ଚୋଟ ମାରିଦେଲା ନାଗୁଣୀ, ସାପକୁ ରାକ୍ଷୀ ବନ୍ଧୁଥିବା ସମୟରେ ସବୁ ଦିନ ପାଇଁ ଭାଇ ଶୋଇଗଲା, ଦେଖନ୍ତୁ ଛାତିଥରା ଦୃଶ୍ୟର ଭିଡିଓ

ଦେଶରେ ପ୍ରତ୍ଯେକବର୍ଷ ହଜ଼ାର ହଜ଼ାର ଲୋକଙ୍କର ସର୍ପ ଦଂଶନରେ ମୃତ୍ୟ ହୋଇଥାଏ। କିନ୍ତୁ, ସବୁଠାରୁ ବଡ଼ କଥା ହେଉଛକି ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ନିଜର ଭୁଲ ଏବଂ ଅସାବଧାନତା ଯୋଗୁଁ ସାପ କାମୁଡ଼ାର ଶିକାର ହୁଅନ୍ତି। ଗତ ରବିବାର ଦିନ ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଏହିପରି ଏକ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଅଛି ଯେଉଁଥିରେ ସାମାନ୍ୟ ଅସାବଧାନତା କାରଣରୁ ଜଣେ ସାପ ଧରାଳିଙ୍କର ଜୀବନ ଚାଲିଗଲା।

ବିହାରର ପାଟନାର ବସିନ୍ଧା ମନମୋହନ ସାପମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଗତ ୧୦ ବର୍ଷ ମଧ୍ୟରେ ସାପଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ିବାର କାର୍ଯ୍ୟ କରନ୍ତି। ରବିବାର ଦିନ ସେ ନିଜ ଘରେ ଦୁଇଟି ନାଗ ସାପକୁ ଧରିଥିଲେ ତାଙ୍କ ଦେହରେ ଟିକା ଲଗାଇବା ସହିତ ରାକ୍ଷୀ ବାନ୍ଧିବା ପାଇଁ ପ୍ରୟାସ କରୁଥିଲେ ଯାହା ତାଙ୍କ ପାଇଁ ବହୁ ଘାତକ ପ୍ରମାଣିତ ହୋଇଥିଲା।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ସେ ଦୁଇଟି ସାପକୁ ଲାଞ୍ଜକୁ ଧରି ତାଙ୍କ ମଥାରେ ଟିକା ଲଗାଇବା ପାଇଁ ପ୍ରୟାସ କରୁଥିଲେ ସେହି ସମୟରେ ଗୋଟିଏ ସାପ ତାଙ୍କର ପାଦକୁ କାମୁଡ଼ି ଦେଉଥିବା ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡ଼ିଓ:-

ସର୍ପ ଦଂଶନ ପରେ ମନମୋହନଙ୍କୁ ପରିବାର ଲୋକମାନେ ଝଡ଼ା ଫୁଙ୍କା କରି ଭଲ କରିବାକୁ ପ୍ରୟାସ କରିଲେ। ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଆଣ୍ଟି ଭେନମ ଇଞ୍ଜେକ୍ସନ ମଧ୍ୟ ଉପଲବ୍ଧ ନଥିଲା। ତାଙ୍କୁ ଆଉ ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିଲା କିନ୍ତୁ ସ୍ଥାନାନ୍ତରିତ କରୁଥିବା ସମୟରେ ବିଳମ୍ବ ହେବାରୁ ମନମୋହନଙ୍କର ଜୀବନ ଚାଲିଯାଇଥିଲା।

Leave a Reply

Your email address will not be published.