କୋଭିଡ଼ ଟିକା ନେବା ହେଲା ଆହୁରି ସହଜ: ହ୍ୱାଟସଆପ ମାଧ୍ୟମରେ ବୁକ କରିପାରିବେ ଟୀକାକରଣ ସ୍ଲଟ

ଆପଣ ବର୍ତ୍ତମାନ କୋଭିଡ଼ ଟିକା ନେବା ପାଇଁ ହ୍ଵାଟସଆପରେ ସ୍ଲଟ୍‌ ବୁକିଂ କରିପାରିବେ। କିଛି ସମୟ ମଧ୍ୟରେ ନିଜ ମୋବାଇଲର ହ୍ଵାଟସଆପରେ ସ୍ଲଟ ବୁକିଂ କରିପାରିବେ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ବୁକିଂ ପାଇଁ ପ୍ରଥମେ ଆପଣଙ୍କ ମୋବାଇଲରେ ୯୦୧୩୧୫୧୫୧୫ କୁ ସେଭ କରିବାକୁ ପଡ଼ିବ।

ହ୍ଵାଟସଆପରୁ ଏହି ନମ୍ବରରୁ ବୁକ ସ୍ଲଟ ମେସେଜରେ ଲେଖି ପ୍ରଥମେ ପଠାଇବାକୁ ପଡ଼ିବ। ଏହାପରେ ଆପଣଙ୍କୁ ୬ ନମ୍ବର ବିଶିଷ୍ଟ ଏକ ଓଟିପି ଆସିବ। ଏହାପରେ ଆପଣଙ୍କୁ ଟିକା ନେବାକୁ ଚାହୁଁଥିବା ଦିନ, ସ୍ଥାନ,ପିନ କୋଡ ଓ କେଉଁ ଟିକା ନେବେ ସେ ବିଷୟରେ ଆପଣଙ୍କୁ ଚୟନ କରିବାକୁ ପଡ଼ିବ। ଏହାପରେ ଆପଣଙ୍କର ଟିକା ନେବା ପାଇଁ ସ୍ଲଟ ବୁକ ହୋଇଯିବ। କିଭଳି ଭାବରେ ଦେଶର ସମସ୍ତ ନାଗରିକ ସହଜରେ ଟିକା ନେଇପାରିବେ ସେଥିପାଇଁ କେନ୍ଦ୍ର ସରକାର ନୂଆ ନୂଆ ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *