ରାଜସ୍ଥାନ ରୟାଲସକୁ ଶକ୍ତ ଝଟକା : ଆଇପିଏଲ ଆରମ୍ଭ ହେବାପୂର୍ବରୁ ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ

କରୋନା ଭାଇରସର ଦ୍ଵିତୀୟ ଲହରୀ କାରଣରୁ ଆଇପିଏଲକୁ ଅଧାରୁ ଅଟକାଇ ଦିଆଯାଇଥିଲା। ଲଗାତାର ଖେଳାଳି ବାୟୋ ବବଲରେ ପଜିଟିଭ ଚିହ୍ନଟ ହେଉଥିଲେ। ବର୍ତ୍ତମାନ ଫ୍ୟାନ୍ସ ମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଇପିଏଲର ବାକି ମ୍ୟାଚ ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରାଜସ୍ଥାନ ରୟାଲସକୁ ବହୁତ ବଡ଼ ଝଟକା ଲାଗିଛି।

ଆଇପିଏଲ 2021 ରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି:-

ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ବାକି ମ୍ୟାଚରେ ଜୋଶ ବଟଲର ଦଳରୁ ବାହାରି ଯାଇଛନ୍ତି। ରାଜସ୍ଥାନ ରୟାଲସ ଶନିବାର ଦିନ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଥିଲେ। ଫ୍ରାଞ୍ଚାଇଜ ନିଜର ପୋଷ୍ଟ ମାଧ୍ୟମରେ ଲେଖିଥିଲା, ବଟଲର ଙ୍କ ପତ୍ନୀ ଲୁଇସ ଦ୍ଵିତୀୟ ପିଲାର ମାଆ ହେବାକୁ ଯାଉଛନ୍ତି ସେଥିପାଇଁ ବଟଲର ବାକି ମ୍ୟାଚରେ ଉପସ୍ଥିତ ରହିବେ ନାହିଁ।

ସେପ୍ଟେମ୍ବର 19 ତାରିଖରେ ଆରମ୍ଭ ହେବାକୁ ଯାଉଛି ବାକି ମ୍ୟାଚ:-

ମେ 4 ତାରିଖରେ କରୋନା କାରଣରୁ ସ୍ଥଗିତ ହୋଇଥିବା ଆଇପିଏଲ ବର୍ତ୍ତମାନ ସେପ୍ଟେମ୍ବର ମାସରେ ହେବ ଓ ଏହାର ଫାଇନାଲ ଅକ୍ଟୋବର 15 ତାରିଖରେ ଖେଳାଯିବ। ପ୍ରଥମ ମ୍ୟାଚ ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ।ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ।

Leave a Reply

Your email address will not be published.