ମାଆଙ୍କୁ ନିର୍ଦ୍ଧୟ ଭାବରେ ପିଟୁଥିଲା ପୁଅ, କୁକୁର ମଝିରେ ଆସି ଜୀବନ ବଞ୍ଚାଇଲା…ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଅନେକ ଭିଡିଓ ସାମ୍ନାକୁ ଆସୁଅଛି, ଯେଉଁଥିରେ ମଣିଷ ମଣିଷପଣିଆକୁ ଭୁଲିବାର ଦେଖାଯାଉଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ପ୍ରତ୍ଯେକ ବ୍ୟକ୍ତିଙ୍କୁ ପ୍ରବଳ ରାଗ ଲାଗିବ। ଭାଇରାଲ ଭିଡିଓରେ ଦେଖାଯାଉଛିକି ଜଣେ ବ୍ୟକ୍ତି, ବୃଦ୍ଧ ମହିଳାଙ୍କୁ ସଡକ ଉପରେ ବଡ ନିର୍ଦ୍ଧୟ ଭାବରେ ପିଟିଛୁ। ଭିଡିଓରେ ମହିଳା ଚିଲାଉଥିବାର ଦେଖାଯାଉଛି, ଏକ ଟୁଇଟରେ କୁହାଯାଉଛିକି ମହିଳାଙ୍କୁ ଟାଣି ନେଉଥିବା ବ୍ୟକ୍ତିଜଣକ ତାଙ୍କର ପୁଅ ଅଟନ୍ତି।

ଏକ ରିପୋର୍ଟ ମୁତାବିକ ଏହି ମାମଲା ତାମିଲନାଡୁର ନାମକ୍କଲ ସହରର ଅଟେ। ଯେଉଁଠି ଏକ ପୁଅ ମଣିଷପଣିଆ ଭୁଲିଗଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇପାରିବକି ପୁଅ ନିଜର ମାଙ୍କୁ ପିଟୁଅଛି। ଓ ସଡକ ଉପରେ ଟାଣୁଅଛି। ମହିଳାଙ୍କ ନାମ ମାଲକିନ ନଲ୍ଲମ୍ମଳ ଅଟେ, ସ୍ଵାମୀଙ୍କ ମୃତ୍ୟୁ ପରେ ସେ ପୋନରପଟ୍ଟିରେ ଏକଲା ରହୁଥିଲେ। ଏକ ମୁତାବିକ ସେ ନିଜର ଜମି ପୂର୍ବରୁ ନିଜର ପୁଅଙ୍କ ନାମରେ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜର ମାଙ୍କର ଆୟ ଉପରେ ହକ ଦେଖାଉଛନ୍ତି।

ଭିଡିଓରେ ନିଜର ମାଙ୍କୁ ଟାଣିଥୁବା ବ୍ୟକ୍ତିଙ୍କର ନାମ ଶନମୁଗମ ଅଟେ। ନଲ୍ଲମ୍ମଳଙ୍କର ଏକ ପୋଷା କୁକୁର ଅଛି। ସେ ଶନମୁଗମ ଦ୍ଵାରା ନିଜର ମାଲିକାଣୀଙ୍କ ମାରପିଟକୁ ଦେଖି ରକ୍ଷା କରିବା ପାଇଁ ଆସିଗଲେ। କୁକୁର ଶନମୁଗମଙ୍କ ଉପରକୁ ଅନେକ ଥର ଆକ୍ରମଣ କରିଲେ ଓ ନିଜର ମାଲିକାଣୀଙ୍କୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରିଲା। ଏହି ଭିଡିଓରେ ଦେଖାଯାଇପାରିବକି ନଲ୍ଲମ୍ମଳଙ୍କୁ ରକ୍ଷା କରିବା ପାଇଁ ଶନମୁଗମଙ୍କ ଠାରୁ ରକ୍ଷା କରୁଅଛି। ଏହି ସମୟରେ ଶନମୁଗମ କୁକୁରଙ୍କ ଠାରୁ ଡରି ନିଜ ମାଙ୍କୁ ଟାଣିବା ବନ୍ଦ କରିଦିଏ।

ସୋସିଆଲ ମିଡିଆରେ ବର୍ତ୍ତମାନ ଭିଡିଓ ଭାଇରାଲ ହେଉଅଛି। ଏହି ଭିଡିଓକୁ ଦେଖିବା ପରେ ଜଣେ ୟୁଜର କହିଲେକି ପଶୁଙ୍କୁ ମଣିଷଙ୍କର ମହତ୍ଵ ଜଣାଅଛି। କିନ୍ତୁ ଗୋଟିଏ ମଣିଷ ଅନ୍ୟ ମଣିଷଙ୍କୁ ନିର୍ଦ୍ଧୟ ଭ୍ବାରେ ପିଟୁଅଛି, ସେଠାରେ ଜଣେ ୟୁଜର କହିଲେକି କୁକୁର ଯେଉପରି ମଣିଷଙ୍କୁ ରକ୍ଷା କରିବାକୁ ପ୍ରୟାସ କରୁଅଛି ତାହା ବାସ୍ତବରେ ହୃଦୟସ୍ପର୍ଶୀ ଅଟେ। ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପୋଲିସ ଏହି ମାମଲାକୁ ଯାଞ୍ଚ କରୁଅଛି, ଶନମୁଗମଙ୍କୁ ନିଜର ମାଙ୍କୁ ପିଟୁଥିବାର ଦଣ୍ଡରେ ଗିରଫ କରିନିଆଯାଇଛି। ତାଙ୍କର ପତ୍ନୀ ଫେରାର ଅଛନ୍ତି ଓ ବର୍ତ୍ତମାନ ସନ୍ଧାନ କରାଯାଉଛି।

Leave a Reply

Your email address will not be published. Required fields are marked *