ମଦ ବିକ୍ରିକରି ଘର ଚଳାଉଥିଲେ ମା, କ୍ଷୀର କିଣିବାକୁ ମଧ୍ୟ ନଥିଲା ଟଙ୍କା, ବର୍ତ୍ତମାନ ପୁଅ ହେଲା IAS,ଜାଣନ୍ତୁ କେମିତି ଥିଲା ଜୀବନର ସଂଘର୍ଷ

ଯଦି ହୃଦୟରୁ ଜଣେ ବ୍ୟକ୍ତି କିଛି କରିବାକୁ ଚାହିଁବ, ସେ ସବୁକିଛି କରିପାରିବ | ସଫଳତାର କାହାଣୀ ଯେଉଁମାନଙ୍କର ଲେଖାଯାଇଥାଏ, ସେମାନଙ୍କ ପଛରେ କଠିନ ପରିଶ୍ରମ ଏବଂ ସମସ୍ୟା ମଧ୍ୟ ଲୁଚି ରହିଥାଏ | କିନ୍ତୁ ଇତିହାସ ତାହା ହିଁ ଲେଖିଥାଏ, ଯେଉଁ ଲୋକମାନେ ସାହସ ନ ହରାଇ ସଂଘର୍ଷ କରିଥାନ୍ତି | ଚାଲନ୍ତୁ ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯିଏକି କଠିନ ପରିଶ୍ରମ ସହିତ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ସଫଳତା ହାସଲ କରିଛନ୍ତି |

ଆପଣଙ୍କୁ କହିରଖୁଛୁ ଯେ ମହାରାଷ୍ଟ୍ରର ଧୂଲେ ଜିଲ୍ଲାର ଜନ୍ମ ହୋଇଥିବା ରାଜେନ୍ଦ୍ର ଭାରୁଡ଼ ବହୁତ ଗରିବ ଏବଂ ସାଧାରଣ ପରିବାରର ଅଟନ୍ତି | ସେ ନିଜର ସଫଳତାର କାହାଣୀ କହି କହିଛନ୍ତି ଯେ ଯେତେବେଳେ ସେ ନିଜ ମାଙ୍କ ପେଟରେ ଥିଲେ, ସେତେବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା | ଏପରି ପରିସ୍ଥିତିରେ ଲୋକମାନେ ତାଙ୍କ ମାଙ୍କୁ କହିଥିଲେ ଯେ ସେ ଗର୍ଭପାତ କରିଦେଉ | କିନ୍ତୁ ରାଜେନ୍ଦ୍ରଙ୍କ ମା ନିଜ ପିଲାକୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଲେ | ରାଜେନ୍ଦ୍ରଙ୍କର ଜଣେ ବଡ଼ ଭାଇ ଏବଂ ଭଉଣୀ ମଧ୍ୟ ଅଛନ୍ତି | ରାଜେନ୍ଦ୍ର ନିଜ ସଂଘର୍ଷ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରି କହିଛନ୍ତି | ସେ କହିଛନ୍ତି ତାଙ୍କ ପାଇଁ ଏହି ଯାତ୍ରା କରିବା ବିଲକୁଲ ସହଜ ନଥିଲା |

କ୍ଷୀର ବଦଳରେ ମଦ ପିଇ ବଡ଼ ହେଲେ ରାଜେନ୍ଦ୍ର :-

ଆପଣଙ୍କୁ କହିରଖୁଛୁ ଯେ ରାଜେନ୍ଦ୍ର ଯେତେବେଳେ ୨ ବର୍ଷର ଥିଲେ, ସେତେବେଳେ ତାଙ୍କ ମା ଦେଶୀ ମଦ ବିକ୍ରି କରୁଥିଲେ | ଘରର ପରିସ୍ଥିତି ଏତେ ଖରାପ ଥିଲା ଯେ କ୍ଷୀର କିଣିବାକୁ ମଧ୍ୟ ଟଙ୍କା ନଥିଲା | ଯେତେବେଳେ ରାଜେନ୍ଦ୍ର କାନ୍ଦୁଥିଲେ, ସେତେବେଳେ ତାଙ୍କ ଜେଜେମା ତାଙ୍କୁ କ୍ଷୀର ବଦଳରେ ଦୁଇ ତିନି ଚାମଚ ମଦ ହିଁ ପିଆଇ ଦେଉଥିଲେ | ଅନେକଥର ତ ରାଜେନ୍ଦ୍ର ଭୋକିଲା ପେଟରେ ରାତିରେ ସୋଇପଡୁଥିଲେ | ସେ ପାଠପଢ଼ାରେ ବହୁତ ଆଗରେ ଥିଲେ | ତେଣୁ ରାଜେନ୍ଦ୍ରଙ୍କ ମା ଭାବିଲେ ଯେ ପୁଅକୁ ଡାକ୍ତର କିମ୍ବା ଇଂଜିନିୟର ହିଁ କରିବି | ରାଜେନ୍ଦ୍ର ନିଜ ମାଙ୍କ ସେହି ସ୍ୱପ୍ନକୁ ସାକାର କରିବାପାଇଁ କଠିନ ପରିଶ୍ରମ କଲେ ଏବଂ ମନ ଲଗାଇ ପାଠ ପଢୁଥିଲେ |

କଲେକ୍ଟର ହୋଇ ମାଙ୍କ ସ୍ୱପ୍ନକୁ ପୁରା କଲେ :-

ଦଶମରେ ରାଜେନ୍ଦ୍ରଙ୍କୁ ୯୫% ଏବଂ ଦ୍ୱାଦଶରେ ୯୦% ମାର୍କ ମିଳିଥିବାର ଦେଖି ରାଜେନ୍ଦ୍ରଙ୍କୁ ସ୍କୁଲରେ ଏବଂ ପଡୋଶୀ ଲୋକମାନେ ମଧ୍ୟ ବହୁତ ପ୍ରଶଂସା କଲେ | ଏହାପରେ ସେ ମେଡିକାଲ ପଢିବାପାଇଁ ମୁମ୍ବାଇର ସେଠ ଜିଏସ କଲେଜକୁ ଗଲେ | ସଂଯୋଗରୁ ରାଜେନ୍ଦ୍ର ଆଗକୁ ଯାଇ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ସ୍ଥିର କଲେ ଏବଂ ଆଇଏଏସ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଲେ |

ଗାଁ ଲୋକମାନେ ଅଫିସର ଭାବରେ ରାଜେନ୍ଦ୍ରଙ୍କୁ ଦେଖି ଚମକି ପଡିଲେ :-

ରାଜେନ୍ଦ୍ର କହିଛନ୍ତି ଯେ ପିଲାଦିନେ ତାଙ୍କ ପାଖରେ ବହି କିଣିବାପାଇଁ ମଧ୍ୟ ଟଙ୍କା ନଥିଲା | ଏଥିପାଇଁ ଯେଉଁ ଲୋକମାନେ ମଦ ପିଇବାପାଇଁ ଆସୁଥିଲେ, ସେ ସେମାନଙ୍କ କାମ କରି ଦେଉଥିଲେ | ଯେଉଁଥିପାଇଁ ମଦ ପିଇବାପାଇଁ ଆସୁଥିବା ଲୋକମାନେ ତାଙ୍କୁ ଟିପ ଭାବରେ ଟଙ୍କା ଦେଉଥିଲେ | ସେହି ଟଙ୍କାକୁ ଏକାଠି କରି ରାଜେନ୍ଦ୍ର ନିଜ ପାଇଁ ବହି କିଣୁଥିଲେ | ଏହିପରି ରାଜେନ୍ଦ୍ର କଠିନ ପରିଶ୍ରମ କରି ପାଠ ପଢିଲେ | ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସମୟରେ ମଧ୍ୟ ରାଜେନ୍ଦ୍ରଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଲା | କିନ୍ତୁ ସେ କେବେ ବି ହାର ମାନିଲେନାହିଁ | ଶେଷରେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଁଚିଲେ ଏବଂ ସଫଳତା ହାସଲ କରି କଲେକ୍ଟର ହୋଇଗଲେ |

କଲେକ୍ଟର ହୋଇ ଯେତେବେଳେ ରାଜେନ୍ଦ୍ର ଘରକୁ ଆସିଲେ, ସେତେବେଳେ ତ ଗାଁ ଲୋକମାନେ ଖୁସିରେ ଝୁମି ଉଠିଲେ | ସେହିପରି ଯେତେବେଳେ ଏହା ବିଷୟରେ ତାଙ୍କ ମା ଜାଣିଲେ, ସତେବେଳେ ତାଙ୍କର ଲୁହ ଅଟକିବାର ନା ଧରୁନଥିଲା | ସେ ଏତେ ଖୁସି ଥିଲେ ଯେ ନିଜ ପୁଅକୁ ସ୍ନେହରେ ଚୁମ୍ବନ ଦେବାକୁ ଲାଗିଲେ |

Leave a Reply

Your email address will not be published.