ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ହାତରେ ଲାଗିପାରେ ୭୪ ଲକ୍ଷ କୋଟିର ଖଜାନା,ପଢନ୍ତୁ ପୁରା ଖବର

ଆଫଗାନିସ୍ତାନ ର ବହୁତ ଅଞ୍ଚଳ କବଜା କରିବା ପରେ ଆତଙ୍କି ସଙ୍ଗଠନ ତାଲିବାନ ହାତରେ ବହୁତ ବଡ ଖଜାନା ଲାଗି ଯାଇଛି। ଏହିସମୟରେ ତାଲିବାନ କବଜାରେ 1 ଟ୍ରିଲିୟନ ମାନେ 74 ଲକ୍ଷ 42 ହଜାର କୋଟି ଟଙ୍କାର ଖଣିଜ ରହିଛି। ଆଫଗାନିସ୍ତାନରେ ଏହି ଖଣିଜର ଖନନ ଏପର୍ଯ୍ୟନ୍ତ କରାଯାଇ ନାହିଁ।

ଆଫଗାନିସ୍ତାନ ରେ ଖଣିଜ ସମ୍ପଦ ଭଣ୍ଡାର:-

ଲଗାତର ହେଉଥିବା ଲଢେଇ ଓ ଆକ୍ରମଣ କାରଣରୁ ଆଫଗାନିସ୍ତାନରେ ଥିବା ଖଣିଜ ସମ୍ପଦର ଖନନ ହୋଇ ପାରିନଥିଲା। ଏହି କାରଣରୁ ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଗରିବ ଦେଶ ହୋଇ ରହିଛି।

ଆଫଗାନିସ୍ତାନରେ ରହିଛି ଏହି ଖଣିଜ:-

ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବିକ, ଆଫଗାନିସ୍ତାନରେ ବକ୍ସାଇଟ, କପର, ଆଇରନ ଓ ଲିଥିୟମ ର ବହୁତ ବଡ଼ ଖଣିଜ ରହିଛି। ଆପଣଙ୍କୁ ଜଣାଇଦେଉଛୁ କି, କପର ର ବ୍ୟବହାର ବିଜୁଳି ତାର ବନାଇବାର ବ୍ୟବହାର ହୋଇଥାଏ। କପରର ମୂଲ୍ୟ 7 ଲକ୍ଷ 43 ହଜାର 5 ଟଙ୍କା ପ୍ରତି ଟନ ହୋଇଗଲାଣି।

ତାଲିବାନ ହୋଇପାରେ ମାଲାମାଲ:-

ସେହିପରି ଲିଥିୟମର ବ୍ୟବହାର ଇଲେକ୍ଟ୍ରୋନିକ କାରର ପ୍ୟାନେଲ ଓ ବ୍ୟାଟେରୀ ବନାଇବାରେ ବ୍ୟବହାର କରାଯାଇଥାଏ। ଏଥିରେ ବହୁତ ଟଙ୍କା କମା ଯାଇପାରେ। ଇଣ୍ଟରନାଶନାଲ ଏନର୍ଜି ଏଜେନ୍ସି ମୁତବିକ, 2040 ପର୍ଯ୍ୟନ୍ତ ଆଜିଠାରୁ 40 ଗୁଣା ଲିଥିୟମର ପ୍ରଡକ୍ସନ ସାରା ଦୁନିଆରେ ହେବ।

କୁହାଯାଉଛି ଚୀନ ଆଫଗାନିସ୍ତାନର ଖଣିଜକୁ ପାଇବା ପାଇଁ ତାଲିବାନ ସହିତ ହାତ ମିଶଇଥିବା ସହିତ ସେପଟେ ରୁଷ ମଧ୍ୟ ଆଫଗାନିସ୍ତାନ ଖଣିଜ ଉପରେ ନଜର ରଖିଛି।

Leave a Reply

Your email address will not be published.