ରିକ୍ସା ଉପରେ ବସିଥିବା ମହିଳାଙ୍କୁ ଜବରଦସ୍ତ କିସ କରି ପଳାୟନ କଲେ ଏହି ବ୍ୟକ୍ତି, ଭିଡିଓ ଭାଇରାଲ ହେବା ପରେ ମହିଳା ଜଣକ ….ଜାଣନ୍ତୁ ପୁରା ଘଟଣା

Women Assaulted in Pakistan:-

ପାକିସ୍ତାନରେ ମହିଳାଙ୍କ ସହ ବଦମାସୀର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ମହିଳାଙ୍କ ସହିତ ସର୍ବ ସାଧାରଣରେ ବଦମାସୀ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ମହିଳାଜଣକ ରାଗିଯାଇଥିଲେ। ସେହିପରି ପାକିସ୍ତାନରେ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ଗମ୍ଭୀର ପ୍ରଶ୍ନ ଛିଡା ହୋଇଯାଇଛି।

ଭାଇରାଲ ଭିଡିଓରେ ଜେନ ବ୍ୟକ୍ତି ରିକ୍ସାରେ ଯାଉଥିଲେ, ମହିଳାଙ୍କ ସହିତ ସର୍ବ ସାଧାରଣରେ ବଦମାସୀ କରିଲେ, ଏତିକି ନୁହେଁ ବ୍ୟକ୍ତି ଜଣକ ସେହି ମହିଳାଙ୍କ ଗାଲରେ କିସ କରି ଫେରାର ହୋଇଯାନ୍ତି।

ଭିଡିଓରେ ଦେଖାଯାଉଛିକି ଦୁଇଜଣ ମହିଳା ଓ ଏକ ପିଲା ରିକ୍ସାରେ ବସି ଯାଉଛନ୍ତି। ଟ୍ରାଫିକ କାରଣରୁ ଗାଡି ଧୀରେ ଧୀରେ ଚାଲୁଅଛି। ସେତିକିବେଳେ ଅଚାନକ ଜଣେ ବ୍ୟକ୍ତି ଡିଆଁ ମାରି ରିକ୍ସାକୁ ଚଢିଯାନ୍ତି ଓ ମହିଳାଙ୍କୁ କିସ କରି ପଳାଇଯାନ୍ତି।

ଯେତେବେଳେ ଜଣେ ମହିଳାଙ୍କୁ କିଛି ବୁଝାଆସିଲା ସେତେବେଳକୁ ସେ ବ୍ୟକ୍ତିଜଣକ ସେଠାରୁ ପଳାଇଯାଇଥିଲେ। ଏହି ବଦମାସୀ ପରେ ରିକ୍ସାରେ ବସିଥିବ ଝିଅଜଣକ ଚିଲ୍ଲାଇବାକୁ ଲାଗିଲେ। ଏକ ମହିଳା ଚପଲ ବାହାରକରି ଚିଲାଉଥିବାର ନଜର ଆସିଲା। ସେ ଉଲ୍ହାଇବାକୁ ଚେଷ୍ଟା କରନ୍ତି କିନ୍ତୁ ରାସ୍ତାରେ ଟ୍ରାଫିକ କାରଣରୁ ଏମିତି କରିପାରିଲେ ନାହିଁ।

ଭିଡରେ କେହିଜଣେ ଏହି ଘଟଣାର ଭିଡିଓ କରିନେଲେ ଓ ସୋସିଆଲ ମିଡିଆରେ ସେୟାର କରିଦେଲେ। ଭିଡିଓ ଦେଖି ଲୋକ ବହୁତ ରାଗୁଛନ୍ତି। ୟୁଜର୍ସ ବଦମାସୀ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ଦାବି କରୁଛନ୍ତି। ଅନେକ ଲୋକ ସରକାରଙ୍କୁ ଯୌନ ଉତ୍ପୀଡନ କରୁଥିବା ଲୋକଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରୁଛନ୍ତି।

ରିପୋର୍ଟ ମୁତାବିକ, ଯେଉଁ ସମୟରେ ଏହି ଘଟଣା ପାକିସ୍ତାନରେ ଘଟିଥିଲା, ଅନ୍ଦାଜ କରାଯାଉଛିକି ଏହି ଘଟଣା ୧୪ ଅଗଷ୍ଟର ହୋଇପାରେ। ଭିଡିଓରେ ବଦମାସୀର ସମ୍ପୂର୍ଣ ଘଟଣା ରେକର୍ଡ ହୋଇଛି।

ଜଣାଇଦେଉଛୁକି ୧୪ ଅଗଷ୍ଟରେ ଲାହୋରରେ ଏକ ପାକିସ୍ତାନୀ ମହିଳା ଟିକଟକରେ ପୁରୁଷଙ୍କୁ ଭିଡରେ ଆକ୍ରମଣ କରିଦେଇଥିଲେ। ପୀଡ଼ିତା ନିଜର ସାଙ୍ଗଙ୍କ ସହିତ ମୀନାର-ଏ-ପାକିସ୍ତାନ ଉପରେ ଭିଡିଓ କରିଥିଲେ, ସେତିକିବେଳେ ଅଚାନକ ଅନେକ ଲୋକ ତାଙ୍କ ଉପରେ ଆକ୍ରମଣ କରିଦେଲେ। ମହିଳା କପଡା ମଧ୍ୟ ଫାଡିଦେଇଥିଲେ। ଏତିକି ନୁହେଁ ମହିଳାଙ୍କୁ ପବନରେ ଫିଙ୍ଗି ଦେଇଥିଲେ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ୟୁଜର୍ସ କଡା ପ୍ରତିକ୍ରିୟା ଦେଇଥିଲେ। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବିକ, ମହିଳା ପୋଲିସ ନିକଟରେ ଅଭିଯୋଗ କରିଥିଲେକି ପାଖାପାଖି ୪୦୦ ଲୋକ ଭିଡରେ ତାଙ୍କ ଉପରେ ଓ ତାଙ୍କ ସାଙ୍ଗଙ୍କ ଉପରେ ଆକ୍ରମଣ କରିଥିଲେ, ଯେତେବେଳେ ସେ ୧୪ ଅଗଷ୍ଟକୁ ମୀନାର-ଏ-ପାକିସ୍ତାନ ପାଖରେ ଏକ ଭିଡିଓ ତିଆରି କରୁଥିଲେ।

Leave a Reply

Your email address will not be published. Required fields are marked *