ଟ୍ୟାକ୍ସି ଚଳାଇ ଭାରତୀୟ ମହିଳା ହେଲେ ନ୍ୟୁଜଲ୍ୟାଣ୍ଡର ପୋଲିସ, ଦେଶର ନାମକୁ କଲେ ଉଜ୍ଜ୍ୱଳ,ଜାଣନ୍ତୁ ତାଙ୍କ ବିଷୟରେ କିଛି

କୁହନ୍ତି ନା ଜୀବନରେ କେତେବେଳେ ଯେ ଭାଗ୍ୟ ବଦଳିଯିବ ଏହା କେହି ବି ଜାଣିନଥାନ୍ତି | ପ୍ରାୟତଃ ସମସ୍ତଙ୍କ ଜୀବନରେ ଦୁଃଖ ବାଦଲ ଆସିବାପରେ ଖୁସିର ଦିନ ମଧ୍ୟ ନିଶ୍ଚିତ ଭାବରେ ଆସିଥାଏ | ଆଜି ଆମେ ଏପରି ଜଣେ ଭାରତୀୟଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜ ତାରାକୁ ବିଦେଶରେ ଚମକାଇଛନ୍ତି | ଆଜ୍ଞା ହଁ, ଚଣ୍ଡୀଗଡ଼ର ମନଦୀପ କୌର ନ୍ୟୁଜଲ୍ୟାଣ୍ଡ ପୋଲିସର ଅଂଶ ହୋଇଥିବା ପ୍ରଥମ ମହିଳା ଅଟନ୍ତି |

ଆଗ୍ରହର ସହିତ ମନଦୀପ ଚଣ୍ଡୀଗଡ଼ରୁ ନ୍ୟୁଜଲ୍ୟାଣ୍ଡର ଯାତ୍ରାକୁ ସ୍ଥିର କରିଥିଲେ :-

ଏପରି ପରିସ୍ଥିତିରେ ଚାଲନ୍ତୁ ଜାଣିବା ମନଦୀପ କୌର ନିଜର ଏତେ ସୁନ୍ଦର ଯାତ୍ରା କିପରି କଲେ | ମନଦୀପଙ୍କ ଜନ୍ମ ପଞ୍ଜାବର କମାଲୁ ଗାଁରେ ହୋଇଛି, ତାରା କିଛି ସମୟ ପରେ ସେ ଚଣ୍ଡୀଗଡ଼ ଆସିଗଲେ | ଏଠାରେ ତାଙ୍କର ବିବାହ ହେଲା, ପିଲା ମଧ୍ୟ ହେଲେ ଏବଂ ତାପରେ ସେ ୧୯୯୬ ରେ ଅଷ୍ଟ୍ରେଲିଆ ସିଫ୍ଟ ହୋଇଗଲେ | ଅଷ୍ଟ୍ରେଲିଆ ଯାଇ ସେ ପାଠ ପଢିଲେ ଏବଂ ଏଠାରୁ ନ୍ୟୁଜଲ୍ୟାଣ୍ଡ ପହଞ୍ଚିଗଲେ |

ଟ୍ୟାକ୍ସି ଚଳାଇ ପାଠପଢା ଶେଷ କଲେ, ବର୍ତ୍ତମାନ ହେରିଗଲେ ନ୍ୟୁଜଲ୍ୟାଣ୍ଡର ପୋଲିସ :-

ନୂତନ ଦେଶରେ ପହଞ୍ଚି ଘର ଚଳାଇବା ପାଇଁ ପେଟ୍ରୋଲ ପମ୍ପରେ କାମ କରୁଥିଲେ | ସେ ସେଲସରେ ମଧ୍ୟ କାମ କଲେ | ଏହା ମଧ୍ୟରେ ଲୋକଙ୍କ ଘରକୁ ଯାଇ ଜିନିଷ ବିକ୍ରି କରିବାର କାମ ମଧ୍ୟ କଲେ | ତାଙ୍କର ଇଂଲିଶ ମଧ୍ୟ ଏତେ ଭଲ ନଥିଲା, କିନ୍ତୁ ତଥାପି ସେ ଚେଷ୍ଟା ଜାରି ରଖିଲେ | ତାପରେ ସେ ୧୯୯୯ ମସିହାରେ ଟ୍ୟାକ୍ସି ଚଳାଇବା ଆରମ୍ଭ କରିଦେଲେ | କାମ କରିବା ସମୟରେ ସେ ବିମେନ ହଷ୍ଟେଲରେ ରହୁଥିଲେ | ଏଠାରେ ତାଙ୍କର ନାଇଟ ସିଫ୍ଟରେ ଜଣେ ରିଟାୟାର୍ଡ଼ ପୋଲିସ କର୍ମଚାରୀଙ୍କ ସହିତ ଦେଖା ହେଲା, ଯିଏ କି ସେଠାରେ ରିସେପ୍ସନିଷ୍ଟ ଭାବରେ କାମ କରୁଥିଲେ | ମନଦୀପ ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହେଲେ | ଯାହାପରେ ସେ ପୋଲିସରେ ଭର୍ତ୍ତି ହେବାକୁ ମନ ବଳାଇଲେ |

ରିଟାୟାର୍ଡ଼ ପୋଲିସ କରାଚାରୀଙ୍କଠାରୁ ମନଦୀପ କୌରଙ୍କୁ ମିଳିଲା ପୋଲିସ ହେବାର ପ୍ରେରଣା :-

ସୂଚନା ଅନୁଯାୟୀ, ମନଦୀପ ଏବଂ ତାଙ୍କ ସମ୍ପର୍କ ବାପା-ଝିଅ ପରି ହୋଇଗଲା | ସେ କାମରୁ ଥକି ଆସିଥିଲେ, ସେତେବେଳେ ଜନ ତାଙ୍କ ସହିତ କଥା ହେଉଥିଲେ, ତାଙ୍କ ବିଷୟରେ ପଚାରୁଥିଲେ | ପୋଲିସ କର୍ମଚାରୀମାନଙ୍କର କାହାଣୀ ଶୁଣାଉଥିଲେ | ମନଦୀପ ଧୀରେ ଧୀରେ ଏହି କାହାଣୀ ଦ୍ୱାରା ଏତେ ଅଧିକ ପ୍ରଭାବିତ ହୋଇଗଲେ ଯେ ସେ ଜନଙ୍କଠାରେ ପୋଲିସ ସେବା କରିବାକୁ ଇଚ୍ଛା ପ୍ରକାଶ କଲେ | ତାପରେ ଧୀରେ ଧୀରେ ପେଗଳର ଏବଂ ତାଙ୍କ ପରିବାର ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଲାଗିଲେ | ସେ ସବୁଠାରୁ ପ୍ରଥମେ ୨୦ କିଲୋ ଓଜନ କମ କଲେ ଏବଂ ତାପରେ ପୋଲିସରେ ଭର୍ତ୍ତି ହୋଇଗଲେ | ମନଦୀପଙ୍କ ନିଯୁକ୍ତି ସିନିୟର କନେଷ୍ଟବଳ ଭାବରେ ହୋଇଥିଲା, ବର୍ତ୍ତମାନ ସେ ସରଜେଟ ହୋଇଯାଇଛନ୍ତି | ଏହି ପଦ ପର୍ଯ୍ୟନ୍ତ ପହଞ୍ଚିଥିବା ମହିଳା ମଧ୍ୟ ସେ ପ୍ରଥମ ଇଣ୍ଡିଆନ ବିମେନ ଅଟନ୍ତି |

 

ଏହି ଖବରକୁ ପଢି ଏପରି ଲାଗୁଛି ଯେ ଜୀବନରେ ଯଦି କିଛି କରିବାକୁ ଇଚ୍ଛା ଥିବ, ତେବେ ତାକୁ ଆପଣଙ୍କର କଠିନ ପରିଶ୍ରମ ଏବଂ ଆଗ୍ରହ ହିଁ ପୁରା କରିପାରିବ | ଜୀବନରେ କିଛି କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ପଡିବା ଏବଂ ନିଜକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ରୁହନ୍ତୁ |

Leave a Reply

Your email address will not be published. Required fields are marked *