ନିର୍ମାୟା ଚେହେରା,ଦୁର୍ଦାନ୍ତ କାର୍ଯ୍ୟ ,ମୋଟର ସାଇକେଲ ଚୋରାଏ, ଜାଣନ୍ତୁ କାହିଁକି ଭାଇରାଲ ହେଉଛି ପୋଲିସର ଏହି ଟୁଇଟ୍

ସାଧାରଣତଃ ପୋଲିସ ବିଭାଗରେ କାମ କରୁଥିବା ଲୋକଙ୍କୁ ବଡ ସିରିୟସ ବୁଝାଇଥାଏ|ଯଦିଓ‌ କିଛି ମାସ ପୂର୍ବରୁ ପୋଲିସ ନିଜର ଇମେଜ ବଦଳେଇଛନ୍ତି|ବଦଳୁଥିବା ସମୟ ସହ ସେ ମଧ୍ୟ ବଡ ମଜାଦାର ତରିକାରେ ପରିବର୍ତ୍ତନ କରିଛନ୍ତି|କହିବାକଥା ଯେ ଏମାନେ ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କ ଭଳି ବହୁ ଆକ୍ଟିଭ ରହୁଛନ୍ତି|ତାଙ୍କ କ୍ରିଏଟିଭିଟି ସୋସିଆଲ ମିଡିଆ ବାଲା ଜନତାଙ୍କୁ ମଧ୍ୟ ଖୁବ ପସନ୍ଦ ହୋଇଛି|ଏହି କଡିରେ ଏଥର ଫରିଦାବାଦ ପୋଲିସର ଟୁଇଟ ଭାଇରାଲ ହେଉଛି|ଯାହାକୁ ପଢି ଲୋକମାନେ ହସିହସି ଗଡିଯାଉଛନ୍ତି|

ଏମିତିରେ ବହୁ ବାଇକ ଚୋରକୁ ପୋଲିସ ଧରିଥାଏ, କିନ୍ତୁ ଶନିବାର ଫରିଦାବାଦ ପୋଲିସ ଏକ ମୋଟରସାଇକେଲ ଚୋରୀର ତଥ୍ୟ ଦେଇ ଓ ଲୋକଙ୍କୁ ଏଥିରୁ ବଞ୍ଚିବା ପାଇଁ ଜାଗରୁକ ହେବା ପାଇଁ ଯେଉଁ ଟୁଇଟ କରିଛନ୍ତି ତାହା ପ୍ରକୃତରେ ମଜାଦାର|

ଫରିଦାବାଦ ପୋଲିସ ନିଜର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ” ନିର୍ମାୟା ଚେହେରା, ଦୁର୍ଦାନ୍ତ କାର୍ଯ୍ୟ,ମୋଟର ସାଇକେଲ ଚୋରାଏ,ହାଏ”ଏହା ସହ ପୋଲିସ ଏବେ ତ ଭିତରେ ରହିଛି|ପୋଲିସ ବିଭାଗର ଏହି ଟୁଇଟ ଏଵେ ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରଲ ହେଉଛି|ଏହା ଉପରେ ଲୋକମାନେ ମଜାଦାର ପ୍ରତିକ୍ରିୟା ରଖିଛନ୍ତି|

ସୋସିଆଲ ମିଡିଆରେ ପୋଲିସର ଏହି ଟୁଇଟ ଲୋକଙ୍କୁ ବହୁତ ପସନ୍ଦ ଆସୁଛି|ୟୁଜର୍ସ ପୋଲିସର ଏହି ପୋଷ୍ଟରେ ମଜାଦାର ପ୍ରତିକ୍ରିୟା ରଖିଛନ୍ତି|କିଛି ଲୋକ ଗୀତକୁ ପୂରା କରିଥିଲା ବେଳେ କିଛି ଏହି ପୋଷ୍ଟରେ ମଜାଦାର ସାୟରୀ ଲେଖିଛନ୍ତି|ଏହାକୁ ଏପର୍ଯ୍ୟନ୍ତ ୬ ହଜାରରୁ ଉର୍ଦ୍ଧ୍ଵ ଲୋକ ଲାଇକ କରିଛନ୍ତି|

Leave a Reply

Your email address will not be published.