ଜବାହରଲାଲ ନେହେରୁ ଟେକ୍ନୋଲୋଜି ୟୁନିଭରସିଟିର ଗେଷ୍ଟ ହାଉସ ଭିତରେ Honey moon ବନାଇଲେ କପଲ, ସୃଷ୍ଟି ହେଲା ହଲଚଲ

ଆନ୍ଧ୍ରପ୍ରଦେଶରେ ଏକ ନବବିବାହିତା ଯୋଡ଼ି ଜବାହରଲାଲ ନେହେରୁ ଟେକ୍ନୋଲୋଜି ୟୁନିଭରସିଟିର ଗେଷ୍ଟ ହାଉସକୁ ହନୀମୁନ ପାଇଁ ବୁକ କରିଥିଲେ ଯାହାର ବହୁତ ନିନ୍ଦା କରାଯାଉଛି। ଏହି ବିବାଦ ଆରମ୍ଭ ହେବାପରେ ୟୁନିଭରସିଟି ପ୍ରବନ୍ଧନ ଗେଷ୍ଟ ହାଉସର କଥିତ ଆଧାରରେ ଦୁରୂପଯୋଗ କରିବା ମାମଲାରେ 5 ସଦସ୍ୟ ସମିତି ମିଟିଂ ବସାଇଲେ। ମାମଲା ଏତେ ମାତ୍ରାରେ ବଢିଗଲା କି,ରାଜ୍ୟ ସରକାର ମଧ୍ୟ ଏହି ଘଟଣାକ୍ରମର ରିପୋର୍ଟ ମାଗିଲେ।

ଭୁଲ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହୋଇଥିଲା ଗେଷ୍ଟ ହାଉସ:-

ୟୁନିଭରସିଟିର ମହିଳା ଡ଼ାଇରେକ୍ଟର ସ୍ୱରଣା କୁମାରୀ ଗେଷ୍ଟ ହାଉସ ବୁକ କରିଥିଲେ ଯିଏକି ୟୁନିଭରସିଟିର ପୂର୍ବ ଛାତ୍ରୀ ଅଟନ୍ତି। ଯେତେବେଳେ ସଂସ୍ଥାନର କୂଳସଚିବ ଆର. ଶ୍ରୀନିବାସ ରାଓଙ୍କୁ ଏହା ବିଷୟରେ ପଚରାଗଲା ସେତେବେଳେ ସେ ଫୋନ ମାଧ୍ୟମରେ କହିଲେ, ଆମର ଏକ ଷ୍ଟାଫ ସଦସ୍ୟ ଜଣେ ଅନ୍ୟ ପ୍ରଫେସରଙ୍କ ଛାତ୍ରଙ୍କ ପାଇଁ ଏହାକୁ ବୁକ କରିଥିଲେ। କିନ୍ତୁ ଯେଉଁଭଳି ଭାବରେ ଗେଷ୍ଟ ହାଉସର ବ୍ୟବହାର ହେଲା ଏହା ବିଲକୁଲ ଭୁଲ ଅଟେ। ଆମେ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛୁ। କିଛିଦିନ ପରେ ସମିତି ରିପୋର୍ଟ ଦେବାପରେ ଯାଞ୍ଚ କାମ ଆରମ୍ଭ ହେବ।

ଗେଷ୍ଟ ହାଉସରେ ବନାଯାଇଥିବା ଭିଡ଼ିଓ ହେଉଛି ଭାଇରାଲ:-

ଛାତ୍ର ସଙ୍ଘ ଏହାକୁ ନେଇ ୟୁନିଭରସିଟି ପାଖରେ ପ୍ରଦର୍ଶନ କରିଥିଲେ ଓ ଏହାପରେ ସାମ୍ନାକୁ ଆସିଲା କି, ଗେଷ୍ଟ ହାଉସକୁ ହନୀମୁନ ପାଇଁ ବ୍ୟବହାର କରାଯାଇଥିଲା। ଗେଷ୍ଟ ହାଉସର ଉପଯୋଗ କେବଳ ଅତିଥି ପ୍ରଫେସର ଓ ରିସର୍ଚ୍ଚର ମାନଙ୍କ ପାଇଁ କରାଯାଇଥାଏ, ବାହାର ଲୋକମାନଙ୍କ ପାଇଁ ନୁହେଁ। କୁହାଯାଏ ୟୁନିଭରସିଟିର କିଛି ଷ୍ଟାଫ ସଦସ୍ୟ ହନୀମୁନ ପାଇଁ ଗେଷ୍ଟ ହାଉସକୁ ସଯାଇବା କାମ କରିଥିଲେ। ଦମ୍ପତ୍ତି ବନାଯାଇଥିବା ଏକ ଭିଡ଼ିଓକୁ ସାଙ୍ଗ ମାନଙ୍କ ସହିତ ଶେୟର କରିଥିଲେ ଓ ଏହା ସାର୍ବଜନିକ ହୋଇଗଲା।

Leave a Reply

Your email address will not be published. Required fields are marked *