ଆଇପିଏଲ 2021: ଆଇପିଏଲର ଦ୍ବିତୀୟ ଚରଣ ପୂର୍ବରୁ ଖତରନାକ ହେଉଛନ୍ତି ଧୋନୀ, ଛକା ଓ ଚୌକା ମାରି ହଜାଇ ଦେଉଛନ୍ତି ବଲ,ଆଉ ତା ପରେ ଖୋଜୁଛନ୍ତି,ଦେଖନ୍ତୁ ଭିଡ଼ିଓ

ଆଇପିଏଲ 2021ର ଦ୍ଵିତୀୟ ଚରଣ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଟିମ ଦୁବାଇ ପହଞ୍ଚି ଯାଇଛି ଓ ସେଠାରେ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି। ସେ ଅଭ୍ୟାସ ସମୟରେ ଛକା ବର୍ଷା କରିଦେଇଥିଲେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଭିଡ଼ିଓରେ ମାହି ଲମ୍ବା ଲମ୍ବା ଛକା ମରୁଥିବାର ନଜର ଆସୁଛନ୍ତି। ଖାଆସ କଥା ଏହା ହେଉଛି କି, ଲମ୍ବା ଲମ୍ବା ଛକା ମାରିବାପରେ ଯେତେବେଳେ ବଲ ହଜିଯାଉଛି ସେତେବେଳେ ସେ ନିଜର ସାଥି ମାନଙ୍କ ସହିତ ଯାଇ ବଲ ଖୋଜୁଛନ୍ତି। ଏହି ଭିଡ଼ିଓ ସିଏସକେ ନିଜର ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଥିଲା।

ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବ ଦ୍ଵିତୀୟ ଚରଣ:-

ଆପଣଙ୍କୁ ଜଣାଇଦେଉଛୁ କି, ସେପ୍ଟେମ୍ବର 19 ତାରିଖରୁ ଆଇପିଏଲ ଦ୍ଵିତୀୟ ଚରଣ ଆରମ୍ଭ ହେବ। ପ୍ରଥମ ମ୍ୟାଚ ପାଞ୍ଚଥର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଓ ତିନିଥର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ। ଆଇପିଏଲ 2021 ସ୍ଥଗିତ ହେବା ପର୍ଯ୍ୟନ୍ତ ଚେନ୍ନାଇ ପାଞ୍ଚଟି ବିଜୟ ସହିତ ଦ୍ଵିତୀୟ ସ୍ଥାନରେ ରହିଛି।

ଅକ୍ଟୋବର 15 ରେ ଫାଇନାଲ:-

ଆଇପିଏଲର ବାକି 31 ମ୍ୟାଚ 27 ଦିନ ଭିତରେ ଦୁବାଇ, ଶାରଜାହ ଓ ଆବୁଧାବିରେ ଖେଳାଯିବ। 10 ଅକ୍ଟୋବରରେ ପ୍ରଥମ କ୍ୱାଲିଫାୟାର ଦୁବାଇ ଓ 11 ତାରିଖରେ ଏଲିମିନେଟର ଶାରଜାହରେ ଖେଳାଯିବ। ସେହିପରି ଦ୍ଵିତୀୟ କ୍ଵଲିଫାୟର ମ୍ୟାଚ ଅକ୍ଟୋବର 13 ତାରିଖରେ ଖେଳାଯିବ। ଅକ୍ଟୋବର 15 ତାରିଖରେ ଦୁବାଇରେ ଫାଇନାଲ ମ୍ୟାଚ ଖେଳାଯିବ।

Leave a Reply

Your email address will not be published. Required fields are marked *