ଆକାଶରୁ ଗୋଟିଏ ସେକେଣ୍ଡରେ ଆସିଲା ‘ମୃ-ତ୍ୟୁ’, ଜମିରେ ଚରୁଥିବା ୫ଶହ ମେଣ୍ଢା ଅଚାନକ ମ-ରି-ଗ-ଲେ

ଏକ କୃଷକ ପାଇଁ ତାଙ୍କର ଜମି, ପଶୁ ସବୁଠାରୁ ମୂଲ୍ଯବାନ ଅଟେ। ଏମାନଙ୍କ ଜରିଆରେ ସେମାନେ ନିଜର ଦିନ ଚର୍ଯ୍ୟା ଚଲାନ୍ତି। ଏମିତିରେ ଯଦି କୌଣସି କୃଷକଙ୍କୁ ଜଣାପଡିଯାଏକି ୧ ସେକେଣ୍ଡରେ ନିଜର ପାଞ୍ଚ ଶହ ମେଣ୍ଢା ମରିଗଲେ, ତେବେ ତାଙ୍କ ପାଇଁ ଏହା ବହୁତ ଦୁଃଖର ଘଟଣା ଅଟେ। ସାଉଥ ଜର୍ଜିଆରେ ରହୁଥିବା ଏକ ମେଣ୍ଢାଚରାଳିଙ୍କର ଅଚାନକ ପାଞ୍ଚ ଶହ ମେଣ୍ଢା ଏକା ଥରକରେ ମରିଗଲେ। ସୂଚନା ମୁତାବିକ, ସମସ୍ତ ମେଣ୍ଢା ସହଜରେ ବିଜୁଳି ଚପଟରେ ଆସିଗଲେ। ତା ପରଠୁ କୃଷକଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲା।

ଲୋକାଲ ନ୍ଯୁଜ ରିପୋର୍ଟ ମୁତାବିକ, ମେଣ୍ଢା ଚରାଳିଙ୍କର ନାମ ନିକୋଲାୟ ଲେବାନୋବ ଅଟେ। ତାଙ୍କର ମେଣ୍ଢାକୁ ଦ୍ଵିତୀୟ ଚରାଳିଙ୍କ ଜମିକୁ ଚରାଇବାକୁ ନେଇଯାଇଥିଲେ। ବର୍ଷା ପାଗରେ ପାହାଡରେ ଉଠିଥିବା ସବୁଜ ଘାସକୁ ଖାଉଥିବା ମେଣ୍ଢାଙ୍କୁ କଣ ଜଣାଥିଲାକି ତାଙ୍କର ମୃତ୍ୟୁ ଆକାଶରୁ ଆସିବ ବୋଲି। ମେଣ୍ଢା ଆରାମରେ ଚରୁଥିଲେ ଅଚାନକ ଆକାଶରୁ ତୀବ୍ର ବିଜୁଳୀ ମାରିଲା। ପଲକ ପକାଇବା ମାତ୍ରେ ପାଞ୍ଚ ଶହ ମେଣ୍ଢା ବିଜୁଳୀ ଚପଟରେ ଆସିଗଲେ ଓ ମେଣ୍ଢାମାନେ ମରିଗଲେ। ଏହି ଘଟଣାରେ ମେଣ୍ଢାମାନଙ୍କୁ ଚରାଉଥିବା ଚରାଳି ମଧ୍ୟ ଆୟତ୍ତରେ ଆସିଗଲେ। କିନ୍ତୁ ସେ କେବଳ ବେହୋସ ହୋଇଥିଲେ। କିନ୍ତୁ ତାଙ୍କର ଜୀବନ ବଞ୍ଚିଗଲା।

ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଜମିରେ ଅନେକ ମରିପଡିଥିବା ମେଣ୍ଢା ନଜର ଆସୁଛନ୍ତି। ଖବର ଅଛିକି ନିକୋଲାୟଙ୍କ ମେଣ୍ଢା ବ୍ଯତୀତ ଚାରି ଶହ ଅନ୍ୟ ମେଣ୍ଢା ମଧ୍ୟ ଏହି ଦୁର୍ଘଟଣାରେ ମରିଯାଇଛନ୍ତି। ନିକୋଲାୟଙ୍କୁ ତାଙ୍କର ମେଣ୍ଢାମାନଙ୍କର ମୃତ୍ୟୁର ଖବର ଫୋନ କରି ଜଣାଯାଇଥିଲା, ଯାହାପରେ ତାଙ୍କର ଅବସ୍ଥା ଖରାପ ଅଛି। ଏହି ଘଟଣା ପରେ ସେହି ଅଞ୍ଚଳର କୃଷକମାନେ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି। ସେ କହିଲେକି ସରକାରଙ୍କୁ ତାଙ୍କର ଆର୍ଥିକ ସାହାଯ୍ୟ କରିବା ଉଚିତ।

ଦୁର୍ଘଟଣାକୁ ନେଇ ନିନୋଟସମୀଣ୍ଡାଙ୍କ ଦୀପ୍ଟି ମେୟର ଏଲେଗ୍ଜେଣ୍ଡର ମାଇକେଲାଦଜେ କହିଲେକି ଏହି ଅଞ୍ଚଳରେ ଏହା ପ୍ରଥମ ଘଟଣା ଅଟେ। ବର୍ତ୍ତମାନ ପର୍ଯ୍ଯନ୍ତ କେବେବି ବିଜୁଳୀ ପଡି ଏତେ ମେଣ୍ଢାଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିନାହିଁ। ସେ ଭରସା ଦେଲେକି ପୀଡିତ ପରିବାରଙ୍କୁ ନିଶ୍ଚୟ ସାହାଯ୍ୟ କରାଯିବ। କିନ୍ତୁ ଏଥିପାଇଁ କୃଷକଙ୍କୁ ନିଜକୁ ପ୍ରମାଣ କରିବାକୁ ପଡିବକି ଏକ ସାଥିରେ ଏତେ ମାତ୍ରାରେ ମେଣ୍ଢା କିପରି ମାରିଲେ। କୁହାଯାଉଛିକି ଏହି ମାମଲା ୧୨ଅଗଷ୍ଟର ଅଟେ। ବର୍ତ୍ତମାନ ମାମଲାକୁ ନେଇ ଯାଞ୍ଚ ଆରମ୍ଭ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *