ଦେଖନ୍ତୁ ଭିଡ଼ିଓ : ଗୁପଚୁପ ବାଲା ପାଣିରେ ମିଶାଇଲେ ମୂତ୍ର,ଭିଡ଼ିଓ ଦେଖିଲେ ଆପଣଙ୍କ ରକ୍ତ ତାତି ଉଠିବ

ସୋସିଆଲ ମିଡ଼ିଆରେ ପ୍ରତିଦିନ କୌଣସି ନା କୌଣସି ଭିଡ଼ିଓ ଭାଇରାଲ ହେଉଥାଏ। କେତେକ ଭିଡ଼ିଓ ଇମୋଶନାଲ ରହିଥିବା ବେଳେ କେତେକ ମଜାଳିଆ ହୋଇଥାଏ। କିଛି ଭିଡ଼ିଓ ଦେଖିବାପରେ ଆମର ଆଖିରୁ ଲୁହଁ ଝରି ପଡିଥିବା ବେଳେ କିଛି ଭିଡ଼ିଓ ଦେଖିବାପରେ ଆମକୁ ହସ ଲାଗିଥାଏ। ଏହିପରି ଏକ ଭିଡ଼ିଓ ଦେଖିବାପରେ ଆପଣଙ୍କୁ କ୍ରୋଧ ଆସିଯିବ। ଜଣେ ଗୁପଚୁପ ବାଲା ଯାହାକଲା ଆପଣ ଦେଖିଲେ ସମ୍ଭାଳି ପାରିବେନାହିଁ।

ଗୁୱାହାଟୀ ରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଗୁପଚୁପ ବାଲା ଏକ ମଗ ରେ ପରିଶ୍ରା କରୁଛି ଓ ସେଥିରେ ପାଣି ମିଶାଇ ଦେଉଛି, ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ମଗ ରେ ପରିଶ୍ରା କରିବାପରେ ସେ ସେହି ପାତ୍ର କୁ ଖାଦ୍ୟ ପରଶାଇବାରେ ମଧ୍ୟ ବ୍ୟବହାର କରୁଛି। ଭିଡ଼ିଓ ଅପଲୋଡ଼ ହେବାପରେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଗଲା। ଯେକେହିବି ଏହି ଭିଡ଼ିଓ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି ଓ କହୁଛି କେମିତି ଜଣେ ବ୍ୟକ୍ତି ଏହିପରି ଘୃଣ୍ୟ କାମ କରିପାରିବ!

ରିପୋର୍ଟସ ମୁତାବିକ, ଏହି ବ୍ୟକ୍ତି ଗୁୱାହାଟୀର ଆଠଗ୍ରାମ ଅଞ୍ଚଳରେ ଷ୍ଟଲ ଲଗାଇଥାଏ। ଘଟଣା ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିବାପରେ ପୋଲିସ ବ୍ୟକ୍ତିକୁ ଗିରଫ କରୁଛି। ପୋଲିସ ତାଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନା ଦେଇଛନ୍ତି। ଏହି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁତ ଶେୟର କରାଯାଇଛି। ଲୋକମାନେ ଏହାକୁ ଦେଖି କ୍ରୋଧରେ ପାଗଳ ହୋଇଯାଉଛନ୍ତି। ୟୁଜର୍ସ ମାନେ ଏହି ଭିଡ଼ିଓ ଶେୟର କରିବା ସହିତ ଏଥିରେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଏଥିରେ ସ୍ଵଛତାର ପ୍ରଶ୍ନ ଉଠାଉଛନ୍ତି।

Leave a Reply

Your email address will not be published.