ଦେଖନ୍ତୁ ଭିଡ଼ିଓ : ବାଘମାନେ ରାସ୍ତାକୁ କଲେ ଜାମ, ଆନନ୍ଦ ମହିନ୍ଦ୍ରା ଦେଲେ ମଜାଦାର ପ୍ରତିକ୍ରିୟା

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି | ପ୍ରତିଦିନ କିଛି ନା କିଛି ଭଲ ଏବଂ ଚମତ୍କାର ଭିଡିଓ ସେୟାର କରିଥାନ୍ତି | ସେ ସେୟାର କରୁଥିବା ଭିଡିଓ ସବୁବେଳେ ଆକର୍ଷଣ ଏବଂ ପ୍ରେରଣାଦାୟକ ଭିଡିଓ ହୋଇଥାଏ | ଆଜି ମଧ୍ୟ ଆନନ୍ଦ ମହିନ୍ଦ୍ରା ଗୋଟିଏ ଚମତ୍କାର ଭିଡିଓ ସେୟାର କରିଛନ୍ତି | ଏହି ଭିଡିଓରେ କିଛି ବାଘ ଦେଖାଯାଉଛନ୍ତି, ଯେଉଁମାନେ କି ବହୁତ ବଡ଼ ଏବଂ ଖତରନାକ ଅଟେ | ଏହି ଭିଡିଓକୁ ସେୟାର କରିବାପରେ ଭିଡ଼ିଓଟି ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି | ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବହୁତ ଗୁଡିଏ କମେଣ୍ଟ ମଧ୍ୟ ଆସୁଛି | ସୋସିଆଲ ମିଡିଆରେ ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି | ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି |

ପ୍ରଥମେ ଏହି ଭିଡିଓକୁ ଦେଖନ୍ତୁ :-

ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ବାଘ ରାସ୍ତା ମଝିରେ ଠିଆ ହୋଇଛି | ବାଘ ଠିଆ ହେବା କାରଣରୁ ଟ୍ରାଫିକ ଜାମ ହୋଇଯାଇଛି | ଭିଡ଼ିଓର କ୍ୟାପ୍ସନରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି – କେବଳ ଆମ XUV ବଡ଼ ନୁହେଁ, ରାସ୍ତା ଉପରେ ବାଘ ମଧ୍ୟ ବଡ଼ ଅଟେ |

ଏହି ଭିଡିଓକୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି | ୧୨.୪ ହଜାର ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି ଏବଂ ୯୦୭ ଲୋକ ରିଟ୍ୱିଟ କରିଛନ୍ତି | ଏହି ଭିଡିଓରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି |

@drrezwan2 ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ ଅଟେ | ଆପଣଙ୍କର ଭିଡିଓ ସବୁବେଳେ ଚମତ୍କାର ହୋଇଥାଏ |

@grittygirl88 ନାମକ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ଆପଣ ନିଜ ଗାଡିର ସବୁବେଳେ ପ୍ରଚାର କରିଥାନ୍ତି |

Leave a Reply

Your email address will not be published. Required fields are marked *