Facebook Loan: ବିଜେନେସ ଆଗକୁ ବଢ଼ାଇବା ପାଇଁ ଛୋଟ ବ୍ୟବସାୟୀଙ୍କୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେବ ଫେସବୁକ,ଜାଣନ୍ତୁ ଏହି ସ୍କିମ ବିଷୟରେ

ଯଦି ଆପଣ ଛୋଟ ବ୍ୟବସାୟୀ ଅଟନ୍ତି ଓ ନିଜର ବ୍ୟବସାୟକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଫେସବୁକ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେବ। ବିନା କୌଣସି କାଗଜପତ୍ର ଦ୍ୱାରା ମାତ୍ର 5 ଦିନରେ ଆପଣ ଲୋନ ପାଇପାରିବେ।

ଏହି କମ୍ପାନୀ ସହିତ କଲା ଗଠବନ୍ଧନ:-

ରିପୋର୍ଟସ ମୁତାବିକ, ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜର ପାଦ ବର୍ତ୍ତମାନ ଲୋନ ଦେବାରେ ଥାପିଛି। ଭାରତରେ ଛୋଟ ବ୍ୟବସାୟୀ ଯିଏକି ନିଜର ବ୍ୟବସାୟକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ଫେସବୁକ ସେହି ମାନଙ୍କ ପାଇଁ ଏହି ସୁବିଧା ନେଇଆସିଛି। ଫେସବୁକ ଏହି ସ୍କିମ ପାଇଁ ବିତ୍ତୀୟ କମ୍ପାନୀ ଇଣ୍ଡିଫି(indiifi) ସହିତ ଗଠବନ୍ଧନ କରିଛି ଯିଏକି ଏହି ଲୋନ ଉପଲବ୍ଧ କରାଇବ।

50 ଲକ୍ଷ ଟଙ୍କାର ଲୋନ ନେଇପାରିବେ:-

ଫେସବୁକ ଇଣ୍ଡିଆର ଉପାଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଅଜିତ ମୋହନଙ୍କ କହିବା କଥା ହେଲା, ଏହି ସ୍କିମର ଲକ୍ଷ୍ୟ ହେଉଛି ଛୋଟ ବ୍ୟବସାୟୀଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ନିଜର କୌଣସି ସମ୍ପତ୍ତି କାହା ପାଖରେ ବନ୍ଧା ନରଖିବା ଉଚିତ। ସେ କହିଥିଲେ, ଛୋଟ ବ୍ୟବସାୟୀଙ୍କୁ 5 ଲକ୍ଷ ରୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ରାଶି 17 ରୁ 20 ପ୍ରତିଶତ ସୁଧ ଦରରେ ମିଳିବ। ଏଥିସହ ଇଣ୍ଡିଫି(indifi) ଲୋନ ଆବେଦନ ଆପ୍ଲିକେସନ ପାଇଁ କୌଣସି ଚାର୍ଜ ନେବନାହିଁ।

5 ଦିନ ମଧ୍ୟରେ ମିଳିବ ଲୋନ:-

ପ୍ରବନ୍ଧ ନିର୍ଦ୍ଦେଶକ ମୁତାବିକ ସମସ୍ତ ଦରକାରୀ ଦସ୍ତାବିଜ ମିଳିବା ପରେ ଇଣ୍ଡିଫି ଆବେଦକଙ୍କୁ ଲୋନ ରାଶି ଜାରି କରିଦେବ। ଏହି ଲୋନ ପାଇଁ ବ୍ୟବସାୟୀଙ୍କୁ କୌଣସି ସମ୍ପତ୍ତି ବନ୍ଧା ରଖିବାକୁ ପଡ଼ିବନାହିଁ। ମହିଳା ବ୍ୟବସାୟୀଙ୍କୁ ମଧ୍ୟ ସୁଧରେ 0.2 ପ୍ରତିଶତ ଛାଡ଼ ମିଳିବ। ଏହି କାର୍ଯ୍ୟକ୍ରମରେ ଫେସବୁକର କୌଣସି ରାଜସ୍ୱ ଭାଗ ମହଜୁଦ ନାହିଁ। ଏହି ସମ୍ପୂର୍ଣ୍ଣ ଲୋନ ପ୍ରୋସେସ ବିତ୍ତୀୟ କମ୍ପାନୀ ଇଣ୍ଡିଫି ଦ୍ୱାରା ଚାଲୁ କରାଯିବ। ଏହି ସ୍କିମ ଦେଶର 200ଟି ସହରରେ ଆରମ୍ଭ କରାଯାଇଛି।

Leave a Reply

Your email address will not be published.