ଶାଶୁଙ୍କ ଆରୋପକୁ ମିଛ ସାବ୍ୟସ୍ତ କରିବାକୁ ଯାଇ ଜଳୁଥିବା ଅଙ୍ଗାର ଉପରେ ଚାଲିଲା ବୋହୂ,ଭିଡ଼ିଓ ଭାଇରଲ

ମଧ୍ୟପ୍ରଦେଶ ର ଛିନ୍ଦୱାଡ଼ା ରୁ ଏକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଠାରେ ଏକ ମହିଳା ଜଳୁଥିବା ଅଙ୍ଗାରରେ ଚାଲୁଥିବାର ନଜର ଆସୁଛି। କୁହାଯାଉଛି ମହିଳା ଜଣକ ଶାଶୁଙ୍କ ଆରୋପକୁ ମିଛ ସାବ୍ୟସ୍ତ କରିବାକୁ ଯାଇ ରମାକୋଣା ଗ୍ରାମର ତଥାକଥିତ ବାବାଙ୍କ ଦରବାରରେ ଅଙ୍ଗାରରେ ଚାଲିବାକୁ ପଡ଼ିଲା।

ଏହି ପୁରା ମାମଲା ଅଗଷ୍ଟ 17 ତାରିଖ ଗ୍ରାମ ରମାକୋଣାର ଅଟେ। ଏଠାରେ ତଥାକଥିତ ବାବା ଦରବାରର ସଞ୍ଚାଳନ କରିଥାନ୍ତି। ମଙ୍ଗଳବାର ଦିନ ରାତିରେ ଏଠାରେ ବାବାଙ୍କ କିଛି ଭକ୍ତ ଏକାଠି ଥିଲେ। ଏଠାରେ ବାବା କିଛି ଲୋକଙ୍କ ଅସୁବିଧାର ଶୁଣାଣି କରୁଥିଲେ। ଏମିତି ଶୁଣାଣି କରୁଥିବା ସମୟରେ ବାବା ମୋହଖେଡ଼ ଅଞ୍ଚଳର ମଉ ନିବାସୀ ମହିଳାଙ୍କୁ ଡ଼ାକିଲେ।

ବାବା ସମସ୍ତଙ୍କ ଆଗରେ ମହିଳାଙ୍କୁ କଳଙ୍କ ବୋଲି କହିଥିଲେ। ସେ ନିଜର ସ୍ୱାମୀକୁ କିଛି ପିଆଇ ଖୁଆଇ ବଶୀଭୂତ କରିଛି। ଯଦି ଏହି ମହିଳା ଭୁଲ ଅଟେ ତାହେଲେ ସେ ନିଆଁରେ ଧୂଳିସାତ ହୋଇଯିବ। ବାବାଙ୍କ ଆଜ୍ଞାରେ ମହିଳା ଅଙ୍ଗାରରେ ଚାଲିବାକୁ ପ୍ରସ୍ତୁତ ହୋଇଗଲା ଓ ସେ ଏପଟରୁ ସେପଟକୁ ମଧ୍ୟ ଖାଲି ପାଦରେ ଚାଲିକି ଗଲା।

ଭିଡ଼ିଓରେ ଦେଖାଯାଉଛି କି, ମହିଳା ଅଙ୍ଗାରରେ ଚାଳିବାପରେ ନିଜର ଗୋଡ଼ ଧୋଉଛନ୍ତି। ପୁଣିଥରେ ନିଜକୁ ସତ୍ୟ ସାବ୍ୟସ୍ତ କରିବାପାଇଁ ଖାଲି ପାଦରେ ଚାଲିଥିଲେ। କୁହାଯାଉଛି କି, ମହିଳାଙ୍କ ଶାଶୁ ବାବାଙ୍କ ପାଖରେ ଦାବି କରିଥିଲା କି, ତାଙ୍କ ବୋହୂ ତାଙ୍କ ପୁଅକୁ କିଛି ଖୁଆଇ ପିଆଇ ବଶୀଭୂତ କରିଦେଇଛି।

ମହିଳା ଜଣକ କହିଥିଲେ ପାରିବାରିକ ବିବାଦ ହୋଇଥିଲା ଓ ସେ ନିଜେ ସ୍ୱ ଇଛାରେ ବାବାଙ୍କ ପାଖକୁ ଯାଇ ଅଙ୍ଗାରରେ ଚାଲିଥିଲେ ସେଠାରେ ତାଙ୍କ ପତି ମଧ୍ୟ ଉପସ୍ଥିତ ଥିଲେ।

ପତ୍ନୀଙ୍କ ଅଙ୍ଗାର ଉପରେ ଖାଲି ପାଦରେ ଚାଲିବାପରେ ତାଙ୍କ ପତି କହିଥିଲେ କି, ଆମ ପରିବାରରେ ଭ୍ରମ ଜାତ ହୋଇଥିଲା କି, ମୋ ପତ୍ନୀ କିଛି ଗଡ଼ବଡ଼ କରୁଛି କିନ୍ତୁ ଏବେ ମୋ ମାଆ ମନରେ ଏହିସବୁ ଅବିଶ୍ୱାସ ଦୂରେଇ ଗଲା।

ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଆସି ଅଙ୍ଗାରରେ ଚାଲିଥିବା ମହିଳାଙ୍କୁ ପଚରାଉଚରା କଲା ଓ ମହିଳା ଜଣକ କହିଥିଲେ ସେ ତାଙ୍କ ନିଜ ଇଚ୍ଛାରେ ଅଙ୍ଗାରରେ ଚାଲିଥିଲେ।

ତର୍କଶୀଳ ବିଚାର ସମିତି ଓ ଅଖିଳ ଭାରତୀୟ ଅନ୍ଧଶ୍ରଦ୍ଧା ନିର୍ମୂଲନ ସମିତି ଭିଡ଼ିଓ ଭାଇରାଲ ହେବାପରେ ଏହାକୁ ଅନ୍ଧବିଶ୍ବାସ ଆଧାରରେ ବାବାଙ୍କ ବିରୋଧରେ ପୋଲିସ ପାଖରେ ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published.