ସ୍କାଏମେଟ: ବଙ୍ଗୋପସାଗରରେ ୩୦ ତାରିଖ ବେଳକୁ ଲଘୁଚାପ ହେବାର ସମ୍ଭାବନା

ଚଳିତ ମାସ ୨୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇଦିନରେ ଏହି ସାଇକ୍ଲୋନିକ ସର୍କୁଲେସନ ଅଧିକ ମାତ୍ରାରେ ଘନୀଭୂତ ହେବା ସହିତ ୩୦ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପୂର୍ବ ଅନୁମାନ କରିଛି।

ପୂର୍ବରୁ ଏହି ସଂସ୍ଥା କହିଥିଲାକି ଏହି ଲଘୁଚାପ ୨୮ ତାରିଖରେ ସୃଷ୍ଟି ହେବ। କିନ୍ତୁ ଆଜି ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ ଏହି ସଂସ୍ଥା ନିଜର ମତକୁ ପରିବର୍ତ୍ତନ କରି ଏହାକୁ ୩୦ ତାରିଖ ଆସିବ ବୋଲି କହିଛନ୍ତି।

Google

ମୌସୁମୀ ପ୍ରବାହ କାରଣରୁ ଅଗଷ୍ଟ ମାସକୁ ଏକ ଗୁରୁତ୍ବପୂର୍ଣ୍ଣ ମାସ ମଧ୍ୟରେ ଗଣାଯ଼ାଏ। କାରଣ ଏହି ମାସରେ ଅଧିକ ମାତ୍ରାରେ ବର୍ଷା ହୋଇଥାଏ। କିନ୍ତୁ ୨୦୨୧ ମସିହାର ଅଗଷ୍ଟ ମାସରେ ବିଗତ କିଛି ଦଶନ୍ଧି ମଧ୍ୟରେ ଏକ ଶୁଖିଲା ଅଗଷ୍ଟ ମାସ ଭାବରେ ପରିଣତ ହୋଇଛି। ଏହା ସାମଗ୍ରିକ ଭାବରେ ବାର୍ଷିକ ବୃଷ୍ଟିପାତକୁ ବହୁଳ ମାତ୍ରାରେ ପ୍ରଭାବିତ କରିବାର ଆଶଙ୍କା ରଖିଛି। ମାସ ଶେଷ ବେଳକୁ ଦାନା ବାନ୍ଧୁଥିବା ଏହି ଲଘୁଚାପ ଏକ ନୂଆ ଆଶାକୁ ନେଇ ଆସିଅଛି। ଲଘୁଚାପ ପ୍ରଭାବରୁ ଭଲ ବର୍ଷା ହେଲେ ତାହା ବୃଷ୍ଟିପାତର ନିଅଣ୍ଟକୁ ଭରଣ କରିବାରେ ସହାୟକ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *