ତାଲିବାନର ବାସ୍ତବତାକୁ କହି କହି କାନ୍ଦି ପକାଇଲେ ଭାରତରେ ପହଞ୍ଚିଥିବା ଆଫଗାନିସ୍ତାନ ସାଂସଦ, ଆଫଗାନିସ୍ତାନର ଅବସ୍ଥା ବହୁତ …ଦେଖନ୍ତୁ ଭିଡ଼ିଓ

ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରଠାରୁ ସେଠାର ଅବସ୍ଥା ବହୁତ ବିଗିଡି ଯାଇଛି | ସବୁ ଦେଶ ନିଜ ନିଜର ନାଗରିକମାନଙ୍କୁ ସେଠାରୁ ବାହାର କରିବାରେ ବ୍ୟସ୍ତ ଅଛନ୍ତି | ଏହା ମଧ୍ୟରେ ଭାରତୀୟ ବାୟୁସେନାର ଏକ ସୈନ୍ୟ ପରିବହନ ବିମାନ କାବୁଲରୁ ୧୦୭ ଜଣ ଭାରତୀୟ ସହିତ ୧୬୮ ଲୋକଙ୍କୁ ନେଇ ହିଣ୍ଡନ ଏୟାରବେଶ ଗାଜିୟାବାଦରେ ପହଞ୍ଚିଛି | ନିଜ ଦେଶକୁ ଫେରିଥିବା ନାଗରିକମାନେ ସୁରକ୍ଷିତ ଅନୁଭବ କରୁଛନ୍ତି ଏବଂ ଜଣେ ଆଫଗାନିସ୍ତାନ ଯାତ୍ରୀ କହିଛନ୍ତି ଯେ ଆଫଗାନିସ୍ତାନର ଅବସ୍ଥା କେମିତି ଅଛି ?

ଗୋଟିଏ ନ୍ୟୁଜ ଚ୍ୟାନେଲ ସହିତ କଥା ହୋଇ ଆଫଗାନିସ୍ତାନ ଯାତ୍ରୀ କହିଛନ୍ତି ଯେ, ‘ମୁଁ ସେଠାରେ ଇଣ୍ଡିଆନ ଏବେନ୍ସିରେ କାମ କରୁଥିଲି, କିନ୍ତୁ ଦିନରାତି ମତେ ଜୀବନ ଯିବାର ଭୟ ରହିଥିଲା | ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛି, ଯିଏକି ଆମକୁ ଆଫଗାନିସ୍ତାନରୁ ବାହାର କଲେ | ବର୍ତ୍ତମାନ କେବଳ ମୁଁ ନୁହେଁ ବରଂ ଆଫଗାନିସ୍ତାନର ପ୍ରତ୍ୟେକ ନାଗରିକ ଭୟରେ ଅଛନ୍ତି | ତାଲିବାନ ପାଖରେ କୌଣସି ଡ୍ରେସ କୋଡ଼ ନାହିଁ, ତେଣୁ ଏଥିରୁ ଜଣାପଡୁ ନାହିଁ ଯେ କିଏ ସରକାରୀ ବ୍ୟକ୍ତି ଏବଂ ଗୁଣ୍ଡା ବଦମାସ ଅଟେ | ଯଦି କୌଣସି ବ୍ୟକ୍ତି ରାସ୍ତା ଉପରେ ଭଲରେ ଗାଡି ଚଳାଉଛି, ତେବେ ସେ ଲୋକମାନେ ତାର ଗାଡିକୁ ଛଡାଇ ନେଉଛନ୍ତି | ଏହାସହିତ ସେମାନେ ଲୋକମାନଙ୍କ ଘରକୁ ପଶି ଟଙ୍କା, ସୁନା ଏବଂ କାର ଲୁଟି ନେଇ ଯାଉଛନ୍ତି |’

ଆଫଗାନିସ୍ତାନ ସାଂସଦ ନରେନ୍ଦ୍ର ଖାଲସା କହିଛନ୍ତି ଯେ, ” ଭାରତ ଆମ ଦ୍ୱିତୀୟ ଘର ଅଟେ, କିଛି ଦିନ ଧରି ଗୁରୁଦ୍ୱାରାରେ ଲୋକମାନେ ଶରଣ ନେଇଥିଲେ | କାରଣ ସେଠାରେ ସବୁ ଲୋକମାନେ ସୁରକ୍ଷିତ ଅନୁଭବ କରୁଥିଲେ ଏବଂ ସେଠାରେ କେହି ବି ଭୋକରେ ନଥିଲେ | ତାପରେ ମଧ୍ୟ ଆମେ ତାଲିବାନମାନଙ୍କ ଉପରେ ଭରସା କରିପାରିବା ନାହିଁ, ତେଣୁ ଆମେ ସମସ୍ତେ ଭାରତକୁ ପଳେଇ ଆସିଲୁ | ଆମେ ସମସ୍ତେ ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛୁ ଯେ ସେ ଖରାପ ସମୟରେ ଆମକୁ ସାହାଯ୍ୟ କଲେ |”

କୁହାଯାଉଛି ଯେ ମିଡ଼ିଆ ସହିତ କଥାବାର୍ତ୍ତା ବେଳେ କାବୁଲରୁ ହିଣ୍ଡନ ଏୟାରବେସରେ ପହଞ୍ଚିଥିବା ଆଫଗାନିସ୍ତାନ ସାଂସଦ ନରେଲା ଖାଲସା ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ ଏବଂ ସେ କାନ୍ଦିବାକୁ ଲାଗିଲେ | ସେ କାନ୍ଦି କାନ୍ଦି କହିଛନ୍ତି ଯେ, “ଆଫଗାନିସ୍ତାନ ହେଉଛି ଆମ ମାଟି | ଆମ ମା ଅଟେ | ଆଫଗାନିସ୍ତାନରେ ଆମେ ପିଢ଼ି ପିଢ଼ି ଧରି ରହିଆସୁଛୁ, କିନ୍ତୁ ଯାହା ବର୍ତ୍ତମାନ ଦେଖିଲୁ, ତାହା କେବେ ବି ଦେଖିନଥିଲୁ | ଆମର ସବୁକିଛି ଶେଷ ହୋଇଯାଇଛି | ୨୦ ବର୍ଷ ପୂର୍ବରୁ ଯେଉଁ ସରକାର ଥିଲା … ବର୍ତ୍ତମାନ ସବୁକିଛି ଶେଷ ହୋଇଯାଇଛି |” ଭାରତରେ ପହଞ୍ଚିଥିବା ଜଣେ ମହିଳା କହିଛନ୍ତି, “ଆଫଗାନିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି, ତେଣୁ ମୁଁ ମୋ ଝିଅ ଏବଂ ଦୁଇଟି ନାତି ନାତୁଣୀ ସହିତ ଏଠାକୁ ଆସିଛି | ଆମର ଭାରତୀୟ ଭାଇ ଓ ଭଉଣୀମାନେ ଆମକୁ ସାହାଯ୍ୟ କରିବାକୁ ଆସିଥିଲେ | ତାଲିବାନ ଦ୍ୱାରା ମୋର ସମ୍ପର୍କୀୟଙ୍କୁ ବହୁତ ଖରାପ ବ୍ୟବହାର କରାଯାଇଛି, ସେମାନେ ଅନେକ ଲୋକଙ୍କ ମୁହଁକୁ କଳା କରିଦେଇଛନ୍ତି |”

ଏହାପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଭାରତୀୟଙ୍କ ସ୍ଥାନାନ୍ତର ଜାରି ରହିଛି | ସେ କହିଥିଲେ ଯେ ଭାରତର ୧୦୭ ନାଗରିକଙ୍କ ସମେତ ୧୬୮ ଯାତ୍ରୀ ଭାରତୀୟ ବାୟୁସେନା ମାଧ୍ୟମରେ କାବୁଲରୁ ଦିଲ୍ଲୀ ଅଣାଯାଉଛି | ସେ କହିଥିଲେ ଯେ ବିମାନରେ ଦୁଇଜଣ ବଡ ଶିଖ ନେତା ଏବଂ ଦୁଇଜଣ ନେପାଳ ନାଗରିକଙ୍କୁ ମଧ୍ୟ ଅଣାଯାଉଛି |

Leave a Reply

Your email address will not be published.