ମାତ୍ର କିଛି ମିନିଟରେ ଓଦା କପଡା ଦ୍ଵାରା ଆପଣ ଜାଣିପାରିବେ ଆପଣଙ୍କର LPG ସିଲିଣ୍ଡରରେ କେତେ ଗ୍ୟାସ ଅଛି, ଜାଣନ୍ତୁ ଏହି ସ୍ମାର୍ଟ ଟ୍ରିକ

LPG ସିଲିଣ୍ଡରରେ ଅଚାନକ ଗ୍ୟାସ ଶେଷ ହୋଇଯିବା ପ୍ରତ୍ୟେକ ଘରର କାହାଣୀ ହୋଇଥାଏ | ସମସ୍ତେ ସବୁ ମାସରେ ଅତି କମରେ ଥରେ ଏହି ସମସ୍ୟାକୁ ସାମ୍ନା କରିଥାଏ | ସେହିପରି ଏହି ସମସ୍ୟା ସେତେବେଳେ ଆହୁରି ବଢିଯାଏ, ଯେତେବେଳେ ଘରକୁ ଅତିଥି ଆସିଥିବେ ଏବଂ ଗ୍ୟାସ ଶେଷ ହୋଇଯିବ | ଯଦି ଦୁଇଟି କନେକ୍ସନ ରହିଥିବ ତେବେ ତ ଠିକ ଅଛି, କିନ୍ତୁ ଯଦି ଗୋଟିଏ କନେକ୍ସନ ଅଛି ତେବେ ଏପରି ପରିସ୍ଥିତିରେ ଲଜ୍ଜିତ ହେବାକୁ ପଡିଥାଏ |

ଗ୍ୟାସ ସିଲିଣ୍ଡରରେ ଏପରି କୌଣସି ଡିଭାଇସ ନଥାଏ, ଯାହା କହିଦେବ ଯେ କେତେ ଗ୍ୟାସ ବାକି ଅଛି | ତାପରେ ମଧ୍ୟ ଗୋଟିଏ ସ୍ମାର୍ଟ ଟ୍ରିକ ବ୍ୟବହାର କରି ଆପଣ ଏହା କିଛି ମିନିଟରେ ଜାଣିପାରିବେ ଯେ ସିଲିଣ୍ଡରରେ କେତେ ଗ୍ୟାସ ବାକି ଅଛି | ଏହି ଟ୍ରିକ ବିଲକୁଲ ଘରୋଇ ଏବଂ ମାଗଣା ଅଟେ | ଅର୍ଥାତ କୌଣସି ଡିଭାଇସ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ | କେବଳ କପଡା ଓଦା କରି ଆପଣ ଗ୍ୟାସର ପରିମାଣକୁ ସହଜରେ ଜାଣିପାରିବେ |

ଏଥିପାଇଁ ଗ୍ୟାସ ସିଲିଣ୍ଡର ଉପରେ କପଡା ଓଦା କରି ପୁରା ସିଲିଣ୍ଡରର ଚାରିପଟେ ଲଗାଇ ଦିଅନ୍ତୁ | ସିଲିଣ୍ଡର ଓଦା ହୋଇଯିବାପରେ ତାକୁ ହଟାଇଦିଅନ୍ତୁ | ବର୍ତ୍ତମାନ ଧ୍ୟାନର ସହିତ ଦେଖିଲେ ଜଣାପଡେ ଯେ ସିଲିଣ୍ଡରର କିଛି ଅଂଶ ଶୁଖିଯାଇଛି ଏବଂ କିଛି ଓଦା ରହିଛି | କାରଣ ଶୁଖିଲା ଅଂଶ ତାହା ହୋଇଥାଏ, ଯେଉଁଥିରେ ଗ୍ୟାସ ନଥାଏ | ଏପରି ପରିସ୍ଥିତିରେ ଆପଣ ସହଜରେ ଜାଣିପାରିବେ ଯେ ସିଲିଣ୍ଡରରେ କେତେ ଗ୍ୟାସ ଅଛି | ଏଥିପାଇଁ ପ୍ରତ୍ୟେକ ଦୁଇ-ତିନି ଦିନ ପରେ ଏହି ଟ୍ରିକ ମାଧ୍ୟମରେ ଥରେ ଗ୍ୟାସକୁ ଚେକ କରି ଠିକ ସମୟରେ ସିଲିଣ୍ଡର ବୁକ କରିପାରିବେ |

ଏହା ପଛରେ କାମ କରିଥାଏ ଏହି ବିଜ୍ଞାନ :-

ଯେହେତୁ ଖାଲି ଅଂଶ ଅପେକ୍ଷାକୃତ ଭରପୂର ତରଳ ଗ୍ୟାସ ତୁଳନାରେ ଗରମ ଅଟେ | ଏପରି ପରିସ୍ଥିତିରେ, ଓଦା କପଡା ସଂସ୍ପର୍ଶରେ ଆସିବା ମାତ୍ରେ ପୁରା ସିଲିଣ୍ଡର ତ ଓଦା ହୋଇଯାଏ, କିନ୍ତୁ ଖାଲି ଅଂଶ ଶୀଘ୍ର ଶୁଖିବା ଆରମ୍ଭ କରେ | ଏପରି ପରିସ୍ଥିତିରେ, ଏପରି ଗୋଟିଏ ସମୟ ଆସିଥାଏ, ଯେତେବେଳେ ସିଲିଣ୍ଡରରେ ଏହା ସ୍ପଷ୍ଟ ଭାବରେ ଦେଖାଯାଏ ଯେ ଶୁଖିବା ପରେ ମଧ୍ୟ କେତେ ଅଂଶ ଓଦା ଥାଏ | ଏପରି ପରିସ୍ଥିତିରେ ଗ୍ୟାସର ପରିମାଣ ସହଜରେ ଜାଣିହେବ |

Leave a Reply

Your email address will not be published. Required fields are marked *