କରୋନାର ତୃତୀୟ ଲହରକୁ ନେଇ ଆସିଲା ଚେତାବନୀ, ଏହି ଲହରୀ ନଭେମ୍ବର ମାସରେ ରହିବ ଉଚ୍ଚତର,ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା

କରୋନାର ସ୍ୱଭାବିତ ତୃତୀୟ ଲହରୀ ନଭେମ୍ବର ମାସରେ ନିଜର ଚରମ ସ୍ଥାନରେ ପହଞ୍ଚିବ। ଏହିକଥା କରୋନା ମାହାମାରୀର ଗାଣିତିକ ମହାବୈଜ୍ଞାନୀ କହିଛନ୍ତି। ସେ କହିଛନ୍ତି ଯଦି ଡେ଼ଲ୍ଟା ଠାରୁ ଅଧିକ ସଂକ୍ରାମକ ଭାଇରସ ଜନ୍ମ ନିଏ ଓ ଏହା ସେପ୍ଟେମ୍ବର ମାସରେ ଆକ୍ଟିଭ ହୋଇଯାଏ ତାହେଲେ ଏହା ନଭେମ୍ବର ମାସରେ ନିଜର ଚରମତା ସ୍ପର୍ଶ କରିବ। ସେପଟେ ସରକାରଙ୍କ ଏକ ସୂତ୍ର ପକ୍ଷରୁ କାହାଯାଇଛି କି, କରୋନାର ମୈଜୁଦା ପରିସ୍ଥିତିକୁ ଦେଖି ମଙ୍ଗଳବାର ଦିନ ଏକ ମିଟିଂ ଡ଼କାଯାଇଛି। ଏହି ରିଭ୍ୟୁ ମିଟିଂରେ ପିଏମଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ନୀତି ଆୟୋଗ ଅଫିସର ସାମିଲ ହେବେ। ଏହି ମିଟିଂ ଦ୍ୱିପ୍ରହର 3.30 ଘଟିକା ସମୟରେ ହେବ।

ଆଇଆଇଟି କାନପୁରର ବୈଜ୍ଞାନିକ ମାନିନ୍ଦ୍ର ଅଗ୍ରୱାଲ କହିଛନ୍ତି, କରୋନାର ତୃତୀୟ ଲହରୀରେ ଦ୍ଵିତୀୟ ଲହରୀ ପରି କେସ ଆସିବନାହିଁ କିନ୍ତୁ ପ୍ରଥମ ଲହରୀ କେସ ଆସିବାର ସମ୍ଭାବନା ଅଧିକ ରହିଛି।

କଣ ତୃତୀୟ ଲହର ଆସିବନାହିଁ:-

ମନିନ୍ଦ୍ର ଅଗ୍ରୱାଲ ଆଇଆଇଟି କାନପୁରର ତିନି ସଦସୀୟ ଟିମର ଅଂଶ ଅଟେ। ଯିଏକି କରୋନା ସଂକ୍ରମଣ ଅନୁଧ୍ୟାନ କରି ଏହାର ପୂର୍ବାନୁମାନ କରିଥାଏ। ଅଗ୍ରୱାଲଙ୍କ କହିବା ହେଲା ଯଦି ଡେ଼ଲ୍ଟାରୁ ଅଧିକ ସଂକ୍ରମକ ଆସୁନାହିଁ ତାହେଲେ ହୋଇପାରେ ତୃତୀୟ ଲହରୀ ମଧ୍ୟ ଆସିବନାହିଁ।

ସେ କହିଲେ, ଯଦି କୌଣସି ଅଧିକ ସଂକ୍ରାମକ ଭ୍ୟାରିଏଣ୍ଟ ସାମ୍ନାକୁ ଆସୁଛି ତାହେଲେ ଏହା ନଭେମ୍ବର ମାସରେ ନିଜର ଚରମତା ସ୍ପର୍ଶ କରିବ। ଏହି ପରିସ୍ଥିତିରେ ପ୍ରତିଦିନ କରୋନା ଭାଇରସର 1.5 ଲକ୍ଷ ମାମଲା ସାମ୍ନାକୁ ଆସିପାରେ ଓ ନଭେମ୍ବରରେ ଏହା ଚରମରେ ହେବ। ସେ କହିଛନ୍ତି, ତୃତୀୟ ଲହରୀ ଦ୍ଵିତୀୟ ଠାରୁ ସଂକ୍ରାମକ ହେବନାହିଁ କିନ୍ତୁ ପ୍ରଥମ ଲହରୀ ସଦୃଶ ହୋଇପାରେ। ଏହା ଅନୁମାନ ଉପରେ ଆଧାରିତ।

ଦ୍ବିତୀୟ ଲହରୀ ହାହାକାର ମଚାଇ ଥିଲା:-

ଭାରତରେ ଦ୍ବିତୀୟ ଲହରୀ ଡେ଼ଲ୍ଟା ଭ୍ୟାରିଏଣ୍ଟ କାରଣରୁ ଆସିଥିଲା। ଦେଶରେ ମାର୍ଚ୍ଚ ରୁ ମେ ମାସ ପର୍ଯ୍ୟନ୍ତ ଏହାର କହର ଲାଗିଥିଲା। ଏହାମଧ୍ୟରେ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ ଓ ହଜାର ହଜାର ମରିଥିଲେ। ଦେଶରେ ମେ 7 ତାରିଖରେ କରୋନାର 4,14,188 କେସ ଦର୍ଜ କରାଯାଇଥିଲା। ଡେ଼ଲ୍ଟା ଭ୍ୟାରିଏଣ୍ଟ କାରଣରୁ ଦୁନିଆର ଅନ୍ୟ ସ୍ଥାନରେ କରୋନା ଲହରୀ ଆସିଛି। ଅଗ୍ରୱାଲ ଅନୁମାନକୁ ଆଧାର କରି କହିଥିଲେ କି, ଡେ଼ଲ୍ଟା ଠାରୁ ଖତରନାକ ଭ୍ୟାରିଏଣ୍ଟ ନଆସିଲେ ତୃତୀୟ ଲହରୀ ଆସିବନାହିଁ।

Leave a Reply

Your email address will not be published. Required fields are marked *