ-ଲିସ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହିଁ। ବର୍ତ୍ତମାନ ମାମ-ଲାର ତଦ-ନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଦୀପ୍ତିରଞ୍ଜନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁ-ଲୁଛି। ଯେଉଁଥିପାଇଁ ତାଙ୍କୁ ରାତି ଅଧାରେ ବଦଳି କରାଯାଇଥିବା ଚର୍ଚ୍ଚା କରାଯାଉଛି। ତେବେ ଏହି ଚର୍ଚ୍ଚା ମଧ୍ୟରେ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ରଞ୍ଜନ ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି।

ରଞ୍ଜନ କହିଛନ୍ତିକି, “ଏହି ମାମ-ଲାରେ ଯଦି ଦୀପ୍ତିରଞ୍ଜନଙ୍କର ହାତ ନାହିଁ, ତେବେ ତାଙ୍କୁ କାହିଁକି ବଦଳି କରାଗଲା? ଡିଏଫଓ ଓ ଦୀପ୍ତିରଞ୍ଜନଙ୍କ ମୋବାଇଲ ଏବଂ ନମ୍ୱରକୁ ସିଡିଆର ଆନାଲିସସରେ ପକାଗଲେ ଜଣାପଡ଼ିଯିବ ସେମାନେ କେଉଁ ବିଷୟରେ କଥା ହେଉଥିଲେ? ବର୍ତ୍ତମାନ ଶୁଣିବାକୁ ମିଳୁଛି ପାରଳାଖେମୁଣ୍ଡିରୁ ଦୀପ୍ତିରଞ୍ଜନଙ୍କ ପାଖକୁ ବାରମ୍ୱାର ଫୋନ କରାଯାଉଛି। ଏହାକୁ ତଦ-ନ୍ତ ପରିସରଭୁକ୍ତ କରାଯାଉ। ଏହାଛଡ଼ା ଦୀପ୍ତିରଞ୍ଜନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେ-ରା କରିବା ଉଚିତ।”

ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମ-ଲାରେ ଜେରାର ସମ୍ମୁଖୀନ ହୋଇଥିବା ଅନେକ ବ୍ୟକ୍ତି ମି-ଛ କହିଛନ୍ତି ବୋଲି ସ୍ପଷ୍ଟ ଭାବରେ ଜଣାପଡିଛି। ତେଣୁ ତୁରନ୍ତ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବା ପାଇଁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର ନିକଟରେ ଦାବି କରିଛନ୍ତି।

ସେହିପରି ପାରଳାଖେମୁଣ୍ଡିର ବିଜେପି ବିଧାୟକ କେ.ନାରାୟଣ ରାଓ ମଧ୍ୟ ବର୍ତ୍ତମାନ ସମୟରେ ତଦ-ନ୍ତକୁ ନେଇ ପ୍ରଶ୍ନ ଉଠୁଛି।। ଏତେ ବଡ଼ ମାମ-ଲାରେ ଡିଏଫଓ ଅଭି-ଯୁକ୍ତ କରିଥିଲେ ମଧ୍ୟ ତାଙ୍କ ବିରୋ-ଧରେ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ପ୍ରଶ୍ନ ଉଠୁଛି। ସେହିପରି ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାତିଅଧାରେ ବଦଳି ହେବା ପଛରେ କାରଣ କଣ? କେ. ନାରାୟଣ ରାଓ ତାହା ଉପରୁ ସରକାର ପର୍ଦ୍ଦା ହଟାନ୍ତୁ ବୋଲି ପ୍ରଶ୍ନ କରିଛନ୍ତି

Leave a Reply

Your email address will not be published.