ବ୍ୟକ୍ତି ଜଣକ ଖୋଲିଲେ ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଥିବା ଫାର୍ମହାଉସର କବାଟ, ତା ପରେ ଏମିତି ଜିନିଷ ମିଳିଲା ଯେ ବଦଳିଗଲା ଭାଗ୍ୟ

ଏଵେ ଅର୍ବାନ ଏକ୍ସପ୍ଲୋରରର୍ସ ଲୋକଙ୍କ ଧ୍ୟାନ ନିଜର ସନ୍ଧାନ ପାଇଁ ବହୁ ଆକର୍ଷିତ କରୁଛି|ପ୍ରଥମେ ଖୋଜି ଲୋକମାନେ ପାହାଡ ଓ ବିରାନ ଗୁମ୍ଫାରେ ଖଜାନା ଖୋଜିବାକୁ ଯାଉଥିଲେ|ଏଵେ ମଡର୍ଣ ସମୟରେ ଅର୍ବାନ ଏକ୍ସପ୍ଲୋରରର୍ସ ଏମିତି ଜାଗା ଯାଇ ଫଟୋ ନେଉଛନ୍ତି ଯାହା ବର୍ଷ ବର୍ଷଧରି ବନ୍ଦ ରହିଛି|ବିଦେଶରେ ଏମିତି ବହୁ ସମ୍ପତ୍ତି ରହିଛି ଯାହା ବର୍ଷ ବର୍ଷ ଧରି ଵନ୍ଦ ରହିଛି|ଏଥିରେ ରହୁଥିବା ଲୋକ ଜାଗା ଛାଡି କରି ଚାଲିଯାଇଛି ତେଵେ ଏହାର ଦାବିଦାର ନାହିଁ|ଏଵେ ଜଣେ ଅର୍ବାନ ଏକ୍ସପ୍ଲୋରରର୍ସ କାଇଲ ଉର୍ବେକ୍ସ ୟୁକେର ଲଙ୍କାସାୟରର ପଲ୍ଟନଲି ସ୍ଥିତ ଏମିତି ଏକ ଫାର୍ମହାଉସ ପାଇଲେ ଯାହା ୨୨୧ ବର୍ଷଧରି ବନ୍ଦ ରହିଥିଲା|

ପିଟଫିଲ୍ଡ ଫାର୍ମକୁ ୧୮୮୦ ରେ ବନାଇଥିଲା|ଏହାର ମାଲିକଙ୍କ ମୃତ୍ୟୁ ପରେ ଏହା ଖାଲି ଥିଲା|ଯଦିଓ ୫ ବର୍ଷ ପୂର୍ବେ ତାଳ ମୃତ୍ୟୁ ହୋଇଥିଲା, ତାପରେ ଭିତରକୁ କେହି ଯାଇନଥିଲେ|ଏହାକୁ ଲୋକାଲ ଲୋକ ରେଡପୋଲ ନାମ ଦେଇଥିଲେ|ଲାନ୍ସ ଲାଇଭ ରିପୋର୍ଟ ଅନୁସାରେ ଏହାକୁ ଥୋମାସ ଥାରୋନ୍ଟନ ବନାଇଥିଲେ|

ଥୋମାସ ଥାରୋନ୍ଟନ ଝିଅ ମେରୀ ଲୋକାଲ ରେଲୱେରେ କାମ କରୁଥିବା ଲୋକ ସହ ବିବାହ କରିଥିଲେ|ଏହାପରେ ଦୁହେଁ ଏହି ଫାର୍ମହାଉସରେ ରହିଲେ|ଏହି ଦମ୍ପତିର ଗୋଟିଏ ଝିଅ ହେଲା ଯିଏ ଥୋମାସ ନାମକ ଯୁବକକୁ ବିବାହ କରିଥିଲେ|ସେ ମଧ୍ୟ ଫାର୍ମହାଉସରେ ରହିଲେ|୨୦୧୩ ପର୍ଯ୍ୟନ୍ତ ଏହିଘରେ ରହୁଥିଲେ କିନ୍ତୁ ୩ ବର୍ଷ ପରେ ତାର ମଧ୍ୟ ମୃତ୍ୟୁ ହୋଇଥିଲା|ଏହାପରେ ଘର ଖାଲି ରହିଲା|

କୁହାଯାଏ ଏହି ଘରର ଦୁଇଜଣ ଜଏଣ୍ଟ ମାଲିକ ଥିଲେ|କିନ୍ତୁ କନ୍ଫ୍ୟୁଜନ ପାଇଁ ଘରେ କେହି ରହୁନଥିଲେ|ଯେତେବେଳେ ଅର୍ଵାନ ଏକ୍ସପ୍ଲୋରର ଘରର କବାଟ ଖୋଲିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ|ଭିତରେ ଏମିତି ଜିନିଷ ରହିଥିଲା ଯେମିତି କାଲି ଯାଏ କିଏ ରହୁଥିଲେ|ଭିତରେ ୧୮୦୦ ର ବହୁତ ଜିନିଷ ରଖାଯାଇଥିଲା|ଫାଇଲ ଘର ସମ୍ପର୍କରେ ଶୁଣିଥିଲେ|ତେଣୁ ସେ ସେଠାରେ ପହଞ୍ଚିଥିଲେ|ଘରେ ଧୂଳି ଜମି ଥିଲା|ବହୁବର୍ଷ ପୁରୁଣା ପେପର,ଟିଭି ରହିଥିଲା|

 

ଘରର ଗ୍ୟାରେଜ ଯାଉଯାଉ ଫାଇଲ ବହୁତ ଖୁସି ହୋଇଗଲା|ଗ୍ୟାରେଜରେ ଏକ ଭିନ୍ଟେଜ ଗାଡି ପଡ଼ିଥିଲା ଯାହାକୁ ଦେଖି ସେ ଭାବିଲା ଏହାର ମୂଲ୍ୟ କୋଟି କୋଟି ଟଙ୍କା ହେବ|ଘରର କିଚେନରେ, ଡାଇନିଂ ଟେବୁଲରେ ସଜାଯାଇଥିବା ପ୍ଲେଟ ଭିଣ୍ଟେଜ ଡିଜାଇନର ଥିଲା|ଫାଇଲ ଫଟୋ ପୋଷ୍ଟ କରି କହିଲା ଯେ ଏମିତି ଘର ଯାହା ଆପଣଙ୍କୁ ବର୍ଷ ପଛକୁ ନେବ ଏହା ସେମିତି|

Leave a Reply

Your email address will not be published. Required fields are marked *