ଦେଖନ୍ତୁ ମଜାଦାର ଭିଡିଓ : ଭଉଣୀ ନିଜ ହାତରେ ବନାଇଲା ରାକ୍ଷୀ,ଆଉ ଭାଇକୁ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ଏମିତି ଦେଲା ଉପହାର

ଭାଇ ଭଉଣୀର ସମ୍ପର୍କର ପ୍ରତୀକ ପର୍ବ ରକ୍ଷାବନ୍ଧନ ଦେଶସାରା ଧୂମଧାମରେ ପାଳନ କରାଯାଉଛି|ଏହି ଅବସରରେ ଭଉଣୀମାନେ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ସମ୍ପର୍କକୁ ମଜବୁତ କରିଥାନ୍ତି|ସୋସିଆଲ ମିଡିଆରେ ଭାଇଭଉଣୀଙ୍କ ଏକ ବହୁତ ମଜାଦାର ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓରେ ଭଉଣୀକୁ ଭାଇ ଉପରେ କରିଥିବା ପ୍ରାଙ୍କ ବହୁତ ଭାରୀ ସାବ୍ୟସ୍ତ ହୋଇଥିଲା|

ରକ୍ଷାବନ୍ଧନ ଅବସରରେ ସେୟାର କରାଯାଇଥିବା ଭାଇଭଉଣୀଙ୍କ ଏହି ମଜାଦାର ଭିଡିଓ ଖୁବ ଭାଇରାଲ ହେଉଛି|ଏହି ଭିଡିଓରେ ଜଣେ ଭଉଣୀ ଭାଇ ପାଖକୁ ରାକ୍ଷୀ ନେଇକି ଆସେ|ପୁଣି ତାକୁ ବତାଏ ଯେ ଏହି ଥର ବଜାର ବନ୍ଦ ହେବା କାରଣରୁ ସେ ରାକ୍ଷୀ ହାତରେ ବନେଇଛନ୍ତି|ଏତିକି କହି ସେ ହାତ ନିର୍ମିତ ରାକ୍ଷୀକୁ ଭାଇ ହାତରେ ବାନ୍ଧେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Wedding Planning_witty Wedding (@witty_wedding)

ଭଉଣୀ ରାକ୍ଷୀ ବାନ୍ଧିବା ମାତ୍ରେ ଭାଇ ନିଜ ପକେଟରୁ କିଛି ବାହାର କରି ଭଉଣୀ ହାତରେ ରଖିଦିଏ|କାଗଜର ଖଣ୍ଡ ଦେଖିକି ଭଉଣୀ ଆଶ୍ଚର୍ଯ୍ୟ ହୋଇ ତା ସମ୍ପର୍କରେ ପଚାରେ|ଏହା ଉପରେ ଭାଇ ବତାଏ ଯେ ଏଥର ବ୍ୟାଙ୍କ ବନ୍ଦ ହେବା କାରଣରୁ ସେ ନିଜ ହାତରେ କାଗଜରେ ଗିଫ୍ଟର ମୂଲ୍ୟ ଲେଖିକି ଦେଇଛନ୍ତି|ଏହି ଦେଖି ଭଉଣୀ ନାପସନ୍ଦ କରିଛନ୍ତି|

ଏହି କମେଡି ଭିଡିଓକୁ ଏପର୍ଯ୍ୟନ୍ତ ୧୨ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖି ସାରିଲେଣି|କମେଣ୍ଟରେ ଲୋକମାନେ ଇମୋଜି ସେୟାର କରି ନିଜର ପ୍ରତିକ୍ରିୟା ରଖିଛନ୍ତି|ଏହି ମଜାଦାର ଭିଡିଓରେ ଭାଇଭଉଣୀଙ୍କ ମଜାଦାର ସମ୍ପର୍କ ଦେଖିପାରିବେ|

Leave a Reply

Your email address will not be published.